ମଞ୍ଚରେ ବିରାଜମାନ ଛତିଶଗଡ଼ର ରାଜ୍ୟପାଳ ଶ୍ରୀମାନ ବଳରାମ ଦାସଜୀ ଟଣ୍ଡନ, ଛତିଶଗଡ଼ର ଜନପ୍ରିୟ ମୁଖ୍ୟମନ୍ତ୍ରୀ ଡକ୍ଟର ରମଣ ସିଂହଜୀ, କେନ୍ଦ୍ର ମନ୍ତ୍ରୀ ପରଷଦରେ ମୋର ସାଥି ଶ୍ରୀମାନ ବିଷ୍ଣୁ ଦେବଜୀ, ଛତିଶଗଡ଼ ବିଧାନସଭାର ଅଧ୍ୟକ୍ଷ ଶ୍ରୀମାନ ଗୌରୀଶଙ୍କର ଅଗ୍ରୱାଲଜୀ, ଛତିଶଗଡ଼ ସରକାରଙ୍କର ସମସ୍ତ ମନ୍ତ୍ରୀଗଣ, ସାଂସଦ ଶ୍ରୀ ରମେଶଜୀ, ମଞ୍ଚରେ ବିରାଜମାନ ସମସ୍ତ ମହାନୁଭବ ଏବଂ ବିଶାଳ ସଂଖ୍ୟାରେ ଆସିଥିବା ଛତିଶଗଡ଼ର ମୋର ପ୍ରିୟ ଭାଇ ଓ ଭଉଣୀମାନେ ।
ଏବେ ତ, ଦେଶ ଦୀପାବଳିର ଉତ୍ସବରେ ବୁଡି ରହିଛି । ସବୁଆଡେ ଦିୱାଲୀ ପାଳନ କରାଯାଉଛି ଏବଂ ଏହି ସମୟରେ ମତେ ଛତିଶଗଡ଼ ଆସିବାର ସୁଯୋଗ ମିଳିଛି । ମୁଁ ଆପଣ ସମସ୍ତଙ୍କୁ ଦୀପାବଳିର ଏହି ପବିତ୍ର ପର୍ବର ବହୁତ ବହୁତ ଶୁଭକାମନା ଜଣାଉଛି । ଆଜି ହେଉଛି ମୋର ଏକ ବିଶେଷ ସୌଭାଗ୍ୟ । ଯେତେବେଳେ ମାଆମାନେ, ଭଉଣୀମାନେ ଆଶୀର୍ବାଦ ଦେଉଛନ୍ତି, ତ ଆପଣଙ୍କ କାର୍ଯ୍ୟ କରିବାର ଶକ୍ତି ଅନେକ ଗୁଣ ବଢି ଯାଇଥାଏ । ଆଜି ପୁରା ଛତିଶଗଡ଼ରେ ଭାଇଦୂଜର ଏହି ଉତ୍ସବ ଅବସରରେ ଲକ୍ଷ ଲକ୍ଷ ସଂଖ୍ୟାରେ ଭଉଣୀମାନେ ଆସି ମତେ ଆଶୀର୍ବାଦ ଦେଇଛନ୍ତି । ବିଶେଷ କରି ମୋର ଆଦିବାସୀ ଭଉଣୀମାନେ ମତେ ଆଶୀର୍ବାଦ ଦେଇଛନ୍ତି । ମୁଁ ଏହି ସବୁ ଭଉଣୀମାନଙ୍କୁ ପ୍ରଣିପାତ କରୁଛି । ଏବଂ ମୁଁ ଆପଣମାନଙ୍କୁ ବିଶ୍ୱାସ ଦେଉଛି କି ଆପଣମାନଙ୍କ ଏହି ଭାଇ, ମା’ ଭାରତୀର କଲ୍ୟାଣ ପାଇଁ ୧୨୫ କୋଟି ଦେଶବାସୀଙ୍କର ମଙ୍ଗଳ ପାଇଁ ଆପଣମାନଙ୍କ ଆଶୀର୍ବାଦରେ କାର୍ଯ୍ୟ କରିବାରେ କେଉଁଠି ଉଣା କରିବ ନାହିଁ ।
ଆଜି ଛତିଶଗଡ଼ର ଆମ ରାଜ୍ୟପାଳ ଆମ ସମସ୍ତଙ୍କ ବରିଷ୍ଠ ନେତା ଶ୍ରୀମାନ ବଳରାମ ଦାସଜୀଙ୍କ ଜନ୍ମଦିନ । ମୁଁ ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ଆଜି ହେଉଛି ଏମିତି ଏକ ମହତ୍ୱପୂର୍ଣ୍ଣ ଦିବସ ଯେଉଁଥି ପାଇଁ ଆମେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଯେତିକି ଧନ୍ୟବାଦ ଦେବା ତାହା ସେତିକି କମ୍ ହେବ । ଆଜି ପୁରା ଛତିଶଗଡ଼ ତରଫରୁ, ପୁରା ମଧ୍ୟପ୍ରଦେଶ ତରଫରୁ, ପୁରା ଉତ୍ତର ପ୍ରଦେଶ ତରଫରୁ, ପୁରା ଉତ୍ତରାଖଣ୍ଡ ତରଫରୁ, ପୁରା ବିହାର ତରଫରୁ, ପୁରା ଝାଡ଼ଖଣ୍ଡ ତରଫରୁ ଆମେ ସବୁ ଅଟଳ ବିହାରୀ ବାଜପେୟୀଙ୍କୁ ବହୁତ-ବହୁତ ଧନ୍ୟବାଦ ଜଣାଉଛୁ । ତାଙ୍କୁ ଅଭିନନ୍ଦନ ଜଣାଉଛୁ କି ସେ ଛତିଶଗଡ଼ର ନିର୍ମାଣ କରିଛନ୍ତି ।
କୋଉ ରାଜ୍ୟର ଗଠନ ଏତେ ଶାନ୍ତିପୂର୍ଣ୍ଣ ଢଙ୍ଗରେ ହେବା, ପ୍ରେମର ଓ ସୌହାର୍ଦ୍ଦ୍ୟର ପରିବେଶରେ ହେବା, ନିଜସ୍ୱ ଭାବନାରେ ଅଧିକ ଶକ୍ତି ଦେବା ପ୍ରକ୍ରିୟାରେ ହେବା, ଆଗାମୀ ଦିନର ପ୍ରତ୍ୟେକ ପିଢୀଙ୍କ ପାଇଁ ଛତିଶଗଡ଼ ନିର୍ମାଣ ହେଉ, ଝାଡ଼ଖଣ୍ଡର ନିର୍ମାଣ ହେଉ, ଉତ୍ତରାଖଣ୍ଡର ନିର୍ମାଣ ହେଉ, ଦୂରଦୃଷ୍ଟିର ସହିତ ସମସ୍ତଙ୍କୁ ସାଙ୍ଗରେ ନେଇ ସବୁକିଛିର ସମାଧାନ କରି ଲୋକତାନ୍ତ୍ରିକ ପରମ୍ପରାରେ ଏବଂ ମର୍ଯ୍ୟାଦା ଗୁଡିକୁ ପାଳନ କରି କିପରି ରାଜ୍ୟ ଗଠନ କରାଯାଇ ପାରେ, ତା’ର ବହୁତ ବଡ ଉଦାହରଣ ବାଜପେୟୀଜୀ ପ୍ରସ୍ତୁତ କରିଛନ୍ତି । ନଚେତ ଆମେ ଜାଣିଛୁ । ଆମ ଦେଶରେ ରାଜ୍ୟର ନିର୍ମାଣ କିଭଳି ବିତୃଷ୍ଣା ଭାବ ସୃଷ୍ଟି କଲା । କେମିତି ଭେଦଭାବ ସୃଷ୍ଟି କରିଦେଲା । ଅଲଗା ରାଜ୍ୟ ଗଠନ ହେବା ପରେ ବିକାଶ ଯାତ୍ରା ପରିବର୍ତ୍ତେ ଯଦି ଠିକ୍ ଭାବରେ କାମ ହୁଏ ନାହିଁ, ତ ସବୁଦିନ ପାଇଁ ଶତ୍ରୁଭାବ ମଧ୍ୟରେ ବଞ୍ଚି ରହିବାକୁ ହୁଏ । ଅମେ ଭାଗ୍ୟଶାଳୀ ଅଟୁ ଯେ, ବାଜପେୟୀଙ୍କ ଭଳି ମହାନ ନେତା ଯିଏ ଆମକୁ ଛତିଶଗଡ଼ ଦେଇଛନ୍ତି । କେହି ଭାବିଥିଲା କି ୧୬ ବର୍ଷ ପୂର୍ବେ ଯେତେବେଳେ ଛତିଶଗଡ଼ ପ୍ରତିଷ୍ଠା ହେଲା, କିଏ ଭାବିଥିଲା କି ହିନ୍ଦୁସ୍ଥାନର