Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପୁଣ୍ୟତିଥିରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି


ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପୁଣ୍ୟତିଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଏବଂ ଦେଶର ଏକତା ପ୍ରତି ଅଦମ୍ୟ ପ୍ରତିବଦ୍ଧତା ଆଧୁନିକ ଭାରତର ମୂଳଦୁଆ ପକାଇଛି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି । ତାଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଏବଂ ଦେଶର ଏକତା ପ୍ରତି ଅଦମ୍ୟ ପ୍ରତିବଦ୍ଧତା ଆଧୁନିକ ଭାରତର ମୂଳଦୁଆ ପକାଇଛି । ତାଙ୍କର ଆଦର୍ଶ କାର୍ଯ୍ୟ ଆମକୁ ଏକ ଶକ୍ତିଶାଳୀ, ଅଧିକ ଏକତ୍ରିତ ଦେଶ ଗଠନ ଦିଗରେ ମାର୍ଗଦର୍ଶନ କରେ । ଆମେ ତାଙ୍କ ଜୀବନୀରୁ ପ୍ରେରିତ ଏବଂ ଏକ ସମୃଦ୍ଧ ଭାରତର ସ୍ୱପ୍ନକୁ ସାକାର କରିବା ଦିଗରେ କାର୍ଯ୍ୟ କରୁଛୁ ।’

 

  SR