ମୋର ପ୍ରିୟ ନାଗରିକଗଣ,
ମୁଁ ଆଶା କରୁଛି ବେଶ ଆନନ୍ଦ ଓ ନୂତନ ଆଶା ଉଦ୍ଦୀପନାର ସହ ଆପଣମାନେ ଦୀପାବଳି ଉତ୍ସବ ପାଳିଥିବେ । ଆଜି ମୁଁ ଆପଣମାନଙ୍କୁ କେତେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଓ ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇବାକୁ ଯାଉଛି । ୨୦୧୪ ମେ’ ମାସରେ ଉତ୍ପନ୍ନ ଆର୍ଥିକ ପରିସ୍ଥିତି କଥା ଆପଣମାନେ ସ୍ମରଣ କରନ୍ତୁ ଯେତେବେଳେ ଆପଣମାନେ ଆମ ଉପରେ ଏକ ଗୁରୁଦାୟିତ୍ଵ ଅର୍ପଣ କରିଥିଲେ । ବ୍ରିକ୍ସ ପରିପ୍ରେକ୍ଷୀରେ, ଏହା କୁହାଯାଏ ଯେ ବ୍ରିକ୍ସର ‘ଆଇ’ ଅକ୍ଷରଟି ବେଶ ଅସ୍ଥିର ଥିଲା । ଏହା ପରେ ଆପଣମାନେ ଲଗାତାର ଦୁଇ ବର୍ଷ ଧରି ଦେଶରେ ମରୁଡି ପରିସ୍ଥିତିର ସାମ୍ନା କରିଛନ୍ତି । ତଥାପି ଗତ ଅଢ଼େଇ ବର୍ଷ ଭିତରେ ୧୨୫ କୋଟି ଭାରତୀୟଙ୍କ ସମର୍ଥନରେ ଭାରତ ବିଶ୍ଵ ଅର୍ଥବ୍ୟବସ୍ଥାର ଉଜ୍ଵଳତମ ବିନ୍ଦୁରେ ପରିଣତ ହୋଇଛି । ଏହା କେବଳ ଆମେ କହୁନାହିଁ, ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମପି) ଏବଂ ବିଶ୍ଵବ୍ୟାଙ୍କ ବି ଏଇ କଥା କହୁଛି ।
ବିକାଶର ଏହି ପ୍ରୟାସରେ ଆମର ଉଦ୍ଦେଶ୍ୟ ହେଲା, “ସବକା ସାଥ, ସବକା ବିକାଶ” ଆମେ ସମସ୍ତ ନାଗରିକଙ୍କ ସହିତ ରହିଛୁ ଏବଂ ସବୁ ନାଗରିକଙ୍କ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ । ଏ ସରକାର ଗରିବଙ୍କ ଉନ୍ନତି ଲାଗି ସମର୍ପିତ ଏବଂ ସଦାବେଳେ ସେଇଆ ହୋଇ ରହିଥିବ । ଦାରିଦ୍ର୍ୟ ବିରୋଧରେ ଆମର ଏହି ସଂଗ୍ରାମରେ, ଆମର ମୂଳ ଉଦ୍ଦେଶ୍ୟ ହେଲା ଦରିଦ୍ରମାନଙ୍କୁ ସଶକ୍ତ କରିବା, ଆର୍ଥିକ ପ୍ରଗତିର ସୁଫଳରେ ସେମାନଙ୍କୁ ସକ୍ରିୟ ସହଭାଗୀ କରିବା ।
– ପ୍ରଧାନମନ୍ତ୍ରୀ ଜନଧନ ଯୋଜନା
– ଜନ ସୁରକ୍ଷା ଯୋଜନା
– କ୍ଷୁଦ୍ର ଉଦ୍ୟୋଗୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା
– ଦଳିତ, ଆଦିବାସୀ ଓ ମହିଳାଙ୍କ ଲାଗି ଷ୍ଟାଣ୍ଡ ଅପ ଇଣ୍ଡିଆ କାର୍ଯ୍ୟକ୍ରମ
– ଗରିବ ଲୋକଙ୍କ ଘରେ ଗ୍ୟାସ ସଂଯୋଗ ଲାଗି ପ୍ରଧାନମନ୍ତ୍ରୀ ଉଜ୍ଵଳ ଯୋଜନା
– କୃଷକମାନଙ୍କ ଉପାର୍ଜନ ସୁରକ୍ଷା ନିମନ୍ତେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ କୃଷି ସିଂଚନ ଯୋଜନା
– କୃଷକଙ୍କ କ୍ଷେତରୁ ସମ୍ଭାବ୍ୟ ସର୍ବାଧିକ ଅମଳ ନିମନ୍ତେ ମୃତ୍ତିକା ସ୍ଵାସ୍ଥ୍ୟକାର୍ଡ ଯୋଜନା
– କୃଷିକାରୀମାନେ ସେମାନଙ୍କ ଉତ୍ପାଦନର ଉଚିତ ମୂଲ୍ୟ ପାଇବା ସକାଶେ ଇ-ନାମ ବା ଏକୀକୃତ ଜାତୀୟ କୃଷି ବଜାର ଯୋଜନା
– ଏସବୁ ହେଲା ସେହି ଆଭିମୁଖ୍ୟର ଗୋଟିଏ ଗୋଟିଏ ପ୍ରତିଫଳନ
