Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମରିସସର ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ମରିସସର ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୮ରେ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ପୂର୍ବରୁ ମରିସସ ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥଙ୍କୁ ଭେଟିଛନ୍ତି ।

‘ଅତଥି ଦେଶ’ ଭାବେ ଜି-୨୦ ଫର୍ମାଟରେ ଅଂଶଗ୍ରହଣ କରିବା ଲାଗି ମରିସସକୁ ବିଶେଷ ନିମନ୍ତ୍ରଣ ପାଇଁ ପ୍ରଧାନମନ୍ତ୍ରୀ ଜଗନ୍ନାଥ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଭାରତର ଅଧ୍ୟକ୍ଷତାରେ ଜି-୨୦ର ବିଭିନ୍ନ ୱାର୍କିଂ ଗ୍ରୁପ୍ ଏବଂ ମନ୍ତ୍ରୀସ୍ତରୀୟ ବୈଠକରେ ମରିସସର ସକ୍ରିୟ ଅଂଶଗ୍ରହଣକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ୭୫ତମ ବର୍ଷ ପାଳନ ଅବସରରେ ଜି-୨୦ରେ ଯୋଗଦେବାକୁ ନେଇ ଉଭୟ ନେତା ଖୁସି ବ୍ୟକ୍ତ କରିଛନ୍ତି । ଦୁଇ ନେତା ଭାରତ ଓ ମରିସସ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗର ସମୀକ୍ଷା କରିଥିଲେ । ଗତବର୍ଷରେ ୩୦ରୁ ଅଧିକ ପ୍ରତିନିଧିଙ୍କ ଗସ୍ତ ଏବଂ ୨୩ ଦ୍ୱିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷର ସହ ସେମାନେ ଦ୍ୱିପାକ୍ଷିକ ବିନିମୟର ଦ୍ରୁତ ଅଗ୍ରଗତି ଉପରେ ଆଲୋକପାତ କରିଥିଲେ ।

ଚନ୍ଦ୍ରଯାନ-୩ର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଜଗନ୍ନାଥ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ମହାକାଶ କ୍ଷେତ୍ରରେ ଉଭୟ ପକ୍ଷର ସହଯୋଗ ଆଶା କରିଛନ୍ତି ।

SR