ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନର ଝଲକ ଶେୟାର କରିଛନ୍ତି । ଶ୍ରୀ ମୋଦୀ ଏହି ଭିଡିଓରେ ନିଜ ସ୍ୱରରେ ଭାବନା ବ୍ୟକ୍ତ କରିବା ପାଇଁ ନାଗରିକମାନଙ୍କୁ ଆହ୍ୱାନ ଜଣାଇଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ନୂଆ ସଂସଦ ଭବନ ସମସ୍ତ ଭାରତୀୟଙ୍କୁ ଗୌରବାନ୍ୱିତ କରିବ । ଭିଡିଓରେ ଏହି ପ୍ରତିଷ୍ଠିତ ଭବନର ଝଲକ ରହିଛି । ମୋର ଏକ ବିଶେଷ ଅନୁରୋଧ- ନିଜ ସ୍ୱରରେ ଭାବନା ବ୍ୟକ୍ତ କରି ଏହି ଭିଡିଓଟି ଶେୟାର କରନ୍ତୁ । ମୁଁ ସେଥିରୁ କିଛି ଭିଡିଓ ରି-ଟ୍ୱିଟ କରିବି । #MyParliamentMyPride ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ ।”
SR
The new Parliament building will make every Indian proud. This video offers a glimpse of this iconic building. I have a special request- share this video with your own voice-over, which conveys your thoughts. I will re-Tweet some of them. Don’t forget to use #MyParliamentMyPride. pic.twitter.com/yEt4F38e8E
— Narendra Modi (@narendramodi) May 26, 2023