ବିଗତ ଦଶନ୍ଧିମାନଙ୍କରେ ଦୁର୍ନୀତି ଓ କଳା ଟଙ୍କାର ପରିସର ବୃଦ୍ଧିପାଇଛି । ଏହା ଦାରିଦ୍ର୍ୟ ଦୂରୀକରଣ ପ୍ରୟାସକୁ ଦୁର୍ବଳ କରିଛି । ଗୋଟିଏ ପଟେ, ଆର୍ଥିକ ବିକାଶରେ ଆମେ ଏକ ନମ୍ବର ସ୍ଥାନରେ ରହିଛେ । କିନ୍ତୁ ଅନ୍ୟପକ୍ଷେ ଦୁଇ ବର୍ଷ ତଳେ ବିଶ୍ଵ ଦୁର୍ନୀତି ଆଭିମୁଖ୍ୟ ତାଲିକାରେ ଆମେ ପାଖାପାଖି ଶହେତମ ସ୍ଥାନରେ ରହିଛେ । ଅନେକ ଗୁଡିଏ ପଦକ୍ଷେପ ସତ୍ତ୍ୱେ, ଆମେ ଏବେ ଏ ତାଲିକାରେ ୭୬ତମ ସ୍ଥାନରେ ପହଂଚିପାରିଛେ । ଅବଶ୍ୟ, ଏ ଦିଗରେ ଉନ୍ନତି ଘଟିଛି । ଏଥିରୁ ସ୍ପଷ୍ଟ ଯେ ଦୁର୍ନୀତି ଓ କଳା ଟଙ୍କା ତାର ଚେର କେତେଦୂର ପ୍ରସାର ଘଟାଇସାରିଛି ।
ଦୁର୍ନୀତି ଭଳି ଅସତ କାର୍ଯ୍ୟ ସମାଜର କେତେକ ନିର୍ଦ୍ଦିଷ୍ଟ ବର୍ଗ ସେମାନଙ୍କ ସ୍ଵାର୍ଥ ସାଧନ ପାଇଁ ପ୍ରସାର କରିଥାନ୍ତି । ସେମାନେ ଗରିବଙ୍କ କଥା ଭୁଲିଯାଇଛନ୍ତି ଓ କେବଳ ଲାଭ ସଂଗ୍ରହରେ ବ୍ୟସ୍ତ । ପୁଣି କିଛି ଲୋକ ସ୍ଵାର୍ଥ ପାଇଁ ପଦପଦବୀର ଅପବ୍ୟବହାର କରିଆସୁଛନ୍ତି । ଅପରପକ୍ଷରେ ଏଭଳି ଅନ୍ୟାୟ ବିରୁଦ୍ଧରେ ସାଧୁ ଲୋକମାନେ ସଂଗ୍ରାମ କରିଚାଲିଛନ୍ତି । ଦେଶର କୋଟି କୋଟି ସାଧାରଣ ନରନାରୀ ନିଷ୍ଠାପର ଜୀବନ ଜୀଇଁ ଆସୁଛନ୍ତି । ଆମେ ଶୁଣିବାକୁ ପାଉ ଯେ ଗରିବ ଅଟୋ ରିକ୍ସାଚାଳକ ଗାଡିରେ ସୁନାଗହଣା ଛାଡିଯାଇଥିବା ଯାତ୍ରୀଙ୍କୁ ତାଙ୍କ ଅଳଙ୍କାର ଫେରାଇ ଦେଉଛନ୍ତି । ଆମେ ଶୁଣୁ ଯେ ଟ୍ୟାକ୍ସିରେ ମୋବାଇଲ ଛାଡିଯାଇଥିବା ମହିଳାଙ୍କୁ ଠାବ କରି ଡ୍ରାଇଭର ତାଙ୍କ ମୋବାଇଲଟି ଫେରାଉଛି । ଆମେ ଶୁଣୁ ଯେ କୌଣସି କ୍ରେତାଙ୍କୁ ପନିପରିବା ବିକାଳୀ ଅଧିକ ଟଙ୍କା ଦେଇଥିବା ଅର୍ଥକୁ ଫେରସ୍ତ କରୁଛି ।
ଦେଶର ବିକାଶ ଇତିହାସରେ ଏପରି ଏକ ସମୟ ଆସେ, ଯେତେବେଳେ ଦୃଢ଼ ଏବଂ ନିର୍ଣ୍ଣାୟକ ପଦପକ୍ଷେ ଗ୍ରହଣ କରିବାର ଆବଶ୍ୟକତା ଅନୁଭୂତ ହୋଇଥାଏ । ବହୁ ବର୍ଷ ଧରି ରାଷ୍ଟ୍ର ଦୁର୍ନୀତି, କଳାଟଙ୍କା ଏବଂ ଆତଙ୍କବାଦର ଘାଆକୁ ଅନୁଭବ କରିଆସିଛି, ଯାହା ଆମ ବିକାଶ ପଥରେ ଅନ୍ତରାୟ ସୃଷ୍ଟି କରିଛି ।
ଆତଙ୍କବାଦ ଏକ ଭୟସୃଷ୍ଟିକାରୀ ବିପଦ । ଏଥିରେ ଅନେକ ଲୋକ ପ୍ରାଣ ହରାଇଛନ୍ତି । କିନ୍ତୁ ଆପଣମାନେ କେବେ ଚିନ୍ତା କରିଛନ୍ତି ଯେ ଏଇ ଆତଙ୍କବାଦୀମାନେ କେଉଁଠୁ ଟଙ୍କା ପାଆନ୍ତି ? ସୀମା ଆରପଟୁ ଶତ୍ରୁମାନେ ଜାଲ ନୋଟ କାରବାର ଚଳାଇ ଆସୁଛନ୍ତି । ବର୍ଷ ବର୍ଷ ଧରି ଏଇ କାରବାର ଚାଲି ଆସୁଛି । ସେମାନେ ପାଂଚ ଶହ ଟଙ୍କିଆ ଓ ହଜାରେ ଟଙ୍କିଆ ଜାଲ ନୋଟ କାରବାର କରୁଥିବା ଅନେକ ଥର ଧରାପଡିଛି ଏବଂ ସେମାନଙ୍କ ଠାରୁ ବିପୁଳ ଜାଲ ନୋଟ ଜବତ କରାଯାଇଛି ।
ଭାଇ ଓ ଭଉଣୀମାନେ,
