Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଅସ୍କାର ପୁରସ୍କାର ଜିତିଥିବା ‘ନାଟୁ ନାଟୁ’ର ସମ୍ପୂର୍ଣ୍ଣ ଟିମକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସର୍ବଶ୍ରେଷ୍ଠ ମୌଳିକ ସଂଗୀତ ବର୍ଗରେ ଆରଆରଆର ଫିଲ୍ମର ଗୀତ ନାଟୁ ନାଟୁ ଅସ୍କାର ପୁରସ୍କାର ଜିତିଥିବାରୁ ଭାରତୀୟ ସଂଯୋଜକ ଏମ.ଏମ. କୀରାଭନି, ଗୀତିକାର ଚନ୍ଦ୍ରବୋଷ ଓ ସମ୍ପୂର୍ଣ୍ଣ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ଅସାଧାରଣ ଓ ସାରା ବିଶ୍ୱରେ ନାଟୁ ନାଟୁ ଲୋକପ୍ରିୟ ହୋଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଏକାଡେମୀ ଦ୍ୱାରା କରାଯାଇଥିବା ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଅସାଧାରଣ!

ସାରା ବିଶ୍ୱରେ ନାଟୁ ନାଟୁ ଲୋକପ୍ରିୟ ହୋଇଛି । ଏହା ଏପରି ଏକ ସଂଗୀତ ଯାହା ଆଗାମୀ ବର୍ଷଗୁଡିକରେ ମଧ୍ୟ ସ୍ମରଣୀୟ ରହିବ । @mmkeeravaani, @boselyricist ଓ ସମ୍ପୂର୍ଣ୍ଣ ଟିମକୁ ଏହି ପ୍ରତିଷ୍ଠିତ ସମ୍ମାନ ପାଇଁ ଅଭିନନ୍ଦନ । ଭାରତ ପ୍ରଫୁଲ୍ଲିତ ଓ ଗୌରବାନ୍ୱିତ । #Oscars

 

SR