ଅଷ୍ଟ୍ରେଲିଆର ବିରୋଧୀ ଦଳ ନେତା ମହାମହିମ ଶ୍ରୀ ପିଟର ଡଟନ ଅଷ୍ଟ୍ରେଲିଆର ସିଡନୀ ଠାରେ ମେ ୨୪, ୨୦୨୩ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ଭାରତ- ଅଷ୍ଟ୍ରେଲିଆ ବ୍ୟାପକ ରଣନୈତିକ ଭାଗିଦାରୀକୁ ମିଳିଥିବା ମଜବୁତ ଦ୍ୱିପାକ୍ଷିକ ସମର୍ଥନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।
ଦୁଇ ନେତାଙ୍କ ମଧ୍ୟରେ ଏହି ଦ୍ୱିପାକ୍ଷିକ ଭାଗିଦାରୀର ବିଭିନ୍ନ ପ୍ରସଙ୍ଗ ସହ ଜନ ସମ୍ପର୍କ ସ୍ଥାପନ ନେଇ ଆଲୋଚନା ହୋଇଛି । ଏହାବ୍ୟତୀତ ଆଞ୍ଚଳିକ ବିକାଶ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି ।
SR