ଗୋଟିଏ ପଟେ ଆତଙ୍କବାଦ ସମସ୍ୟା, ଅନ୍ୟପଟେ ଦୁର୍ନୀତି ଓ କଳାଟଙ୍କାର ଚାଲେଞ୍ଜ । କ୍ଷମତାକୁ ଆସିବାର ତୁରନ୍ତ ପରେ, ଆମ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ଵରେ ଏଭଳି ଦୁର୍ନୀତିର ତଦନ୍ତ ଲାଗି ଏସଆଇଟି ଗଠନ କରିଥିଲୁ । ସେହିଦିନଠାରୁ ଏ ପର୍ଯ୍ୟନ୍ତ –
ମୋର ପ୍ରିୟ ଦେଶବାସୀଗଣ,
ଏହିସବୁ ପ୍ରୟାସ ମାଧ୍ୟମରେ ଗତ ଅଢ଼େଇ ବର୍ଷ ମଧ୍ୟରେ ଆମେ ପ୍ରାୟ ୧ ଲକ୍ଷ ୨୫ ହଜାର କୋଟି ଟଙ୍କା ଯାହାକି ଦୁର୍ନୀତିଗ୍ରସ୍ତ ଲୋକଙ୍କ ନିକଟରେ ଥିଲା ତାହା ଆଣିପାରିଛୁ । ସଚ୍ଚୋଟ ଲୋକମାନେ ଚାହାନ୍ତି ଯେ ଦୁର୍ନୀତି, କଳା ଟଙ୍କା, ବେନାମୀ ସମ୍ପତ୍ତି, ଆତଙ୍କବାଦ ଏବଂ ଜାଲ ନୋଟ କାରବାର ବିରୋଧରେ ଏହି ସଂଗ୍ରାମ ଜାରି ରହୁ । କେଉଁ ସଚ୍ଚୋଟ ଲୋକ ମନରେ ଦୁଃଖ ନ ଆସିବ ଯେ ଜଣେ ସରକାରୀ ଅଧିକାରୀଙ୍କ ଶେଯ ତଳୁ କୋଟି କୋଟି ଟଙ୍କାର ନଗଦ ନୋଟ ବାହାରୁଛି ? ପୁଣି ଅଖାବସ୍ତା ଭିତରୁ କୋଟି କୋଟି ଟଙ୍କା ମିଳୁଥିବା ଖବର ପ୍ରକାଶ ପାଉଛି ।
ଏଭଳି କଳା ଟଙ୍କା କାରବାର ପରିମାଣ ଆମକୁ ଦୁର୍ନୀତିର ମାତ୍ରା ସମ୍ପର୍କରେ ସୂଚନା ପ୍ରଦାନ କରେ । ଦୁର୍ନୀତି ଉପାୟରେ ଉପାର୍ଜିତ ଅର୍ଥ ଯେତେବେଳେ ଉପଯୋଗ କରାଯାଉଛି ମୁଦ୍ରାସ୍ଫୀତି ଉତ୍କଟ ଆକାର ଧାରଣ କରୁଛି, ଏହାର କୁପ୍ରଭାବ ଗରିବଙ୍କୁ ଭୋଗିବାକୁ ହେଉଛି । ଗରିବ ଓ ମଧ୍ୟବର୍ଗର ଲୋକଙ୍କ କ୍ରୟ କ୍ଷମତା ଉପରେ ଏହାର ପ୍ରତ୍ୟକ୍ଷ ପ୍ରଭାବ ପଡୁଛି । ଆପଣମାନେ ଘର ବି ଜମି ଖଣ୍ଡେ କିଣିଲାବେଳେ ଏକଥା ନିଜେ ଅନୁଭବ କରିଥିବେ । ଚେକରେ ଦେଉଥିବା ଟଙ୍କା ବ୍ୟତୀତ ବିପୁଳ ଟଙ୍କାର ନଗଦ ରାଶି ଦାବି କରାଯାଉଥିବ । କୌଣସି ସମ୍ପତି କ୍ରୟ କଲାବେଳେ ସଚ୍ଚୋଟ ଲୋକଙ୍କ ସକାଶେ ଏହା ସବୁଠାରୁ ଜଟିଳ ସମସ୍ୟା ଟଙ୍କାର ଅପବ୍ୟବହାର ଏଭଳି କୃତ୍ରିମ ସମସ୍ୟା ସୃଷ୍ଟି କରିଛି ଏବଂ ଘର ଜମି, ଉଚ୍ଚଶିକ୍ଷା, ସ୍ଵାସ୍ଥ୍ୟସେବା ଆଦି ଦ୍ରବ୍ୟ ଓ ସେବା ମୂଲ୍ୟକୁ ବୃଦ୍ଧି କରିଛୁ ।
ନଗଦ ରାଶିର ବିପୁଳ ବ୍ୟବହାର ମଧ୍ୟ ହାୱଲା ବ୍ୟାପାରକୁ ସୁଦୃଢ଼ କରିଛି ଯାହା କଳା ଟଙ୍କା ଏବଂ ବେଆଇନ ଅସ୍ତ୍ର କିଣାବିକା ସହ ପ୍ରତ୍ୟେକ୍ଷ ଭାବେ ଜଡିତ । ନିର୍ବାଚନରେ କଳା ଟଙ୍କାର ବ୍ୟବହାର ସମ୍ପର୍କରେ ବର୍ଷ ବର୍ଷ ଧରି ଆଲୋଚନା ହୋଇଚାଲିଛି ।
ଭାଇ ଓ ଭଉଣୀମାନେ,
ଦୁର୍ନୀତି ଓ କଳା ଟଙ୍କାର ମୁଠାକୁ ଭାଙ୍ଗିବା ଲାଗି, ଆମେ ସ୍ଥିର କରିଛୁ ଯେ ବର୍ତ୍ତମାନ ପ୍ରଚଳିତ ହେଉଥିବା ପାଂଚଶହ ଏବଂ ଏକ ହଜାର ଟଙ୍କିଆ ନୋଟ ଆଜି ମଧ୍ୟରାତ୍ରଠାରୁ ଆଉ “ଲିଗାଲ ଟେଣ୍ଡର” (ବୈଧ) ହୋଇ ରହିବନାହିଁ । ଅର୍ଥାତ ୮ ନଭେମ୍ବର, ୨୦୧୬ଠାରୁ ଏହି ଘୋଷଣା ବଳବତ୍ତର ହେବ । ଏହାର ଅର୍ଥ, ଆଜି ମଧ୍ୟରାତ୍ରଠାରୁ କୌଣସି ପ୍ରକାର କାରବାର ସକାଶେ ଏହି ନୋଟ ଆଉ ଗ୍ରହଣୀୟ ହେବନାହିଁ । ତେଣୁ ଦେଶଦ୍ରୋହୀ ଏବଂ ସମାଜ ବିରୋଧୀ ତତ୍ତ୍ଵଙ୍କ ନିକଟରେ ଗଦାହୋଇ ରହିଥିବା ପାଂଚଶହ ଓ ହଜାର ଟଙ୍କିଆ ନୋଟ ସବୁ ରଦ୍ଦି କାଗଜରେ ପରିଣତ ହୋଇଯିବ । ତେବେ ସଚ୍ଚୋଟ ଏବଂ ପରିଶ୍ରମୀ ଲୋକଙ୍କ ଅଧିକାର ଓ ସ୍ଵାର୍ଥ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ । ମୁଁ ଆପଣମାନଙ୍କୁ ଆଶ୍ଵାସନା ଦେବାକୁ ଚାହେଁ ଯେ ଆପଣଙ୍କ ପାଖରେ ଥିବା ଶହେ, ପଚାଶ, କୋଡିଏ, ଦଶ, ପାଂଚ, ଦୁଇ ଓ ଏକ ଟଙ୍କିଆ ନୋଟ ଓ ମୁଦ୍ରା ପ୍ରଚଳନ ଓ କାରବାରକ୍ଷମ ହୋଇ ରହିବ ଏବଂ ଏଥିରେ କୌଣସି ଆଞ୍ଚ ଆସିବ ନାହିଁ ।
ଏହି ପଦକ୍ଷେପ ସାଧାରଣ ଲୋକଙ୍କ ହାତ ମୁଠାକୁ ଦୁର୍ନୀତି, କଳା ଟଙ୍କା ଓ ଜାଲ ନୋଟ ବିରୋଧରେ ସଂଗ୍ରାମ କରିବା ନିମନ୍ତେ ସୁଦୃଢ଼ କରିବ । ଏ ଦିଗରେ ଲୋକମାନଙ୍କ ଅସୁବିଧାକୁ ଆଗାମୀ ଦିନରେ ହ୍ରାସ କରିବା ନିମନ୍ତେ ଅନେକ ଗୁଡିଏ ପଦକ୍ଷେପ ନିଆଯାଇଛି ।
ଭାଇ ଓ ଭଉଣୀମାନେ,
ଏସବୁ ପ୍ରୟାସ ସତ୍ତ୍ୱେ, ସଚ୍ଚୋଟ ନାଗରିକମାନଙ୍କୁ ଅସ୍ଥାୟୀ ଭାବେ କିଛି ନା କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଅନୁଭୂତି ଆମକୁ କହେ ଯେ ଦେଶର ସ୍ଵାର୍ଥପାଇଁ ସାଧାରଣ ନାଗରିକମାନେ ସଦାବେଳେ ତ୍ୟାଗ କରିବାକୁ ଓ ସମସ୍ୟାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଥାଆନ୍ତି । ଯେତେବେଳେ ଜଣେ ଗରିବ ବିଧବା ମହିଳା ତାଙ୍କର ଏଲପିଜି ସବସିଡି ଫେରାଇ ଦେଲେ, ସେ ମନୋଭାବକୁ ମୁଁ ଅନୁଭବ କରିଥିଲି। ଯେତେବେଳେ ଜଣେ ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ ତାଙ୍କ ପେନସନ ଅର୍ଥରୁ ସ୍ଵଚ୍ଛ ଭାରତ ଅଭିଯାନକୁ ଅନୁଦାନ ଦେଇପାରନ୍ତି, ଯେତେବେଳେ ଜଣେ ଗରିବ ଆଦିବାସୀ ମହିଳା ନିଜର ଛେଳି ବିକି ଶୌଚାଳୟ ନିର୍ମାଣ କରିପାରେ । ଯେତେବେଳେ ଜଣେ ସୈନିକ ନିଜ ଗ୍ରାମକୁ ସ୍ଵଚ୍ଛ କରିବା ସକାଶେ ୫୭ ହଜାର ଟଙ୍କା ଦାନ ଦେଇପାରନ୍ତି, ତାହା ମୁଁ ଅନୁଭବ କରିଛି । ମୁଁ ଦେଖିଛି ଯେ କିଛି କରିବାର ପ୍ରତିବଦ୍ଧତା ସାଧାରଣ ଲୋକଙ୍କଠାରେ ରହିଛି, ଯାହାକି ରାଷ୍ଟ୍ରର ପ୍ରଗତି ପାଇଁ ଉଦ୍ଦିଷ୍ଟ ।
ତେଣୁ ଦୁର୍ନୀତି, କଳା ଟଙ୍କା, ଜାଲ ନୋଟ ଓ ଆତଙ୍କବାଦ ବିରୋଧୀ ଏହି ସଂଗ୍ରାମରେ, ଆମ ଦେଶକୁ ସ୍ଵଚ୍ଛ କରିବାର ଏହି ଆନ୍ଦୋଳନରେ ଆମ ଦେଶର ନାଗରିକମାନେ କଣ କିଛି ଦିନ ପାଇଁ କିଛିଟା କଷ୍ଟ ସ୍ଵୀକାର କରିପାରବେ ନାହିଁ ? ମୋର ଲୋକଙ୍କ ଉପରେ ଦୃଢ଼ ଆସ୍ଥା ଅଛି ଯେ ଏହି ମହାଯଜ୍ଞରେ ସମସ୍ତ ନାଗରିକ ଅଂଶଗ୍ରହଣ କରିବେ ।
ମୋର ପ୍ରିୟ ଦେଶବାସୀଗଣ,
