Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଡିସେମ୍ବର ୩୦ରେ ପଶ୍ଚିମବଙ୍ଗ ଗସ୍ତ କରିବେ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୨ ଡିସେମ୍ବର ୩୦ରେ ପଶ୍ଚିମବଙ୍ଗ ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ପ୍ରାୟ ୧୧.୧୫ରେ ହାଓଡ଼ା ରେଳଷ୍ଟେସନରେ ପହଞ୍ଚିବେ, ଯେଉଁଠାରେ ସେ ହାଓଡ଼ାକୁ ନୁ୍ୟ ଜଳପାଇଗୁଡ଼ି ସହ ଯୋଡ଼ୁଥିବା ବନେ୍ଦ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ସେ କୋଲକାତାରେ ମେଟ୍ରୋର ଜୋକା-ତାରାତଲା ପର୍ପଲ ଲାଇନର ଭିତ୍ତିପ୍ରସ୍ତର ରଖିବେ ଏବଂ ବିଭିନ୍ନ ରେଳ ପ୍ରକଳ୍ପର ଲୋକାର୍ପଣ କରିବେ । ମଧ୍ୟାହ୍ନ ୧୨ଟାରେ ପ୍ରଧାନମନ୍ତ୍ରୀ ଆଇଏନଏସ ନେତାଜୀ ସୁଭାଷରେ ପହଞ୍ଚି ନେତାଜୀ ସୁଭାଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ସେ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ – ନ୍ୟାସନାଲ ଇନଷ୍ଟିଚୁ୍ୟଟ୍ ଅଫ ୱାଟର ଆଣ୍ଡ ସାନିଟେସନର ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ସ୍ୱଚ୍ଛ ଗଙ୍ଗା ମିଶନ ଅଧୀନରେ ପଶ୍ଚିମବଙ୍ଗ ନିମନ୍ତେ ଅନେକ ସ୍ୱେରେଜ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ । ସେ ଅପରାହ୍ନ ପ୍ରାୟ ୧୨.୨୫ରେ ରାଷ୍ଟ୍ରୀୟ ଗଙ୍ଗା ପରିଷଦର ଦ୍ୱିତୀୟ ବୈଠକରେ ଅଧ୍ୟକ୍ଷତା କରିବେ ।

 

ପ୍ରଧାନମନ୍ତ୍ରୀ ଆଇଏନଏସ ନେତାଜୀ ସୁଭାଷରେ

 

ଦେଶରେ ସହକାରୀ ସଂଘବାଦକୁ ସମୃଦ୍ଧ କରିବା ପାଇଁ ଆଉ ଏକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ କୋଲକାତାରେ ୨୦୨୨ ଡିସେମ୍ବର ୩୦ରେ ରାଷ୍ଟ୍ରୀୟ ଗଙ୍ଗା ପରିଷଦର ଦ୍ୱିତୀୟ ବୈଠକରେ ଅଧ୍ୟକ୍ଷତା କରିବେ । ବୈଠକରେ କେନ୍ଦ୍ରୀୟ ଜଳଶକ୍ତି ମନ୍ତ୍ରୀ, ପରିଷଦର ସଦସ୍ୟ କେନ୍ଦ୍ର ମନ୍ତ୍ରୀଗଣ ତଥା ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ । ରାଷ୍ଟ୍ରୀୟ ଗଙ୍ଗା ପରିଷଦକୁ ଗଙ୍ଗା ଏବଂ ତାହାର ସହାୟକ ନଦୀଗୁଡ଼ିକରେ ପ୍ରଦୂଷଣ ରୋକିବା ତଥା ସେଗୁଡ଼ିକର କାୟାକଳ୍ପ ଦାୟିତ୍ୱ ଦିଆଯାଇଛି ।

 

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ସ୍ୱଚ୍ଛ ଗଙ୍ଗା ମିଶନରେ ବିକଶିତ ୭ଟି ସ୍ୱେରେଜ ଭିତ୍ତିଭୂମି ପ୍ରକଳ୍ପ (୨୦ ସ୍ୱେରେଜ ଟି୍ରଟମେଣ୍ଟ ପ୍ଲାଣ୍ଟ ଏବଂ ୬୧୨ କିଲୋମିଟରର ସ୍ୱେରେଜ ନେଟୱର୍କ)ର ଉଦଘାଟନ କରିବେ । ଏଗୁଡ଼ିକରେ ୯୯୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ନବାଦ୍ୱୀପ, କଛାରପାଡ଼ା, ହଲିସର, ବଜ-ବଜ, ବ୍ୟାରାକପୁର, ଚନ୍ଦନ ନଗର, ବାଂସବେରିୟା, ଉତରାପାଡ଼ା କାଟରୁଙ୍ଗ, ବୈଦ୍ୟାବତୀ, ଭଦ୍ରେଶ୍ୱର, ନୈହାଟୀ, ଗାରୁଲିୟା, ତୀତାଗଡ଼ ଏବଂ ପାନିହାଟିର ନଗର ନିଗମଗୁଡ଼ିକୁ ଲାଭ ମିଳିବ । ଏହି ପ୍ରକଳ୍ପଗୁଡ଼ିକ ପଶ୍ଚିମବଙ୍ଗରେ ୨୦୦ ଏମଏଲଡିର ସ୍ୱେରେଜ ଟି୍ରଟମେଣ୍ଟ କ୍ଷମତାକୁ ବଢ଼ାଇବ ।

 

