ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପ୍ରଗତିଶୀଳ ଲିଙ୍ଗଗତ ନୀତି ଆପଣାଇଥିବାରୁ ନାଗାଲାଣ୍ଡର ୱସନୋଇ ଗ୍ରାମବାସୀଙ୍କୁ ପ୍ରଶଂସା କରିଛନ୍ତି ।
ରାଜ୍ୟସଭା ସାଂସଦ ଶ୍ରୀମତୀ ଏସ. ଫାଙ୍ଗନନ କୋନ୍ୟାକ ଏକ ଟ୍ୱିଟରେ ସୂଚନା ଦେଇଛନ୍ତି ପ୍ରଥମ ଥର ପାଇଁ ୱସନୋଇର ମହିଳାମାନଙ୍କୁ ମୋରଙ୍ଗରେ ପ୍ରବେଶ କରିବା ସହ ଢୋଲ ବଜାଇବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ପ୍ରଚଳିତ ପରମ୍ପରା ଅନୁଯାୟୀ ପୂର୍ବରୁ କେବେ ବି ମହିଳାମାନଙ୍କୁ ମୋରଙ୍ଗ ଭିତରେ ପ୍ରବେଶ କରିବା ପାଇଁ ଅନୁମତି ଦିଆଯାଇନଥିଲା ।
ସାଂସଦଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଯାହା ମହିଳା ସଶକ୍ତିକରଣ ଓ ସେମାନଙ୍କ ସମ୍ମାନ ବୃଦ୍ଧିରେ ସହାୟକ ହେବ । ୱସନୋଇ ଗ୍ରାମବାସୀଙ୍କୁ ସାଧୁବାଦ ।”
A very important step, which will give a boost to dignity and empowerment of women. Compliments to the people of Wansoi village. https://t.co/BBLzvgnnAH
— Narendra Modi (@narendramodi) April 15, 2023
SR
A very important step, which will give a boost to dignity and empowerment of women. Compliments to the people of Wansoi village. https://t.co/BBLzvgnnAH
— Narendra Modi (@narendramodi) April 15, 2023