ଦୀପାବଳି ଉତ୍ସବ ପରେ ଏବେ ଦେଶ ସହ ଯୋଗ ଦିଅନ୍ତୁ ଏବଂ ଇମାନଦାରୀର ଉତ୍ସବ, ଏହି ପ୍ରତ୍ୟାଶାର ପର୍ବ, ଏହି ନିଷ୍ଠାର ଉତ୍ସବ, ଏହି ଗୌରବର ଉତ୍ସବ ସହ ହାତ ମିଳାନ୍ତୁ ।
ମୁଁ ଦୃଢ଼ ନିଶ୍ଚିତ ଯେ, ସମସ୍ତ ରାଜନୈତିକ ଦଳ, ସମାଜସେବୀ ସଂଗଠନ, ଗଣମାଧ୍ୟମ ଓ ସମାଜର ସବୁ ବର୍ଗ ଉତ୍ସୁକତାର ସହ ଅଂଶଗ୍ରହଣ କରି ଏହାକୁ ସଫଳ କରିବେ ।
ମୋର ପ୍ରିୟ ଦେଶବାସୀଗଣ,
ଏଭଳି କାର୍ଯ୍ୟ ଲାଗି ଗୋପନୀୟତା ରକ୍ଷା ଏକାନ୍ତ ଜରୁରୀ ଏବଂ ମୁଁ ଯେତେବେଳେ ଆପଣମାନଙ୍କୁ ଏକଥା କହୁଛି, ବ୍ୟାଙ୍କ, ପୋଷ୍ଟ ଅଫିସ, ରେଳବାଇ, ହସ୍ପିଟାଲ ଓ ଅନ୍ୟାନ୍ୟ ସଂସ୍ଥା ଭଳି ଏଜେନ୍ସୀମାନଙ୍କୁ ସୂଚୀତ କରାଯାଉଛି । ରିଜର୍ଭ ବ୍ୟାଙ୍କ, ବ୍ୟାଙ୍କ, ପୋଷ୍ଟ ଅଫିସକୁ ଖୁବ କମ ସମୟର ସୂଚନା ମଧ୍ୟରେ ଢ଼େର କାର୍ଯ୍ୟ କରିବାକୁ ପଡିବ । ନିଶ୍ଚତ ଭାବେ ଏଥିପାଇଁ ସମୟ ଲୋଡା । ତେଣୁ ନଭେମ୍ବର ୯ ତାରିଖ ଦିନ ସବୁ ବ୍ୟାଙ୍କ ବନ୍ଦ ରହିବ । ଆପଣମାନଙ୍କୁ ଏହା କିଛିଟା କଷ୍ଟରେ ପକାଇପାରେ । ଏଭଳି ଜାତୀୟ ଗୁରୁତ୍ଵ ବହନକାରୀ ଦାୟିତ୍ଵକୁ ବ୍ୟାଙ୍କ ଓ ପୋଷ୍ଟ ଅଫିସମାନେ ସଫଳତାର ସହ ସମ୍ପନ୍ନ କରିବେ ବୋଲି ମୋର ପୂର୍ଣ୍ଣ ଆସ୍ଥା ରହିଛି । ତେବେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ନିବେଦନ କରୁଛି ଯେ ଧୈର୍ଯ୍ୟ ଓ ପ୍ରତିବଦ୍ଧତାର ସହ ଆପଣମାନେ ସଭିଏଁ ବ୍ୟାଙ୍କ ଓ ପୋଷ୍ଟ ଅଫିସକୁ ସହେଯାଗ କରିବେ ।
ମୋର ପ୍ରିୟ ଦେଶବାସୀଗଣ,
ସମୟାନ୍ତରେ, ନୋଟର ଆବଶ୍ୟକତାକୁ ଚାହିଁ, କେନ୍ଦ୍ର ସରକାରଙ୍କ ମଞ୍ଜୁରି ସହ ରିଜର୍ଭ ବ୍ୟାଙ୍କ ଅଧିକ ମୂଲ୍ୟର ନୋଟ ପ୍ରଚଳନ କରିବେ । ୨୦୧୪ରେ ୫୦୦୦(ପାଞ୍ଚ ହଜାର) ଓ ୧୦୦୦୦ (ଦାଶ ହଜାର) ଟଙ୍କିଆ ନୋଟ ପ୍ରଚଳନ ଲାଗି ରିଜର୍ଭ ବ୍ୟାଙ୍କ ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଇଥିଲେ । ସତର୍କତାର ସହ ବିଚାର କରାଯିବା ପରେ ତାହା ଗ୍ରହଣ କରାଯାଇନଥିଲା । ଏବେ ଏହି ପ୍ରକ୍ରିୟାର ଅଂଶସ୍ଵରୂପ, ୨୦୦୦ ଟଙ୍କିଆ ନୋଟ ପ୍ରଚଳନ ସକାଶେ ଆରବିଆଇ ପ୍ରସ୍ତାବକୁ ଗ୍ରହଣ କରାଯାଇଛି । ସମ୍ପୂର୍ଣ୍ଣ ନୂଆ ଡିଜାଇନ ସହ ୫୦୦ ଟଙ୍କିଆ ଓ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ କରାଯିବ । ଅତୀତର ଅନୁଭୂତି ଆଧାରରେ ଉଚ୍ଚ ଦରର ନୋଟର ସୀମାକୁ ମୋଟ ଅର୍ଥ ପ୍ରଚଳନର ଅନୁପାତ ଅନୁସାରେ ଆରବିଆଇ ସୀମିତ ରଖିବେ ।
ଦେଶର ଇତିହାସରେ ଏପରି ସମୟ ଆସେ ଯେତେବେଳେ ପ୍ରତ୍ୟେକ ନାଗରିକ ମଧ୍ୟ ଏହି ମୁହୂର୍ତ୍ତର ଅଂଶ ବିଶେଷ ବୋଲି ଅନୁଭବ କରେ । ଦେଶର ପ୍ରଗତି ପାଇଁ ତାର ବି ଅବଦାନ ରହିଛି ବୋଲି ସେ ଭାବେ । ଏପରି ମୁହୂର୍ତ୍ତ କ୍ୱଚିତ ଆସେ । ଏବେ ଏହି ମହାଯଜ୍ଞରେ ପ୍ରତ୍ୟେକ ନାଗରିକ ସାମିଲ ହେବାର ସୁଯୋଗ ଆସିଛି । ଦୁର୍ନୀତି, କଳା ଟଙ୍କା, ଜାଲ ନୋଟ ବିରୋଧରେ ଏହି ଅଭିଯାନ ଆରମ୍ଭ ହୋଇଛି । ଆପଣମାନେ ଏହାକୁ ଯେତେ ସହଯୋଗ ଯୋଗାଇବେ ତାହା ସେତିକି ସଫଳତା ଲାଭ କରିବ ।
