ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ମିଳିତ ଜାତିସଂଘ ସମ୍ମିଳନୀ ଢ଼ାଂଚା (UNFCC)ରେ ବିଭିନ୍ନ ପକ୍ଷଙ୍କ ସମ୍ମିଳନୀ (COP) ରେ ଜଳବାୟୁ ପରିବର୍ତ୍ତନ ଜନିତ ଆଲୋଚନାରେ ଭାରତର ଆଭିମୁଖ୍ୟକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ସ୍ଵୀକୃତି ମିଳିଛି । COPରେ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତରେ ଭାରତର ଆଭିମୁଖ୍ୟ ଗରିବ ତଥା ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଗୋଷ୍ଠୀଙ୍କ ସ୍ଵାର୍ଥରକ୍ଷା ଲାଗି ଉଦ୍ଦିଷ୍ଟ । ତେଣୁ ସେମାନଙ୍କ ସ୍ଵାର୍ଥକୁ ସୁରକ୍ଷିତ ରଖିବା, ସେମାନେ ସହ୍ୟ କରୁଥିବା କ୍ଷୟକ୍ଷତିର ଭରଣା ସହ ବିକାଶ ପ୍ରକ୍ରିୟାକୁ ଜାରି ରଖିବା ଲାଗି ଭାରତ ଦାବି କରିଆସୁଛି । ଏହାଦ୍ୱାରା ଦେଶର ସମସ୍ତ ବର୍ଗ ଉପକୃତ ହେବେ ।
ସବୁଜ ବାଷ୍ପ ନିର୍ଗମନ ସହ ଗୋଟିଏ ରାଷ୍ଟ୍ରର ବିକାଶ ଓ ପ୍ରଗତି ଜଡିତ । ଜଳବାୟୁ ପରିବର୍ତ୍ତନର କୁପ୍ରଭାବକୁ ପ୍ରତିହତ କରିବା ବେଳେ ଭାରତ ତଥା ବିକାଶଶୀଳ ରାଷ୍ଟ୍ରଙ୍କ ବିକାଶ ଆଭିମୁଖ୍ୟ ପ୍ରତି ଦୃଷ୍ଟି ଦିଆଯିବା ଉଚିତ । ଭାରତ ପକ୍ଷରୁ ପ୍ରସ୍ତୁତ ଚିଠା କାର୍ଯ୍ୟସୂଚୀରେ ତାହା ବର୍ଣ୍ଣିତ ହୋଇଛି ଯାହାକି ଦେଶ ଗ୍ରହଣ କରୁଥିବା ବ୍ୟବସ୍ଥା ଆବଶ୍ୟକତାକୁ ପୂରଣ କରିବ ।