ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମରିସସର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥଙ୍କୁ ଭେଟିଛନ୍ତି । ଜି – ୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଶ୍ରୀ ଜଗନ୍ନାଥ ଭାରତ ଆସିଛନ୍ତି ।
ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି
ପ୍ରଧାନମନ୍ତ୍ରୀ @କୁମାରଜଗନ୍ନାଥ ଏବଂ ମୋର ବହୁତ ଭଲ ସାକ୍ଷାତ ହୋଇଥିଲା । ଭାରତ -ମରିସସ୍ ସମ୍ପର୍କ ପାଇଁ ଏହା ଏକ ସ୍ୱତନ୍ତ୍ର ବର୍ଷ, କାରଣ ଆମେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛୁ । ଭିତ୍ତିଭୂମି, ଫିନ୍ ଟେକ୍, ସଂସ୍କୃତି ଆଦି କ୍ଷେତ୍ରରେ ସହଯୋଗ ଉପରେ ଆମେ ଆଲୋଚନା କରିଛୁ । ଏଥିସହ ଦକ୍ଷିଣ ବିଶ୍ୱର ସ୍ୱରକୁ ଆଗକୁ ବଢ଼ାଇବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇ ଥିଲେ ।
ପିଏମଓ ମଧ୍ୟ X ରେ ପୋଷ୍ଟ କରିଛନ୍ତି ଯେ
ପ୍ରଧାନମନ୍ତ୍ରୀ @ନରେନ୍ଦ୍ରମୋଦୀ ମରିସସର ପ୍ରଧାନମନ୍ତ୍ରୀ @କୁମାରଜଗନ୍ନାଥଙ୍କୁ ଭେଟିଥିଲେ, ଏହି ଦେଶ ଭାରତର ଦୃଷ୍ଟିକୋଣ ‘ସାଗର’ର ଏକ ପ୍ରମୁଖ ଅଂଶୀଦାର । ଚଳିତ ବର୍ଷ ଭାରତ – ମରିସସ୍ ଦ୍ୱିପାକ୍ଷିକ ସମ୍ପର୍କର ଉଲ୍ଲେଖନୀୟ ୭୫ତମ ବାର୍ଷିକୀ ପାଳନ ଅବସରରେ ଉଭୟ ନେତା ଉତ୍ସାହର ସହ ଏହାକୁ ସ୍ୱୀକାର କରିଥିଲେ ।
******
SSP
PM @KumarJugnauth and I had a very good meeting. This is a special year for India-Mauritius relations as we mark 75 years of diplomatic ties between our nations. We discussed cooperation in sectors like infrastructure, FinTech, culture and more. Also reiterated India's commitment… pic.twitter.com/L6BDSpIAIV
— Narendra Modi (@narendramodi) September 8, 2023
PM @narendramodi met PM @KumarJugnauth of Mauritius, a key partner integral to India’s vision SAGAR. Both leaders enthusiastically acknowledged the significant enhancement of the India-Mauritius bilateral relationship, commemorating its remarkable 75th anniversary this year. pic.twitter.com/y0vCNQ9Fk1
— PMO India (@PMOIndia) September 8, 2023