ଏହା ଉଦବେଗର କଥା ଯେ ଦୁର୍ନୀତି ଓ କଳା ଟଙ୍କାକୁ ଆମେ ଜୀବନର ଅଂଶବିଶେଷ ରୂପେ ଗ୍ରହଣ କରି ସାରିଛେ । ଏହା ଆମ ରାଜନୀତିକୁ ପ୍ରଶାସନକୁ ଓ ସମାଜକୁ ଏକ ଘୂଣପୋକ ଭଳି ଆକ୍ରାନ୍ତ କରିଛି । କୌଣସି ସରକାରୀ ଅନୁଷ୍ଠାନ ଏଭଳି ସଂକ୍ରମଣ ପ୍ରଭାବରୁ ମୁକ୍ତ ନୁହେଁ । ବାରମ୍ବାର ମୁଁ ଦେଖିଛି ଯେ ସାଧାରଣ ଲୋକଙ୍କୁ ଅନ୍ୟାୟ ଓ ଅସୁବିଧା ସମ୍ମୁଖୀନ ହେବା ଭିତରୁ ଯେତେବେଳେ ଗୋଟିଏ ବାଛିବାକୁ ପଡେ, ସେମାନେ ଅସୁବିଧାକୁ ହିଁ ଚୟନ କରିଥାନ୍ତି, ସେମାନେ କଦାପି ଅନ୍ୟାୟକୁ ଗ୍ରହଣ କରିନଥାନ୍ତି ।
ପୁଣି ଥରେ ସମାଜ ଶୋଧନରେ ଏହି ମହାଯଜ୍ଞରେ ଆପଣମାନଙ୍କ ଯୋଗଦାନ ଲାଗି ମୁଁ ଆପଣମାନଙ୍କୁ ଆହ୍ଵାନ ଜଣାଉଛି । ଦୀପାବଳି ଅବସର ଯେଉଁଭଳି ଆପଣ ନିଜ ପରିବେଶକୁ ସ୍ଵଚ୍ଛ କରିଛନ୍ତି ।
ଆପଣମାନଙ୍କୁ ଅଶେଷ ଧନ୍ୟବାଦ । ବହୁତ ବହୁତ ଧନ୍ୟବାଦ ।
ନମସ୍କାର
ଭାରତ ମାତାକୀ ଜୟ ।
**********
पिछले ढाई वर्षों में सवा सौ करोड़ देशवासियों के सहयोग से आज भारत ने ग्लोबल इकॉनमी में एक “ब्राइट स्पॉट” के रूप में उपस्तिथि दर्ज कराई है: PM
— PMO India (@PMOIndia) November 8, 2016
यह सरकार गरीबों को समर्पित है और समर्पित रहेगी : PM @narendramodi
— PMO India (@PMOIndia) November 8, 2016
देश में भ्रष्टाचार और कला धन जैसी बीमारियों ने अपना जड़ जमा लिया है और देश से गरीबी हटाने में ये सबसे बड़ी बाधा है: PM @narendramodi
— PMO India (@PMOIndia) November 8, 2016
हर देश के विकास के इतिहास में ऐसे क्षण आये हैं जब एक शक्तिशाली और निर्णायक कदम की आवश्यकता महसूस की गई : PM @narendramodi
— PMO India (@PMOIndia) November 8, 2016
सीमा पार के हमारे शत्रु जाली नोटों के जरिये अपना धंधा भारत में चलाते हैं और यह सालों से चल रहा है : PM #IndiaFightsCorruption
— PMO India (@PMOIndia) November 8, 2016
आज मध्य रात्रि से वर्तमान में जारी 500 रुपये और 1,000 रुपये के करेंसी नोट लीगल टेंडर नहीं रहेंगे यानि ये मुद्राएँ कानूनन अमान्य होंगी : PM
