Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଫେବୃୟାରୀ ୨୫ ତାରିଖରେ ‘ବାରିସୁ କନ୍ନଡ ଡିମ୍‍ ଡିମାଭା’ ସାଂସ୍କୃତିକ ମହୋତ୍ସବକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃୟାରୀ ୨୫, ୨୦୨୩ ଅପରାହ୍ନ ୫ଟାରେ ନୂଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ‘ବାରିସୁ କନ୍ନଡ aଡିମ୍‍ ଡିମାଭା’ ସାଂସ୍କୃତିକ ମହୋତ୍ସବକୁ ଉଦଘାଟନ କରିବେ । ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ ।

ପ୍ରଧାନମନ୍ତ୍ରୀଙ୍କ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଦର୍ଶନ ସହିତ କର୍ଣ୍ଣାଟକର ସଂସ୍କୃତି, ପରମ୍ପରା ଓ ଐତିହ୍ୟର ପାଳନ ପାଇଁ ‘ବାରିସୁ କନ୍ନଡ ଡିମ୍‍ ଡିମାଭା’ ସାଂସ୍କୃତିକ ମହୋତ୍ସବ ଆୟୋଜିତ ହେଉଛି ।  ଆଜାଦୀ କା ଅମୃତ ମହୋତ୍ସବ କାଳରେ ଶତାଧିକ କଳାକାର ନୃତ୍ୟ, ସଙ୍ଗୀତ, ଡ୍ରାମା ଆଦି ଜରିଆରେ କର୍ଣ୍ଣାଟକର ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶନ କରିବାର ସୁଯୋଗ ପାଇବେ ।

HS