ରାଜ୍ୟଗୁଡିକର ବିକାଶ ଯାତ୍ରାରେ ଏହି ଆଦିବାସୀ ବହୁଳ ନକ୍ସଲ ପ୍ରଭାବିତ ଅଞ୍ଚଳ ମଧ୍ୟ ହିନ୍ଦୁସ୍ଥାନର ବିକଶିତ ରାଜ୍ୟଙ୍କ ସହିତ ପ୍ରତିଦ୍ୱନ୍ଦିତା କରିବ । ଏବଂ ବିକାଶ ପ୍ରସଙ୍ଗରେ ଆଗକୁ ଯିବ । ୧୩ ବର୍ଷ ଧରି ଡକ୍ଟର ରମଣ ସିଂହଜୀଙ୍କୁ ସେବା କରିବାର ସୁଯୋଗ ମିଳିଛି । ଏବଂ ଆମମାନଙ୍କର ମନ୍ତ୍ର ରହିଛି- ବିକାଶର । ଦେଶର ପ୍ରତ୍ୟେକ ସମସ୍ୟାର ସମାଧାନ କେବଳ ଓ କେବଳ ମାତ୍ର ଗୋଟିଏ ମାର୍ଗରେ ହୋଇପାରିବ ଏବଂ ସେହି ମାର୍ଗଟି ହେଉଛି ବିକାଶର ମାର୍ଗ ।
ଆମକୁ ଯେଉଁଠି-ଯେଉଁଠି ସେବା କରିବାର ଅବସର ମିଳିଛି । ସେହି ସବୁ ରାଜ୍ୟଗୁଡିକରେ ଏବଂ ବର୍ତ୍ତମାନ ଭାରତ ସରକାରରେ ଆମେ ବିକାଶ ପଥରେ ଆଗକୁ ବଢିବା ପାଇଁ ପୁରା ସମର୍ପିତ ଭାବରେ ପ୍ରୟାସ କରୁଛୁ । ଆଜି ମୋର ଏହା ମଧ୍ୟ ସୌଭାଗ୍ୟ ଯେ, ଆମ ସମସ୍ତଙ୍କ ମାର୍ଗଦର୍ଶକ ଯାହଙ୍କ ଚିନ୍ତନର ଆଧାରଶୀଳା ଏବଂ ତାଙ୍କ ଚିନ୍ତନର ପରିପ୍ରକାଶରେ ଆମେ ଆମର ନୀତି ପ୍ରସ୍ତୁତ କରୁଛୁ, ରଣନୀତି ତିଆରି କରୁଛୁ । ଏବଂ ସମାଜର ଶେଷ ଧାଡିରେ ବସିଥିବା ଲୋକର କଲ୍ୟାଣ ପାଇଁ ଆମେ ପବିତ୍ର ଭାବରେ, ସେବା ଭାବରେ ଆମେ ନିଜକୁ ନିୟୋଜିତ କରୁଛୁ । ସେ ଆମର ପ୍ରେରଣା ପୁରୁଷ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଜୀ, ଏବେ ହେଉଛି ଯାହାଙ୍କ ଜନ୍ମ ଶତାବ୍ଦୀର ପର୍ବ । ଆମେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଜୀଙ୍କ ଜନ୍ମଶତାବ୍ଦୀ ବର୍ଷକୁ ଗରିବଙ୍କ କଲ୍ୟାଣ ବର୍ଷ ଭାବେ, ସରକାର ବର୍ଷସାରା, ସମାଜ, ସ୍ୱେଚ୍ଛାସେବୀ ସଂଗଠନ, ଗରିବଙ୍କ କଲ୍ୟାଣ ପାଇଁ କାର୍ଯ୍ୟକ୍ରମରେ ନିଜର ସମୟ ନିୟୋଜିତ କରିବେ । ଆଜି ସେହି ମହାପୁରୁଷ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଜୀଙ୍କ ପ୍ରତିମାର ଲୋକାର୍ପଣ କରିବାର ସୌଭାଗ୍ୟ ମୋତେ ମିଳିଛି । ଏବଂ ଜନପଦରୁ ରାଜପଥ ପର୍ଯ୍ୟନ୍ତ ଏକାତ୍ମ ପଥର ମଧ୍ୟ ଯାହା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଜୀଙ୍କ ଚିନ୍ତନର ଏକ ପରିଚୟ, ଗୋଟିଏ ଶବ୍ଦରେ କରିବାକୁ ଅଛି ତ, ତାହା ହେଉଛି ଏକାତ୍ମତା, ସେ ଏକାତ୍ମ ପଥ ନିର୍ମାଣ କରିଛନ୍ତି । ମୁଁ ଆଜି ସକାଳୁ ଯେତେବେଳ ଠାରୁ ଆସିଛି । ପ୍ରତ୍ୟେକ ଯାଗାକୁ ଯାଇ ଯୋଜନାଗୁଡିକୁ ଦେଖୁଥିଲି । ମନରେ ପ୍ରଭାବ ପକାଇବା ଭଳି ବଡ ଭଲ ଯୋଜନାଗୁଡିକ ପ୍ରସ୍ତୁତ ହୋଇଛି । ନିର୍ମାଣ କାର୍ଯ୍ୟ ମଧ୍ୟ ବହୁତ ଭଲ ହୋଇଛି.ଏବଂ ଆଜି ନୁହେଁ ଯଦି ୫୦ ବର୍ଷ ପରେ କିଏ ଛତିଶଗଡ଼ ଆସିବ, ନୂଆ ବା ନୟା ରାୟପୁର ଦେଖିବ, ଏକାତ୍ମ ପଥ ଦେଖିବ, ତ ତାକୁ ଲାଗିବ କି ହିନ୍ଦୁସ୍ଥାନର ଏକ ଛୋଟ ରାଜ୍ୟ ମଧ୍ୟ କ’ଣ ଆଶ୍ଚର୍ଯ୍ୟ କରିପାରେ । ଆଦିବାସୀ ଅଞ୍ଚଳ ମଧ୍ୟ କେମିତି ଏକ ନୂଆ ଚମକ ଆଣି ପାରିଛି । ଏହି ସନ୍ଦେଶର ଆଜି ଏକ ପ୍ରକାର ଶିଳାନ୍ୟାସ ହେଉଛି । ଏହି ଏକବିଂଶ ଶତାବ୍ଦୀ, ଛତିଶଗଡ଼ରେ ଆଜି ଯେଉଁ ଭିତ୍ତି ରଖାଯାଉଛି । ଆଜି ଯେଉଁ ଯେଜନାଗୁଡିକୁ ଆଗକୁ ନିଆଯାଉଛି । ଗରିବରୁ ଗରିବଙ୍କ କଲ୍ୟାଣ କାର୍ଯ୍ୟକୁ ଶକ୍ତି ଦିଆଯାଉଛି । ‘ମେକ୍ ଇନ ଇଣ୍ଡିଆ’ ଦ୍ୱାରା ଏଠାକାର ଯେଉଁ ପ୍ରାକୃତିକ ସଂପଦ ଅଛି । ତାର ମୂଲ୍ୟସମ୍ବର୍ଦ୍ଧନ କରି ଭାରତର ଅର୍ଥ ବ୍ୟବସ୍ଥାକୁ ମଧ୍ୟ ବଳ ଦେବା ପାଇଁ ପ୍ରୟାସ ଛତିଶଗଡ଼ର ମାଟିରୁ, ଛତିଶଗଡ଼ର ନାଗରିକମାନଙ୍କ ଦ୍ୱାରା, ଛତିଶଗଡ଼ର ସରକାରଙ୍କ ଦ୍ୱାରା, ଡକ୍ଟର ରମଣ ସିଂହଜୀଙ୍କ ଟିମ୍ ଦ୍ୱାରା ଯେଉଁ କାମ ହେଉଛି ତା’ର ପ୍ରଭାବ ପୁରା ଶତାବ୍ଦୀ ଧରି ରହିବ । ଏହା ଏମିତି ମଜବୁତ ଭିତ୍ତି ତିଆରି କରୁଛି, ଯାହା ଛତିଶଗଡ଼ର ଭାଗ୍ୟ ବଦଳାଇବ । ଏତିକି ନୁହେଁ ତାହା ହିନ୍ଦୁସ୍ଥାନର ଭାଗ୍ୟ ବଦଳାଇବାରେ ମଧ୍ୟ ନିଜର ବିଶେଷ ଭୁମିକା ତୁଲାଇବ ।
