ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ପୁଣେ ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ (ଫେଜ-୧)କୁ ମଞ୍ଜୁରି ପ୍ରଦାନ କରିଛି । ଏହି ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ମୋଟ ୩୧.୨୫୪ କିଲୋମିଟର ରେଳପଥ ନିର୍ମାଣ କରାଯିବ ଏବଂ ଏଥିରେ ଦୁଇଟି କରିଡର ରହିବ, ଯଥା କରିଡର-୧ (ପିନ୍ଧ୍ର, ଛିନ୍ଦୱାଡ ପୌରନିଗମ (ପିସିଏମସି) ଯାହାର ଦୈର୍ଘ୍ୟ ୧୬.୫୮୯ କିମି (୧୧.୫୭ କିମି ଭୂପୃଷ୍ଠରେ ଏବଂ ୫.୦୧୯ କିମି ଭୂଗର୍ଭରେ) ଏବଂ କରିଡର-୨ (ଭନାଜଠାରୁ ରାମୱାଡ) ଯାହାର ଦୈର୍ଘ୍ୟ ୧୪.୬୬୫ କିମି (ସମ୍ପୂର୍ଣ୍ଣ ଭୂପୃଷ୍ଠରେ) । ଏହି ରେଳ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପାଇଁ ମୋଟ ୧୧,୪୨୦ କୋଟି ଟଙ୍କା ବ୍ୟୟ କରାଯିବ । ଏହି ମେଟ୍ରୋ କରିଡର ଦ୍ୱାରା ପୁଣେ ପୌର ନିଗମାଚଂଳରେ ବସବାସ କରୁଥିବା ପ୍ରାୟ ୫୦ ଲକ୍ଷ ଲୋକ ଏହାଦ୍ଵାରା ଉପକୃତ ହେବେ । ଏହି ପ୍ରକଳ୍ପ କାର୍ଯ୍ୟାରମ୍ଭ ଦିନଠାରୁ ପାଂଚ ବର୍ଷ ମଧ୍ୟରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ଅନୁସାରେ ସଂପୂର୍ଣ୍ଣ ହେବ ।
ଏହି ପ୍ରକଳ୍ପ ସ୍ଥାନୀୟ ଲୋକମାନଙ୍କ ଅତ୍ୟାବଶ୍ୟକ ଗମନାଗମନ ସଂଯୋଗ ଆବଶ୍ୟକତାକୁ ପୂରଣ କରିବ । ପୁନଶ୍ଚ, ପୁଣେ ମେଟ୍ରୋପୋଲିଟାନ ଅଂଚଳରେ କେତେକ ଜନାଜୀର୍ଣ୍ଣ ଏବଂ ଭିଡ ଟ୍ରାଫିକ ଦେଇ ଏହି ମେଟ୍ରୋ ରେଳପଥ ନିର୍ମାଣ କରାଯିବ। ତଦ୍ୱାରା କେବଳ ଟ୍ରାଫିକ ଭିଡ କମିବ ନାହିଁ ପରନ୍ତୁ, ଲୋକମାନଙ୍କୁ ଦ୍ରୁତ, ନିରାପଦ, ପ୍ରଦୂଷଣମୁକ୍ତ ଏବଂ ସୁଲଭ ମୂଲ୍ୟରେ ସର୍ବସାଧାରଣ ପରିବହନ ବ୍ୟବସ୍ଥା ଉପଲବ୍ଧ ହୋଇପାରିବ । ଯଦ୍ୱାରା ଏହି କ୍ଷେତ୍ରର ଆର୍ଥିକ ବିକାଶ ଓ ସମୃଦ୍ଧି ଘଟିପାରିବ । ମହାରାଷ୍ଟ୍ର ମେଟ୍ରୋ ରେଳ ନିଗମ ଲିମିଟେଡ ଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ଏବଂ ଭାରତର ସରକାର ଓ ମହାରାଷ୍ଟ୍ର ସରକାର ମିଳିତ ଭାବେ ଏହାର ୫୦:୫୦ ମାଲିକାନାରେ ରହିବେ । ମେଟ୍ରୋ ରେଳ (ନିର୍ମାଣ) ଆନ ୧୯୭୮, ମେଟ୍ରୋ ରେଳ (ଅପରେସନ ଓ ରକ୍ଷଣାବେକ୍ଷଣ) ଆଇନ, ୨୦୦୨ ଏବଂ ରେଳବାଇ ଆଇନ ୧୯୮୯ ତଥା ବିଭିନ୍ନ ସମୟରେ ସେଥିରେ ହୋଇଥିବା ସଂଶୋଧନ ଅନୁସାରେ ପ୍ରକଳ୍ପ କାର୍ଯ୍ୟ କରାଯିବ। ଦିଲ୍ଲୀ, ବେଙ୍ଗାଲୁରୁ, ଚେନ୍ନାଇ, କୋଚି ଓ ନାଗପୁର ମେଟ୍ରୋ ରେଳପ୍ରକଳ୍ପର ଅନୁଭୂତି ଓ ଅଭିଜ୍ଞତା ଦ୍ୱାରା ଏହି ପ୍ରକଳ୍ପ ଉପକୃତ ହେବ ।