— PMO India (@PMOIndia) November 8, 2016
500 और 1,000 रुपये के पुराने नोटों के जरिये लेन देन की व्यवस्था आज मध्य रात्रि से उपलब्ध नहीं होगी : PM @narendramodi
— PMO India (@PMOIndia) November 8, 2016
100 रुपये, 50 रुपये, 20 रुपये, 10 रुपये, 5 रुपये, 2 रुपये और 1 रूपया का नोट और सभी सिक्के नियमित हैं और लेन देन के लिए उपयोग हो सकते हैं: PM
— PMO India (@PMOIndia) November 8, 2016
देशवाशियों को कम से कम तकलीफ का सामना करना पड़े, इसके लिए हमने कुछ इंतज़ाम किये हैं: PM @narendramodi
— PMO India (@PMOIndia) November 8, 2016
500 और 1,000 रुपये के पुराने नोट, 10 नवम्बर से लेकर 30 दिसम्बर तक अपने बैंक या डाक घर के खाते में बिना किसी सीमा के जमा करवा सकते हैं: PM
— PMO India (@PMOIndia) November 8, 2016
आपकी धनराशि आपकी ही रहेगी, आपको कोई चिंता करने की जरूरत नहीं है : PM @narendramodi
— PMO India (@PMOIndia) November 8, 2016
9 नवम्बर और कुछ स्थानों में 10 नवम्बर को भी ATM काम नहीं करेंगे : PM @narendramodi
— PMO India (@PMOIndia) November 8, 2016
समय समय पर मुद्रव्यवस्था को ध्यान में रख कर रिज़र्व बैंक, केंद्र सरकार की सहमति से नए अधिक मूल्य के नोट को सर्कुलेशन में लाता रहा है: PM
— PMO India (@PMOIndia) November 8, 2016
अब इस पूरी प्रक्रिया में रिज़र्व बैंक द्वारा 2,000 रुपये के नए नोट के प्रस्ताव को स्वीकार किया गया है: PM @narendramodi
— PMO India (@PMOIndia) November 8, 2016
Efforts by the NDA Government under PM @narendramodi to curb corruption and fight black money. #IndiaFightsCorruption pic.twitter.com/0Tt8FlvbQ2
— PMO India (@PMOIndia) November 8, 2016
Rs. 500 and Rs. 1000 notes cease to be legal tender. #IndiaFightsCorruption pic.twitter.com/mk5HV0N0Ro
— PMO India (@PMOIndia) November 8, 2016
Here is what you can do. #IndiaFightsCorruption pic.twitter.com/jtoCuXFohF
— PMO India (@PMOIndia) November 8, 2016