ମତେ ଆଜି ଡକ୍ଟର ରମଣ ସିଂହଜୀ ନିଜର ପ୍ରିୟ ପ୍ରକଳ୍ପ ଜଙ୍ଗଲ ସଫାରିକୁ ମଧ୍ୟ ବୁଲାଇବାକୁ ନିଆ ଯାଇଥିଲା । ଏବଂ ଲାଗୁଥିଲା କି ବାଘ ତାଙ୍କୁ ଚିହ୍ନିଥିଲା । ଆଖିରେ ଆଖି ମିଶାଇବାକୁ ଚାଲି ଆସିଥିଲା । ମୋର ବିଶ୍ୱାସ ଅଛି ଯେ, କେବଳ ଛତିଶଗଡ଼ର ଲୋକ ନୁହେଁ ଦେଶର ଅନ୍ୟ ଭାଗରୁ ମଧ୍ୟ ପର୍ଯ୍ୟଟନ ଦୃଷ୍ଟିରୁ, ଏହି ପ୍ରାକୃତିକ ପରିବେଶରେ ତିଆରି ହୋଇଥିବା ଜଙ୍ଗଲ ସଫାରୀକୁ ଲୋକ ଦେଖିବାକୁ ଆସିବେ । ପର୍ଯ୍ୟଟନ ବିକାଶର ବହୁତ ସମ୍ଭାବନା ରହିଛି । ଚତିଶଗଡ଼ ପାଖରେ ପର୍ଯ୍ୟଟନକୁ ବଳ ଦେବା ପାଇଁ ଅନ୍ତର୍ନିହିତ ବହୁତ ଶକ୍ତି ପଡି ରହିଛି । ଏଠାକାର ଶିଳ୍ପକଳା ଓ ପର୍ଯ୍ୟଟନ ଆକର୍ଷଣର ଏକ ମହତ୍ୱପୂର୍ଣ୍ଣ ଅଙ୍ଗ । ଏଠାକାର ଜଙ୍ଗଲ, ଏଠାକାର ପ୍ରାକୃତିକ ସଂପଦ ପର୍ଯ୍ୟଟକମାନଙ୍କ ପାଇଁ ଆଜି ପ୍ରକୃତି କୋଳକୁ ପେରିଆସିବା ଭଳି ଢଙ୍ଗରେ ତିଆରି ହୋଇଛି । ଯଦି ଏହାକୁ ପରିବେଶ ଅନୁକୂଳ ପର୍ଯ୍ୟଟନ ଭାବେ ନିମନ୍ତ୍ରଣ କରାଯାଏ ତ, ଏକ ବହୁତ ବଡ ସମ୍ଭାବନା ଛତିଶଗଡ଼ର ଜଙ୍ଗଲରେ ପରିବେଶ ଅନୁକୂଳ ପର୍ଯ୍ୟଟନ ପାଇଁ ପଡି ରହିଛି । ଏବଂ ପର୍ଯ୍ୟଟନ ଏମିତି ଏକ କ୍ଷେତ୍ର ଯେଉଁଥିରେ ଅତି କମ୍ ପୁଞ୍ଜି ନିବେଶ ଦ୍ୱାରା ଅଧିକ ଲୋକଙ୍କୁ ରୋଜଗାର ମିଳିଥାଏ । ଗୋଟିଏ କାରଖାନାକୁ ପ୍ରତିଷ୍ଠା କରବା ପାଇଁ ଯେତିକି ପୁଞ୍ଜି ଲାଗିବ ସେଥିରେ ଯେତିକି ରୋଜଗାର ମିଳିଥାଏ ତା’ର ଦଶଭାଗରୁ ଏକ ଭାଗ ପୁଞ୍ଜି ବିନିଯୋଗ କରି ଅଧିକ ଲୋକଙ୍କୁ ପର୍ଯ୍ୟଟନରୁ ରୋଜଗାର ମିଳିଥାଏ । ପର୍ଯ୍ୟଟନ ହେଉଛି ଏମିତି ଏକ କ୍ଷେତ୍ର ଗରିବରୁ ଗରିବ ଲୋକ ଆୟ କରିପାରିବେ । ଅଟୋ ରିକ୍ସାବାଲା ମଧ୍ୟ ଆୟ କରିପାରିବ । ଖେଳଣା ବିକ୍ରି କଲାବାଲା ମଧ୍ୟ ଆୟ କରିପାରିବ, ଫଳ, ଫୁଲ ବିକ୍ରି କଲାବାଲା ଆୟ କରିପାରିବ, ଚକୋଲେଟ, ବିସ୍କୁଟ ବିକ୍ରିକରି ଆୟ କରିପାରିବ, ଚା’ ବିକ୍ରି କଲାବାଲା ମଧ୍ୟ ଆୟ କରିପାରିବ । ଏହା ଗରିବରୁ ଗରିବକୁ ରୋଜଗାର ଦେଇଥାଏ । ଏଇଥିପାଇଁ ଏହି ନୟା ରାୟପୁର, ଏହି ଜଙ୍ଗଲ ସଫାରୀ, ଏକାତ୍ମ ପଥ ବିକାଶର ଧାମ ତ ନିଶ୍ଚୟ, କିନ୍ତୁ ଭବିଷ୍ୟତରେ ପର୍ଯ୍ୟଟନ କେନ୍ଦ୍ର ହୋଇ ପାରିବ । ଯେଉଁଭଳି ଭାବେ ଡକ୍ଟର ରମଣ ସିଂହଜୀ ମୋତେ ଲଗାତାର ଏହି ସବୁ ଜିନିଷର ବିବରଣୀ ଦେଉଥିଲେ, ମୋର ବିଶ୍ୱାସ ଅଛି ଯେଉଁ ସ୍ୱପ୍ନ ସେ ଦେଖିଛନ୍ତି ତାହା ନିକଟ ଭବିଷ୍ୟତରେ ପୁରା ଛତିଶଗଡ଼ର ଆଖି ସାମ୍ନାରେ ରହିବ । ଆଉ ରମଣ ସିଂହଙ୍କ ନେତୃତ୍ୱରେ ହେବ । ଏହା ବଡ ସନ୍ତୋଷର କଥା ।
ଭାଇ ଓ ଭଉଣୀମାନେ, ମୁଁ ଯେତେବେଳେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜନ୍ମ ଶତାବ୍ଦୀ କଥା କହୁଛି, ସେତେବେଳେ ଏହି ଦେଶରୁ ଗରିବୀ ଦୂର କରିବା ପାଇଁ, ଗରିବୀରୁ ମୁକ୍ତି ପାଇଁ, କେନ୍ଦ୍ର ହେଉ କି ରାଜ୍ୟ, ପଞ୍ଚାୟତ ହେଉକି ନଗର ପାଳିକା । ଆମେ ସମସ୍ତେ ମିଳିମିଶି ପୁରା ଶକ୍ତି ଲଗାଇ ଗରିବୀରୁ ମୁକ୍ତିର ଯୁଦ୍ଧ କାନ୍ଧକୁ କାନ୍ଧ ମିଶାଇ ଲଢିବାକୁ ହେବ । ଆଉ ଗରିବୀରୁ ମୁକ୍ତିର ମାର୍ଗ, ଏବଂ ଯେଉଁମାନଙ୍କୁ ଗରିବୀରେ ଜୀବନ ବିତାଇବାକୁ ପଡୁଛି । ତାଙ୍କୁ ଉପହାର ଦେଇ ରୋକାଯାଇ ପାରିବ ନାହିଁ । ତାଙ୍କୁ ସାମର୍ଥ୍ୟବାନ କରି ପରିଲେ ହିଁ ହୋଇପାରିବ । ଯଦି ତାଙ୍କୁ ଶିକ୍ଷିତ କରାଯିବ । ତାଙ୍କୁ ସେହି କଳା ଶିଖା ଯାଉ । ତାଙ୍କୁ କାର୍ଯ୍ୟ କରିବା ପାଇଁ ଯନ୍ତ୍ରପାତି ଦିଆଯାଉ, ଏବଂ ତାଙ୍କୁ କାର୍ଯ୍ୟ କରିବାର ସୁଯୋଗ ଦିଆଯାଏ ତେବେ ସେ କେବଳ ନିଜ ପରିବାରର ଗରିବୀ ଦୂର କରିବ ତାହା ନୁହେଁ, ବରଂ ସାହି ପଡିଶାର ଦୁଇ ପରିବାରର ଗରିବୀ ଦୂର କରିବାର ଶକ୍ତି ତା ପାଖକୁ ଚାଲି ଆସିବ । ଆଉ ଏଇଥିପାଇଁ ଗରିବୀ ସଶକ୍ତିକରଣ ଦିଗରେ ମଧ୍ୟ କାମକୁ ଆମେ ଗୁରୁତ୍ୱ ଦେଇଛୁ । ଆମେ ଜାଣିଛୁ ଯେ ଗରିବ ପିଲାଙ୍କ ପାଇଁ ସରକାରୀ ଯୋଜନା ତ ଚାଲୁଛି, ଟୀକାକରଣ ପାଇଁ, ଆରୋଗ୍ୟ ପାଇଁ, କିନ୍ତୁ ତା ସତ୍ତ୍ୱେ ମଧ୍ୟ ଯେଉଁ ମା’ କିଛି ପଢା ଲେଖା ଜାଣିଛନ୍ତି, ଟିକେ ସଚେତନ ଅଛନ୍ତି, ସେଠାକାର ସ୍ଥାନୀୟ ଲୋକ ଟିକେ ସକ୍ରିୟ ଅଛନ୍ତି, ଟୀକାକରଣ ହୋଇଯାଏ, ଗରିବର ପିଲା ଆସିବାକୁ ଥିବା ବେମାରୀରୁ ବଞ୍ଚି ବା ପାଇଁ ସୁରକ୍ଷା କବଚ ପ୍ରାପ୍ତ କରିନେଇ ଥାଏ । କିନ୍ତୁ ଏବେ ମଧ୍ୟ ଆମ ଦେଶରେ ଶିକ୍ଷାର ଅଭାବ ରହିଛି । ଗରିବ ମା’କୁ ଜଣା ନାହିଁ ପିଲାଙ୍କୁ କି କି ଟୀକା ଦେବାକୁ ପଡେ । ଆଉ ଲକ୍ଷ ଲକ୍ଷ ପିଲା ସରକାରୀ ଯୋଜନା ଥାଇ ମଧ୍ୟ, ବଜେଟ୍ ଅର୍ଥ ଖର୍ଚ୍ଚ ହୋଇ ମଧ୍ୟ ଟୀକାକରଣ କରାଇ ପାରୁ ନ ଥିଲେ । ଆମେ ଏକ ଇନ୍ଦ୍ରଧନୁଷ ଯୋଜନା ପ୍ରସ୍ତୁତ କରିଛୁ । ଏହି ଇନ୍ଦ୍ରଧନୁଷ ଯୋଜନା ମାଧ୍ୟମରେ ସମୟ ସରଣୀ ଅନୁସାରେ ଟୀକାକରଣ ହୋଇଥାଏ । ତାହା ଅଟକିବ ନାହିଁ । ଗାଁ ଗାଁ ଗଳି ଗଳି ଗରିବ ଘରକୁ ଯାଇ ଖୋଜିବାକୁ ପଡିବ । କେଉଁ ପିଲା ଅଛି ଯିଏ ଟୀକାକରଣରୁ ବାଦ ପଡି ଯାଇଛି । ପରିଶ୍ରମ ଚାଲିଛି ଆମ ସାଥୀମାନେ ମଧ୍ୟ ଲାଗିଛନ୍ତି । ଏବଂ ଲକ୍ଷ ଲକ୍ଷ ସଂଖ୍ୟାରେ ଏମିତି ବଞ୍ଚିତମାନଙ୍କୁ ଖୋଜି ବାହାର କଲେ ଏବଂ ଟୀକାକରଣ କରି ସେମାନଙ୍କୁ ଆରୋଗ୍ୟ ରହିବାର ଶକ୍ତି ପ୍ରଦାନର ପ୍ରୟାସ ଆମେ କରିଛୁ । ସଫଳତା ପୂର୍ବକ ଅଭିଯାନ ଚଲାଇଲୁ । ଯୋଜନା କେବଳ ସଂଖ୍ୟାରେ ନୁହେଁ ପରିଣାମରେ ପ୍ରାପ୍ତ କରିବା ଯାଏ ଯୋଡି ରହିବା ଏହି କଥା ଉପରେ ଆମେ ଗୁରତ୍ୱ ଦେଉଛୁ ।
ଗୋଟିଏ ଯୁଗ ଥିଲା ସଂସଦ ସଦସ୍ୟ ମାନଙ୍କୁ ୨୫ଟି ଗ୍ୟାସ୍ ସଂଯୋଗର କୁପନ ମିଳୁଥିଲା । ଆଉ ଶତାଧିକ ଲୋକ, ବଡ଼ ବଡ଼ ଲୋକ ସେହି MP ସାହେବଙ୍କ ଆଖ ପାଖରେ ଘୁରି ବୁଲୁଥିଲେ । ସାହେବ ମାତ୍ର ଗୋଟିଏ ଗ୍ୟାସ୍ ସଂଯୋଗର କୁପନ ଦେଇ ଦିଅନ୍ତୁ । ଘରକୁ ଗ୍ୟାସ୍ ସଂଯୋଗ ନେବାର ଅଛି । ବଡ଼-ବଡ଼ ଲୋକ ସୁପାରିଶ ପାଇଁ ଲାଗି ପଡୁଥିଲେ । କେବେ ସମ୍ବାଦପତ୍ରରେ ଆସୁଥିଲା କି, କିଛି MP ବା ସାଂସଦ ଗ୍ୟାସ୍ କୁପନ କଳାବଜାରରେ ବିକ୍ରି କରି ଦେଉଥିଲେ । ଏମିତି ବି ଖବର ଆସୁଥିଲା । ଗ୍ୟାସ୍ ସଂଯୋଗ ପାଇବା କେତେ କଷ୍ଟକର ଥିଲା । ଏହା ବହୁତ ପୁରୁଣା କଥା ନୁହେଁ,୧୦-୧୫ ବର୍ଷ ପୂର୍ବରୁ ଲୋକ ଏହା ଜାଣିଥିଲେ । ଭାଇ ଓ ଭଉଣୀମାନେ ମୁଁ ଦାୟିତ୍ୱ ନେଲି କି ମୋର ଗରିବ ମା’ ଯିଏ କାଠ ଚୂଲି ଜଳାଇ ଧୂଆଁରେ ନିଜର ଜୀବନ ବିତାଇ ଦେଲା । ଜଣେ ଗରିବ ମା’ଯେତେବେଳେ କାଠ ଚୂଲି ଜଳାଇ ଖାଦ୍ୟ ତିଆରି କରିଥାଏ ତ, ଚାରି ଶହ ସିଗାରେଟର ଧୂଆଁ ତା ଶରୀରକୁ ପ୍ରତି ଦିନ ଯାଇଥାଏ । ଆପଣ କଳ୍ପନା କରି ପାରୁଥିବେ । ଜଣେ ଗରିବ ମା’, ଯଦି ପ୍ରତିଦିନ ତା’ ଶରୀରକୁ ଚାରିଶହ ସିଗାରେଟର ଧୂଆଁ ଯିବ ତେବେ ସେହି ମା’ର ସ୍ୱାସ୍ଥ୍ୟ ଅବସ୍ଥା କ’ଣ ହେବ । ସେହି ପିଲାମାନଙ୍କର ଅବସ୍ଥା କ’ଣ ହେବ । ଆଉ ମୋ ଦେଶର ଭବିଷ୍ୟତର ଅବସ୍ଥା କ’ଣ ହେବ । କ’ଣ ଆମେ ଆମର ଗରିବ ମାଆମାନଙ୍କୁ ଏମିତି ଜୀବନ ଜିଇଁବାକୁ ବାଧ୍ୟ କରିବା କିମ୍ବା ସେମାନଙ୍କୁ ସେମାନଙ୍କ ଭାଗ୍ୟ ଉପରେ ଛାଡି ଦେବା । ଆମେ ଦାୟିତ୍ୱ ନେଇଛୁ । ଆଗାମୀ ତିନି ବର୍ଷରେ ଏହି ଗରିବ ପରିବାର ମଧ୍ୟରୁ ପାଞ୍ଚ କୋଟି ପରିବାରକୁ କାଠ ଚୂଲି ଏବଂ ଧୂଆଁରୁ ମୁକ୍ତି ଦେଇ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ଗ୍ୟାସ୍ ସଂଯୋଗ ଯୋଗାଇଦେବା ଏବଂ ଗ୍ୟାସ୍ ଚୂଲା ପହଞ୍ଚାଇବା, ଏବଂ ଜଙ୍ଗଲକୁ କାଠ କଟାରୁ ରକ୍ଷା କରିବା, କାଠ ଆଣିବାକୁ ମାଆମାନଙ୍କୁ ଯେଉଁ ପରିଶ୍ରମ କରିବାକୁ ପଡୁଥିଲା ସେଥିରୁ ରକ୍ଷା କରିବା, ଯେତେବେଳେ ଆବଶ୍ୟକ ପଡିବ ସେତେବେଳେ ପିଲାମାନଙ୍କୁ ଖାଦ୍ୟ ଖାଇବାକୁ ଦେବାର ବ୍ୟବସ୍ଥା କରିବା ଭଳି ବଡ କାମ ଚଳାଇଛୁ ।
