ମହାମହିମ, ରାଷ୍ଟ୍ରପତି ଜୋକୋ ୱିଡୋଡୋ,
ମହାମହିମ ଗଣ,
ନମସ୍କାର
ଆମର ଭାଗିଦାରୀ ଏହାର ଚତୁର୍ଥ ଦଶନ୍ଧିରେ ପ୍ରବେଶ କରୁଛି ।
ଏହି ପରିପ୍ରେକ୍ଷୀରେ , ଭାରତ – ଏସିଆନ୍ ଶିଖର ସମ୍ମିଳନୀର ସହ – ଅଧ୍ୟକ୍ଷତା କରିବା ମୋତେ ଅତ୍ୟନ୍ତ ଆନନ୍ଦ ପ୍ରଦାନ କରୁଛି ।
ଏହି ଶିଖର ସମ୍ମିଳନୀର ଚମତ୍କାର ଆୟୋଜନ ପାଇଁ ମୁଁ ରାଷ୍ଟ୍ରପତି ୱିଡୋଡୋଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ କୃତଜ୍ଞତା ଜଣାଉଛି ।
ମୁଁ ଏସିଆନ ସମୂହର ଦକ୍ଷ ନେତୃତ୍ୱକୁ ମଧ୍ୟ ଅଭିନନ୍ଦନ ଜଣାଉଛି ।
ନିକଟରେ ଦାୟିତ୍ୱ ଗ୍ରହଣ କରିଥିବାରୁ ମୁଁ କାମ୍ବୋଡିଆର ପ୍ରଧାନମନ୍ତ୍ରୀ ମହାମହିମ ହୁନ୍ ମାନେଟଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ।
ଏହି ବୈଠକରେ ମୁଁ ତିମୋର – ଲେଷ୍ଟର ପ୍ରଧାନମନ୍ତ୍ରୀ ମହାମହିମ ଜାନାନା ଗୁସମାଓଙ୍କୁ ପର୍ଯ୍ୟବେକ୍ଷକ ଭାବରେ ସ୍ୱାଗତ କରୁଛି ।
ମହାନୁଭବ, ମହାମହିମ,
ଆମର ଇତିହାସ ଏବଂ ଭୂଗୋଳ ଭାରତ ଏବଂ ଏସୀୟ ଦେଶ ମାନଙ୍କୁ ସଂଯୋଗ କରେ ।
ମିଳିତ ମୂଲ୍ୟବୋଧ ସହିତ ଆଞ୍ଚଳିକ ଏକତା, ଶାନ୍ତି, ସମୃଦ୍ଧି ଏବଂ ଏକ ବହୁଧ୍ରୁବୀୟ ଦୁନିଆରେ ଏକ ଅଂଶୀଦାରୀ ବିଶ୍ୱାସ ମଧ୍ୟ ଆମକୁ ଏକାଠି ବାନ୍ଧି ରଖିଥାଏ ।
ଏସିଆନ ହେଉଛି ଭାରତର ଆକ୍ଟ ଇଷ୍ଟ ପଲିସି (ପ୍ରାଚ୍ୟ ପାଇଁ ନୀତି) ର କେନ୍ଦ୍ରୀୟ ସ୍ତମ୍ଭ ।
ଭାରତ – ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଏସିଆନ୍ର କେନ୍ଦ୍ରୀୟତା ଏବଂ ଏସିଆନର ଦୃଷ୍ଟିକୋଣକୁ ଭାରତ ସମ୍ପୂର୍ଣ୍ଣ ସମର୍ଥନ କରୁଛି ।
ଭାରତ ପକ୍ଷରୁ ଭାରତ – ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଗୁଡିକରେ ଏସିଆନର ଏକ ପ୍ରମୁଖ ସ୍ଥାନ ରହିଛି ।
ଗତ ବର୍ଷ , ଆମେ ଭାରତ – ଏସିଆନ୍ ବନ୍ଧୁତା ବର୍ଷ ପାଳନ କରିଥିଲୁ ଏବଂ ଆମର ସମ୍ପର୍କକୁ ଏକ ‘ବ୍ୟାପକ ରଣନୈତିକ ଭାଗିଦାରୀ’ ରେ ପରିଣତ କରିଥିଲୁ ।
ମହାନୁଭବ, ମହାମହିମ,
ଆଜି , ବିଶ୍ୱ ସ୍ତରରେ ଲାଗି ରହିଥିବା ଅନିଶ୍ଚିତତାର ବାତାବରଣ ଭିତରେ ମଧ୍ୟ ଆମର ପାରସ୍ପରିକ ସହଯୋଗରେ ପ୍ରତ୍ୟେକ କ୍ଷେତ୍ରରେ ନିରନ୍ତର ପ୍ରଗତି ହେବାରେ ଲାଗିଛି ।
ଏହା ଆମ ସମ୍ପର୍କର ଶକ୍ତି ଏବଂ ନମନୀୟତାର ପ୍ରମାଣ ।
ଚଳିତ ବର୍ଷ ଏସିଆନ ଶିଖର ସମ୍ମିଳନୀର ବିଷୟବସ୍ତୁ ରହିଛି ‘ଏସିଆନ ମ୍ୟାଟର୍ସ : ଏପିସେଂଟ୍ରମ୍ ଅଫ୍ ଗ୍ରୋଥ୍’ (ଏସିଆନ୍ର ବିଭିନ୍ନ ପ୍ରସଙ୍ଗ : ଅଭିବୃଦ୍ଧିର କେନ୍ଦ୍ର’) ।
ଏସିଆନର ବିଭିନ୍ନ ପ୍ରସଙ୍ଗ ଅର୍ଥାତ୍ ଏଠାରେ ସମସ୍ତଙ୍କ ମତ ଉପରେ ଗୁରୁତ୍ୱ ଦିଆଯାଏ ଏବଂ ଏସିଆନ ହେଉଛି ଅଭିବୃଦ୍ଧିର କେନ୍ଦ୍ର, କାରଣ ଏସିଆନ ଅଞ୍ଚଳ ବିଶ୍ୱର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।
‘ବସୁଧୈବ କୁଟୁମ୍ବକମ୍’ – ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’, ଏହି ଭାବନା ମଧ୍ୟ ଭାରତର ଜି – ୨୦ ଅଧ୍ୟକ୍ଷତାର ବିଷୟବସ୍ତୁ ।
ମହାନୁଭବ, ମହାମହିମ,
ଏକବିଂଶ ଶତାବ୍ଦୀ ହେଉଛି ଏସିଆର ଶତାବ୍ଦୀ । ଏହା ହେଉଛି ଆମର ଶତାବ୍ଦୀ ।