People friendly measures to minimise inconvenience. #IndiaFightsCorruption pic.twitter.com/bVlsN2sQhG
— PMO India (@PMOIndia) November 8, 2016
Towards an India that is free from corruption and black money. #IndiaFightsCorruption pic.twitter.com/1igzxhtRPG
— PMO India (@PMOIndia) November 8, 2016
'Now is the time to change this'.... #IndiaFightsCorruption pic.twitter.com/xoKnL6elH7
— PMO India (@PMOIndia) November 8, 2016
A historic step that benefits the poor, the middle class and the neo-middle class. #IndiaFightsCorruption pic.twitter.com/l9hRwYeywI
— PMO India (@PMOIndia) November 8, 2016
Let us all participate in this Mahayagna. #IndiaFightsCorruption pic.twitter.com/RipWqwqxXM
— PMO India (@PMOIndia) November 8, 2016
Honest citizens want this fight against corruption, black money, benami property, terrorism & counterfeit currency to continue. pic.twitter.com/u7KMzMlLrC
— PMO India (@PMOIndia) November 9, 2016
An honest citizen should never have to face problems in buying property. pic.twitter.com/FBn2ooyPuf
— PMO India (@PMOIndia) November 9, 2016
NDA Government is dedicated to the poor. It will always remain dedicated to them. pic.twitter.com/FYQJ2kEEnr
— PMO India (@PMOIndia) November 9, 2016
देश का प्रत्येक नागरिक भ्रष्टाचार के खिलाफ इस महायज्ञ में एक साथ मिलकर खड़ा होगा। pic.twitter.com/vmwv6fDmTu
— Narendra Modi (@narendramodi) 9 November 2016
भ्रष्टाचार से अर्जित कैश का कारोबार महँगाई को बढाता है। दुर्भाग्य से इसकी मार गरीबों और मध्यम वर्गीय परिवारों को झेलनी पड़ती है। pic.twitter.com/AO74Z606jG
— Narendra Modi (@narendramodi) 9 November 2016
A historic step to fight corruption, black money and terrorism. https://t.co/eQrEH6F0qW
— PMO India (@PMOIndia) November 10, 2016