ଭାଇ ଓ ଭଉଣୀମାନେ ଯାହା ମୂଳରେ ଗୋଟିଏ ବିଚାର ଅଛି, ଗୋଟିଏ ଭାବନା ଅଛି । ଦେଶକୁ ଗରିବୀରୁ ମୁକ୍ତି ଦେବା । ଭାଇ ଓ ଭଉଣୀମାନେ ଆମେ ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଚଲାଉଛୁ । କାହିଁକି? ଆମ ଦେଶରେ ଯୁବଶକ୍ତି ଭରି ରହିଛନ୍ତି । ତାଙ୍କ ପାଖରେ ମଜବୁତ୍ ବାହୁ ଅଛି । ହୃଦୟ ମଧ୍ୟ ଅଛି, ବୁଦ୍ଧି ମଧ୍ୟ ଅଛି । ଯଦି ସେମାନଙ୍କୁ ସୁଯୋଗ ମିଳିବ ତେବେ ଦୁନିଆରେ ସର୍ବୋତ୍ତମ ଜିନିଷ ତିଆରି କରିବାର ଶକ୍ତି ଆମ ଯୁବକମାନେ ରଖିଛନ୍ତି । ତାଙ୍କୁ ସେହି କଳା ଶିଖାଇବାର ଅଛି, ଯଦି ସେହି କଳା ଶିଖାଇବା । ଦକ୍ଷତା ବିକାଶ କରାଇବା, ମୋ ଯୁବକମାନେ ନିଜ ଗୋଡରେ ଠିଆ ହେବାର ଶକ୍ତି ରଖିଛନ୍ତି । ଆମ ସରକାର ପ୍ରତିଷ୍ଠା ହେବା ପରେ ଆମେ ଦକ୍ଷତା ବିକାଶର ଅଲଗା ମନ୍ତ୍ରଣାଳୟ ପ୍ରତିଷ୍ଠା କରିଛୁ । ଅଲଗା ମନ୍ତ୍ରୀ ରଖିଛୁ, ଅଲଗା ବଜେଟ୍ ଆବଣ୍ଟନ କରିଛୁ । ପୁରା ଦେଶରେ ସରକାରଙ୍କ ଦ୍ୱାରା, ରାଜ୍ୟଗୁଡିକ ଦ୍ୱାରା, କେନ୍ଦ୍ର ଦ୍ୱାରା, ଉଦ୍ୟୋଗ ଦ୍ୱାରା, ସରକାରୀ ଘରୋଇ ଭାଗିଦାରୀ ଦ୍ୱାରା, ଯେଉଁଭଳି ମଡେଲ୍ ଯେଉଁଠାରେ ବି ଲାଗୁ ହୋଇ ପାରିବ, ତାହାକୁ ଳାଗୁ କରି ଦକ୍ଷତା ବିକାଶର ବଡ଼ ଅଭିଯାନ ଚଲାଇଛୁ । ଦକ୍ଷତା ବିକାଶ କେଉଁଠାରୁ ଚଲାଇଛୁ, ସୁଖୀ ବା ସମ୍ପନ୍ନ ପରିବାରର ପିଲା ତ, ଭଲ କଲେଜରେ ସ୍ଥାନ ପାଇଯାଉଛନ୍ତି ବିଦେଶକୁ ଯାଉଛନ୍ତି । ଏମାନେ ହେଉଛନ୍ତି ଗରିବ ଘରର ପିଲା ଯେଉଁମାନେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ, ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବହୁ କଷ୍ଟରେ ପାଠ ପଢନ୍ତି ଓ ପାଠ ପଢା ଛାଡି ଦିଅନ୍ତି । ପୁଣି ଅଣକୁଶଳୀ ଶ୍ରମିକ ଭାବେ ଜୀବନ ବିତାଇ ଦେଇଥାନ୍ତି । ଆମେ ଏମିତ ବାଳକମାନଙ୍କୁ ଖୋଜାଖୋଜି କରି ଦକ୍ଷତା ବିକାଶ କରିବା ଦିଗରେ କାମ କରୁଛୁ । କାରଣ ଗରିବରୁ ଗରିବ ପିଲା ସମ୍ମାନର ସହିତ ନିଜ ହାତର କଳା କୌଶଳର ଶକ୍ତିରେ ନିଜ ଭବିଷ୍ୟତ ନିର୍ମାଣ କରି ପାରିବ । ସେହି ଦିଗରେ ଆମେ କାମ କରୁଛୁ । କାରଣ ଆମ ଦେଶକୁ ଗରିବୀରୁ ମୁକ୍ତି ଦେବାକୁ ପଡିବ । କାମ କେତେ କଷ୍ଟକର ହେଉ ନା କାହିଁକି । ଦେଶର ମଙ୍ଗଳ ଗରିବୀରୁ ମୁକ୍ତିରେ ହିଁ ଅଛି । ଯଦି ଗରିବୀରୁ ମୁକ୍ତି କରିପାରିବା ନାହିଁ ତେବେ ବାକି ୫୦ ଜିନିଷ କରି ନିଜ ଦେଶର ଭାଗ୍ୟ ବଦଳିବ ନାହିଁ । ଆଉ ସେଇଥି ପାଇଁ ଆମର ପୁରା ବଳ ପୁରା ଶକ୍ତି ଗରିବର କଲ୍ୟାଣ ପାଇଁ ଲାଗିଛି । ଆମର କୃଷକ ପରିବାର ବଢି ଚାଲିଛି । ଜମିର ଆୟତନ ଛୋଟ ହେବାରେ ଲାଗିଛି । ପିଢୀ ପରେ ପିଢୀ ଜମି ଭାଗଭାଗ ହେବାରେ ଲାଗିଛି । କମ୍ ଜମିରେ ପେଟ ପୋଷିବା, ଘର ଚଳାଇବା କେବେ କେବେ କଷ୍ଟକର ହୋଇ ପଡୁଛି । କେଉଁ କୃଷକର ତିନି ପୁଅ ଅଛନ୍ତି, ଆଉ ବାପାଙ୍କୁ ପଚାର, କ’ଣ ଭାବିଛ, ତ କହିବେ କି ଗୋଟିଏ ପୁଅକୁ ଚାଷ କାମରେ ଲଗାଇ ଦେବି, ବାକି ଦୁଇଜଣଙ୍କୁ ସହର ପଠାଇ ଦେବି ରୋଜଗାର କରିବା ପାଇଁ । ଆମକୁ ଆମ କୃଷିକୁ ବହୁମୁଖୀ କରିବାକୁ ପଡିବ । ଛୋଟ ଜମିରୁ ମଧ୍ୟ ଅଧିକ ଉତ୍ପାଦନ ହେଉ । ମୂଲ୍ୟବାନ ଉତ୍ପାଦନ ହେଉ । ଏବଂ ପ୍ରାକୃତିକ ବିପର୍ଯ୍ୟୟରେ ମଧ୍ୟ ମୋ କୃଷକମାନଙ୍କୁ ସଂକଟ ସହିତ ମୁକାବିଲା କରିବାର ଶକ୍ତି ମିଳୁ । ଏମିତି ଅର୍ଥ ବ୍ୟବସ୍ଥା କୃଷି ଅର୍ଥ ବ୍ୟବସ୍ଥା ହେଉ । କୃଷକ ଯାହା ଉତ୍ପାଦନ କରୁଛି ତାକୁ ପୁରା ଦେଶରେ ବଜାର ମିଳିବା ଦରକାର । ପାଖ ପଡିଶାର କିଛି ଦଲାଲ୍ ବ୍ୟବସାୟୀ ତା’ ଅସହାୟତାର ସୁଯୋଗ ନେଇ ମାଲ ଛଡାଇ ନ ନିଅନ୍ତୁ । ଏଭଳି ସ୍ଥିତି ବନ୍ଦ ହେବା ଦରକାର । ଆଉ ଏଥିପାଇଁ ଆମେ ‘ଇ-ନାମ’ରେ ସାରା ଦେଶର ମଣ୍ଡିଗୁଡିକର ଅନ୍-ଲାଇନ ନେଟୱାର୍କ ପ୍ରତିଷ୍ଠା କରିଛୁ । ନିଜ ମୋବାଇଲ ଫୋନରୁ କୃଷକ କେଉଁଠି ଅଧିକ ଦର ମିଳୁଛି, କେଉଁଠି ନିଜ ମାଲ ବିକ୍ରି କରିପାରିବ ଏମିତି ବ୍ୟବସ୍ଥାକୁ ବିକଶିତ କରିଛୁ ।