ଏହି କାରଣରୁ, କୋଭିଡ୍ ପରବର୍ତ୍ତୀ ବିଶ୍ୱ ବ୍ୟବସ୍ଥା ଓ ମାନବ କଲ୍ୟାଣ ପାଇଁ ସମସ୍ତଙ୍କ ପ୍ରୟାସ ଉପରେ ଆଧାରିତ ନିୟମ ଭିତ୍ତିକ ବିଶ୍ୱ ବ୍ୟବସ୍ଥା ନିର୍ମାଣ କରିବା ଜରୁରୀ ।
ସ୍ୱାଧୀନ ଏବଂ ମୁକ୍ତ ଭାରତ – ପ୍ରଶାନ୍ତ ମହାସାଗର କ୍ଷେତ୍ରର ପ୍ରଗତି ଏବଂ ଦକ୍ଷିଣ ବିଶ୍ୱର ସ୍ୱରକୁ ଉନ୍ନତ କରିବା ସାଧାରଣ ସ୍ୱାର୍ଥ ହିତ ପାଇଁ ଉଦ୍ଦିଷ୍ଟ ।
ମୁଁ ବିଶ୍ୱାସ କରେ ଯେ ଆଜିର ଆଲୋଚନା ଭାରତ ଏବଂ ଏସିଆନ ଅଞ୍ଚଳର ଭବିଷ୍ୟତକୁ ସୁଦୃଢ଼ କରିବା ପାଇଁ ନୂତନ ସଂକଳ୍ପ ନେଇ ଆସିବ ।
ସିଙ୍ଗାପୁରର ରାଷ୍ଟ୍ର ସଂଯୋଜକ, ଲାଓ ପିଡିଆର୍ର ଆଗାମୀ ଅଧ୍ୟକ୍ଷ , ଏବଂ ଆପଣ ସମସ୍ତଙ୍କ ସହିତ କାନ୍ଧରେ କାନ୍ଧ ମିଳାଇ କାମ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ ।
ଧନ୍ୟବାଦ ।
ଟିପ୍ପଣୀ – ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ପ୍ରେସ୍ ବିବୃତିର ଆନୁମାନିକ ଅନୁବାଦ । ମୂଳ ପ୍ରେସ୍ ବିବୃତି ହିନ୍ଦୀରେ ପ୍ରଦାନ କରା ଯାଇଥିଲା ।
***
SSP
My remarks at the ASEAN-India Summit. https://t.co/OGpzOIKjIf
— Narendra Modi (@narendramodi) September 7, 2023
Always a delight to meet @ASEAN leaders. The ASEAN-India Summit is testament to our shared vision and collaboration for a better future. We look forward to working together in futuristic sectors which will enhance human progress. pic.twitter.com/6YNIuTUjKs
— Narendra Modi (@narendramodi) September 7, 2023
Selalu menyenangkan bertemu dengan para pemimpin @ASEAN. KTT ASEAN-India merupakan bukti visi dan kolaborasi kita bersama untuk masa depan yang lebih baik. Kami berharap dapat bekerja sama di sektor-sektor futuristik yang akan meningkatkan kemajuan umat manusia. pic.twitter.com/1rT3XNTZiC
— Narendra Modi (@narendramodi) September 7, 2023
Attended the East Asia Summit being held in Jakarta. We had productive discussions on enhancing closer cooperation in key areas to further human empowerment. pic.twitter.com/UfN8LiR6Zk
— Narendra Modi (@narendramodi) September 7, 2023
Menjelang East Asia Summit yang diadakan di Jakarta. Kami melakukan diskusi produktif mengenai peningkatan kerja sama yang lebih erat di bidang-bidang utama untuk meningkatkan pemberdayaan manusia. pic.twitter.com/haJ9qEdXWP
— Narendra Modi (@narendramodi) September 7, 2023