ମୁଁ ଆଜି ଏଠି ଦେଖିଲି କୃଷି ଷ୍ଟୋର ଏମାନେ ମଧ୍ୟ ‘ଇ-ନାମ’ ବିଷୟରେ ଲୋକଙ୍କୁ ବୁଝାଇବା ପାଇଁ ଛତିଶଗଡ଼ରେ ବ୍ୟବସ୍ଥା କରିଛନ୍ତି । ପୁରା ଦେଶରେ କୃଷକମାନଙ୍କୁ ଏକ ସମାନ ବଜାର ମିଳୁ । କୃଷକର ଇଛା ଅନୁସାରେ ତାକୁ ଦାମ ମିଳୁ । ତା’ ଉପରେ ଗୁରୁତ୍ୱ ଦେଇ କାମ କରିଛୁ । ଆଜିକାଲି ପ୍ରାକୃତିକ ବିପର୍ଯ୍ୟୟ, କେବେ ମରୁଡି ତ, କେବେ ଭୟଙ୍କର ବର୍ଷା, କେବେ ପୁଣି ଫସଲ ଅମଳ ହେବା ପରେ ବର୍ଷା ଯୋଗୁଁ କୃଷକ କ୍ଷତିଗ୍ରସ୍ତ ହୋଇଥାଏ । ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ମାଧ୍ୟମରେ ମୋ ଦେଶର କୃଷକମାନଙ୍କୁ ସୁରକ୍ଷାର ଏକ ଗ୍ୟାରେଣ୍ଟି ଦିଆଯାଇଛି । ବହୁତ କମ୍ ପଇସାରେ ବୀମା ଯୋଜନା ହେଇଛି । କୃଷକମାନଙ୍କୁ ବହୁତ କମ୍ ଦେବାକୁ ହେବ, ସର୍ବାଧିକ ପଇସା ସରକାର ଦେବେ । ଭାରତ ସରକାର ଦେବେ । ଯଦି ଜୁନ୍ ମାସରେ ତାକୁ ଫସଲ ବୁଣିବାକୁ ଅଛି, କିନ୍ତୁ ଜୁଲାଇ ସୁଦ୍ଧା ବର୍ଷା ହେଲା ନାହିଁ । ସେ ଫସଲ ବୁଣି ପାରିଲା ନାହିଁ । ତ ଫସଲ ଖରାପ ହେଲା ନାହିଁ । ତାକୁ ତ’ ବୀମା ମିଳି ପାରିବ ନାହିଁ । ଆମେ ଏମିତି ପ୍ରଧାନମନ୍ତ୍ରୀ ବୀମା ଯୋଜନା ପ୍ରସ୍ତୁତ କରିଛୁ କି ପ୍ରାକୃତିକ ବିପଦ କାରଣରୁ ଯଦି ସେ ବୁଣି ପାରିଲା ନାହିଁ ତା’ର ମଧ୍ୟ ହିସାବ କରାଯାଉଛି । ସେ ଏକ ଇଞ୍ଚ ଜମି ବୁଣି ନ ଥିଲେ ମଧ୍ୟ ତାକୁ ବର୍ଷ ଯାକର ଆୟ ହିସାବ ଅନୁସାରେ ବୀମା ରାଶି ବିଳିବ । ପ୍ରଥମ ଥର ପାଇଁ ଦେଶରେ ଏମିତି ହୋଇଛି ।
ଫସଲ ଅମଳ ପାଇଁ ହୋଇଗଲା, ଅମଳ ପର୍ଯ୍ୟନ୍ତ ବର୍ଷା ହେଲା ସବୁ ଠିକ୍ ରହିଲା । ଷୋଳ ଅଣା ଫସଲ ହୋଇଗଲା, ବିଲରେ ଫସଲ ଗଦା ହୋଇ ରହିଛି । ବାସ୍ ଦିନେ ଦୁଇଦିନ ମଧ୍ୟରେ କାହାର ଟ୍ରାକ୍ଟର ମିଳିଯିବ ପୁଣି ତ ବଜାରକୁ ଯିବାକୁ ହିଁ ପଡିବ, ଏବଂ ଅଚାନକ ବର୍ଷା ଆସିଗଲା । ପୁରା ଅମଳଯୋଗ୍ୟ ଫସଲ ନଷ୍ଟ ହୋଇଯାଏ । ଏ ପର୍ଯ୍ୟନ୍ତ ଏହା ହେଉଥିଲା, ତ ବୀମା କଂପାନୀବାଲା କହୁଥିଲେ । ଭାଇ ଯେତେବେଳେ ତୁମ ଫସଲ କଟା ହୋଇ ନ ଥିଲା ତ, ତୁମର କିଛି କ୍ଷତି ହୋଇ ନଥିଲା, ପଇସା ମିଳିବ ନାହିଁ । ଆମେ ଏମିତି ଏକ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆଣିଛୁ, କି ଫସଲ କାଟିବାର ୧୫ ଦିନ ମଧ୍ୟରେ ଯଦି କିଛି ପ୍ରାକୃତିକ ବିପର୍ଯ୍ୟୟ ଆସିଯାଏ ଏବଂ କ୍ଷତି ହୋଇଯାଏ ତ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ମାଧ୍ୟମରେ କୃଷକମାନଙ୍କୁ ପଇସା ମିଳିବ । ଏଭଳି ବ୍ୟବସ୍ଥା ରହିଛି । ମୋ ଦେଶର କୃଷକଙ୍କୁ ସୁରକ୍ଷିତ କରିବା ସହିତ କୃଷକମାନଙ୍କ ପାଇଁ ମୂଲ୍ୟ ବୃଦ୍ଧି କରିବା । କୃଷକ ଯାହା ଉତ୍ପାଦନ କରୁଛି । ତା’ର ମୂଲ୍ୟ ବୃଦ୍ଧି ହେଉ । ମୂଲ୍ୟଯୁକ୍ତ ହେଉ । ଯଦି ସେ ଆମ୍ବ ଉତ୍ପାଦନ କରୁଛି, ତ ଆମ୍ବରୁ ଆଚାର ହୋଇ ପାରିବ । ତେବେ ଅତି ଅଧିକ ଟଙ୍କା ବିକ୍ରି କରି ପାରିବ । ଯଦି ସେ ଟମାଟୋ ଉତ୍ପାଦନ କରୁଛି, ଏବଂ ଟମାଟୋରୁ କେଚପ୍(ସସ୍) ପ୍ରସ୍ତୁତ କରିବ, ତେବେ ଅତି ଅଧିକ ଟଙ୍କା ବିକ୍ରି କରି ପାରିବ । ଯଦି ସେ ଦୁଗ୍ଧ ଉତ୍ପାଦନ କରୁଛି,ଏବଂ ଦୁଗ୍ଧ ବିକ୍ରିକରି କମ୍ ପଇସା ପାଉଛି ତେବେ କ୍ଷୀରରୁ ମିଠାଇ ପ୍ରସ୍ତୁତ କରିବ, ଅତି ଅଧିକ ଟଙ୍କା ବିକ୍ରି କରି ପାରିବ । ଏହାର ମୂଲ୍ୟବୃଦ୍ଧି ହେବା ଦରକାର । ମୂଲ୍ୟଯୁକ୍ତ ହେବା ଦରକାର । ଛତିଶଗଡ଼ ଏମିତି କେତେ ଗୁଡିଏ କାର୍ଯ୍ୟକ୍ରମ ଆରମ୍ଭ କରିଛି ମୁଁ ଦେଖୁଥିଲି । ଯେଉଁଥିରୁ କୃଷକ ଯାହା ଉତ୍ପାଦନ କରୁଛି । ତାହା ମୂଳ୍ୟଯୁକ୍ତ ହେବା ଆବଶ୍ୟକ । ଯଦି ଆଖୁ ଉତ୍ପାଦନ କରୁଥିବା କୃଷକ ଆଖୁ ବିକ୍ରି କରିଚାଲିଥିବ ତେବେ ଆୟ କରିପାରିବ ନାହିଁ । କିନ୍ତୁ ଚିନି ଉତ୍ପାଦନ କରାଯାଇ ପାରୁଛି । ଆଖୁରୁ ମଧ୍ୟ କୃଷକ ଆୟ କରୁଛି । ଆଉ ଏଥିପାଇଁ ଆମର ବଳ – ଗାଁ, ଗରିବ, କୃଷକ, ଶ୍ରମିକ, ଯୁବକ ସେମାନଙ୍କର ସାମର୍ଥ୍ୟକୁ କେମିତି ବଢାଇବା, ଦେଶ ବିକାଶର ନୂଆ ଶିଖରକୁ କିପରି ଅତିକ୍ରମ କରିବ । ସେହି ଦିଗରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇ ଚାଲିଛୁ । ଦେଶର ସରକାର ସହଯୋଗୀ ସଙ୍ଘୀୟ ବ୍ୟବସ୍ଥାକୁ ନେଇ ପ୍ରତିଦ୍ୱନ୍ଦିତାମୂଳକ ସହଯୋଗୀ ସଙ୍ଘୀୟ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ଆଗେଇ ଚାଲିଛି । ଆମେ ଚାହୁଁଛୁ ରାଜ୍ୟ ରାଜ୍ୟ ମଧ୍ୟରେ ପ୍ରତିଯୋଗିତା ହେଉ । ଯଦି ଗୋଟିଏ ରାଜ୍ୟ ଖୋଲା ମଳ ମୁକ୍ତ ହୋଇଛି ତ, ଦ୍ୱିତୀୟ ରାଜ୍ୟର ମିଶନ ହୋଇଯିବା ଆବଶ୍ୟକ, କି ଆମେ ମଧ୍ୟ ପଛରେ ରହିବୁ ନାହିଁ । ଆମେ ମଧ୍ୟ କରି ଦେଖାଇବୁ । ଯଦି ଗୋଟିଏ ରାଜ୍ୟ ଉଦ୍ୟୋଗର ଗୋଟିଏ ଧାରାକୁ ଧରୁଛି ତ ଦ୍ୱିତୀୟ ରାଜ୍ୟ ଅନ୍ୟ କିଛି ଧାରାକୁ ଧରି ଦେଖାଉ କି ହଁ ଦେଖ ଆମେ ଆପଣଙ୍କ ଠାରୁ ଆଗକୁ ଚାଲି ଆସିଲୁ । ଆମେ ଚାହୁଁଛୁ ରାଜ୍ୟ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉ । ବିକାଶକୁ ନେଇ ପ୍ରତିଦ୍ୱନ୍ଦିତା ହେଉ । ଆଉ ଭାରତ ସରକାର ଏହି ବିକାଶର ଯାତ୍ରାରେ ଯିଏ ଦ୍ରୁତ ଗତିରେ ଆଗକୁ ଆସିବାକୁ ଚାହୁଁଛି । ଏମିତି ସବୁ ରାଜ୍ୟକୁ କୌଣସି ପ୍ରକାରର ଭେଦଭାବ ବିନା ସମସ୍ତ ପ୍ରକାର ସାହାଯ୍ୟ କରିବା ପାଇଁ ସଦାସର୍ବଦା ପ୍ରତିବଦ୍ଧ ରହିଛି । ଛତିଶଗଡ଼ ଭବିଷ୍ୟର ବିକାଶ ପାଇଁ ଯେ କୌଣସି ପ୍ରକାରର ଯୋଜନା ଆଣିବ । ଛତିଶଗଡ଼ ଯେଉଁ ଯେଉଁ ଯୋଜନାକୁ ଆଣିଛି । ଦିଲ୍ଲୀରେ ବସିଥିବା ସରକାର ଛତିଶଗଡ଼ର କାନ୍ଧକୁ କାନ୍ଧ ସହ ମିଶାଇ ଠିଆ ହେଇଛି ଏବଂ ଆଗକୁ ମଧ୍ୟ ଠିଆ ହେବ । ଆଉ ଛତିଶଗଡ଼କୁ ନୂତନ ଶିଖରକୁ ନେଇ ଯିବାରେ ଆମେ କେବେ ବି ପଛରେ ରହିବୁ ନାହିଁ । ମୁଁ ପୁଣି ଥରେ ଛତିଶଗଡ଼ର ଏହି ରାଜ୍ୟୋତ୍ସବ ସମୟରେ ଛତିଶଗଡ଼ର କୋଟି କୋଟି ଲୋକଙ୍କୁ ଅନେକ ଅନେକ ଶୁଭକାମନା ଜଣାଉଛି । ଛତିଶଗଡ଼ର ଉଜ୍ଜଳ ଭବିଷ୍ୟତ ପାଇଁ ଭାରତ ସରକାରଙ୍କ ତରଫରୁ ପୂର୍ଣ୍ଣ ସହଯୋଗର ଆଶ୍ୱାସନା ଦେଉଛି । ଏବଂ ଆସନ୍ତୁ ଆମେ ସମସ୍ତେ ମିଶି ଛତିଶଗଡ଼କୁ ବିକାଶର ନୂତନ ଶିଖରକୁ ନେଇଯିବା, ଏହି ଗୋଟିଏ ଶୁଭକାମନା ସହିତ ମୋ ସାଙ୍ଗରେ କୁହନ୍ତୁ, ଭାରତ ମାତା କି ଜୟ । ସ୍ୱର ଦୂରକୁ ଦୂରକୁ ଯିବା ଦରକାର । ଭାରତ ମାତା କି ଜୟ । ଭାରତ ମାତା କି ଜୟ ।
ବହୁତ ବହୁତ ଧନ୍ୟବାଦ ।
**********
I am coming here, to Chhattisgarh at a time when there is a festive season across the nation: PM @narendramodi at @Naya_Raipur
— PMO India (@PMOIndia) 1 November 2016
On a day like this, we remember the work of our beloved Atal Ji. He was the one who made Chhattisgarh: PM @narendramodi
— PMO India (@PMOIndia) 1 November 2016
When the 3 states were being created (in 2000), it was done in a very peaceful and harmonious manner by Atal Ji: PM @narendramodi
— PMO India (@PMOIndia) 1 November 2016
For 13 years, @drramansingh ji has got the opportunity to serve the people of Chhattisgarh & create an atmosphere of development: PM
— PMO India (@PMOIndia) 1 November 2016
Chhattisgarh shows the way and demonstrates how a relatively smaller state can scale new heights of development: PM @narendramodi
— PMO India (@PMOIndia) 1 November 2016
The impact of the development initiatives will benefit generations to come in Chhattisgarh: PM @narendramodi
— PMO India (@PMOIndia) 1 November 2016
Was taken to the jungle safari by the Chief Minister. It is his pet project. I see great scope for tourism in Chhattisgarh: PM @narendramodi
— PMO India (@PMOIndia) 1 November 2016
Why must we give importance to tourism? Because it gives economic opportunities to the poorest of the poor: PM @narendramodi
— PMO India (@PMOIndia) 1 November 2016
When I say the Government has taken up work on skill development in a big way, who does this help? It helps poor, enhances their dignity: PM
— PMO India (@PMOIndia) 1 November 2016
When a farmer produces something, the entire nation has to be the market: PM @narendramodi
— PMO India (@PMOIndia) 1 November 2016
Value addition always helps the farmer. Glad to see Chhattisgarh has taken up initiatives that enable value addition for farmers: PM
— PMO India (@PMOIndia) 1 November 2016
One for the camera….at the Nandan Van Jungle Safari in @Naya_Raipur. pic.twitter.com/KpqVjjI8Xx
— Narendra Modi (@narendramodi) 1 November 2016
A selfie moment during my visit to @Naya_Raipur. pic.twitter.com/Y551DqTsvh
— Narendra Modi (@narendramodi) 1 November 2016
During my visit to @Naya_Raipur for Chhattisgarh Statehood Day celebrations, remembered Atal Ji’s vision that led to Chhattisgarh’s birth. pic.twitter.com/eLYCdCSKR4
— Narendra Modi (@narendramodi) 1 November 2016
With beneficiaries of various schemes…I compliment Chhattisgarh Govt & @drramansingh for creating an atmosphere of progress in the state. pic.twitter.com/S4KaPqrrIx
— Narendra Modi (@narendramodi) 1 November 2016
Pandit Deendayal Upadhyaya’s thoughts guide us in serving the people of India. Unveiled his statue at @Naya_Raipur. pic.twitter.com/mEc0HrxwHn
— Narendra Modi (@narendramodi) 1 November 2016
CM @drramansingh gave me a tour of Nandan Van Jungle Safari. Chhattisgarh’s tourism potential is strong & this augurs well for the citizens. pic.twitter.com/c3iuIC7YIt
— Narendra Modi (@narendramodi) 1 November 2016
Be it agriculture, skill development & economic reforms, our efforts are aimed at helping the poor overcome poverty. https://t.co/lXxdPjY31I
— Narendra Modi (@narendramodi) 1 November 2016