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ସ୍ୱଚ୍ଛ ଗଙ୍ଗା ମିଶନରେ ବିକଶିତ ହେବାକୁ ଥିବା ୫ ସ୍ୱେରେଜ ଭିତ୍ତିଭୂମି ପ୍ରକଳ୍ପ (୮ ସ୍ୱେରେଜ ଟି୍ରଟମେଣ୍ଟ ପ୍ଲାଣ୍ଟ ଏବଂ ୮୦ କିଲୋମିଟର ସ୍ୱେରେଜ ନେଟୱର୍କ)ର ଭିତ୍ତିପ୍ରସ୍ତର ରଖିବେ । ଏଗୁଡ଼ିକରେ ୧୫୮୫ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ପଶ୍ଚିମବଙ୍ଗରେ ୧୯୦ ଏମଏଲଡିର ନୂଆ ସ୍ୱେରେଜ ଟି୍ରଟମେଣ୍ଟ କ୍ଷମତା ସାମିଲ ହେବ । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ଉତ୍ତର ବ୍ୟାରାକପୁର, ହୁଗଳି-ଚିନସୁରା, କୋଲକାତା କେଏମସି କ୍ଷେତ୍ର – ଗାର୍ଡେନ ରିଚ ଏବଂ ଆଦି ଗଙ୍ଗା (ଟୋଲି ନାଲା) ଏବଂ ମହେଶତାଲା ଟାଉନକୁ ଲାଭ ମିଳିବ ।

 

ପ୍ରଧାନମନ୍ତ୍ରୀ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ – ନ୍ୟାସନାଲ ଇନଷ୍ଟିଚୁ୍ୟଟ ଅଫ ୱାଟର ଆଣ୍ଡ ସାନିଟେସନର ଉଦଘାଟନ କରିବେ, ଯାହାକୁ ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟରେ ଜୋକା, ଡାଏମଣ୍ଡ ହାର୍ବର ରୋଡ, କୋଲକାତାରେ ବିକଶିତ କରାଯାଇଛି । ଏହି ସଂସ୍ଥାନ ଦେଶରେ ଜଳ, ସଫେଇ ଏବଂ ସ୍ୱଚ୍ଛତା (ୱାଶ) ଉପରେ ପ୍ରମୁଖ ନିକାଶ ରୂପେ କାର୍ଯ୍ୟ କରିବ । ଏହି କେନ୍ଦ୍ର, ରାଜ୍ୟ ଓ ସ୍ଥାନୀୟ ନିକାଶଗୁଡ଼ିକ ନିମନ୍ତେ ସୂଚନା ଓ ଜ୍ଞାନର କେନ୍ଦ୍ରସ୍ଥଳ ସାଜିବ ।

 

ପ୍ରଧାନମନ୍ତ୍ରୀ ହାଓଡ଼ା ରେଳଷ୍ଟେସନରେ

 

ପ୍ରଧାନମନ୍ତ୍ରୀ ହାଓଡ଼ା ରେଳଷ୍ଟେସନରେ ହାଓଡ଼ାକୁ ନୁ୍ୟ ଜଳପାଇଗୁଡ଼ି ସହ ଯୋଡ଼ିବା ପାଇଁ ବନେ୍ଦ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହି ଅତ୍ୟାଧୁନିକ ସେମି ହାଇସ୍ପିଡ ଟ୍ରେନରେ ଉକ୍ରୃଷ୍ଟ ଯାତ୍ରୀ ସୁବିଧାଗୁଡ଼ିକ ସାମିଲ ରହିଛି । ଟ୍ରେନ ଉଭୟ ଦିଗରେ ଚଳାଚଳ କରିବା ସମୟରେ ମାଲଦା ଟାଉନ, ବାରସୋଇ ଏବଂ କିଶନଗଞ୍ଜ ଷ୍ଟେସନଠାରେ ରହଣି କରିବ ।

 

ପ୍ରଧାନମନ୍ତ୍ରୀ ଜୋକା-ଏସପ୍ଲାନେଡ ମେଟ୍ରୋ ପ୍ରକଳ୍ପ (ପର୍ପଲ ଲାଇନ)ର ଜୋକା-ତାରାତଲା ଲାଇନର ଉଦଘାଟନ କରିବେ । ଏହି ଲାଇନରେ ୬ଟି ଷ୍ଟେସନ ରହିଛି ଯଥା ଜୋକା, ଠାକୁରପୁକୁର, ସଖର ବଜାର, ବେହଲା ଚୌରସ୍ତା, ବେହଲା ବଜାର ଏବଂ ତାରାତଲା । ଏହାର ନିର୍ମାଣରେ ପାଖାପାଖି ୨୪୭୫ କୋଟି ଟଙ୍କାରୁ ଅଧିକ ବ୍ୟୟ ହୋଇଛି । କୋଲକାତା ସହରର ଦକ୍ଷିଣ ଅଞ୍ଚଳ ଯଥା ସରସୁନା, ଡାକଘର, ମୁଚିପାଡ଼ା ଏବଂ ଦକ୍ଷିଣ ୨୪ ପ୍ରଗଣାର ଯାତ୍ରୀମାନଙ୍କୁ ଏହି ପ୍ରକଳ୍ପଗୁଡ଼ିକ ଉଦଘାଟନ ହେବା ଦ୍ୱାରା ବହୁତ ଫାଇଦା ମିଳିବ ।

 

ନିଜ କାର୍ଯ୍ୟକ୍ରମ ବେଳେ, ପ୍ରଧାନମନ୍ତ୍ରୀ ୪ଟି ରେଳ ପ୍ରକଳ୍ପର ଲୋକାର୍ପଣ କରିବେ । ଏଥିରେ ୪୦୫ କୋଟି ଟଙ୍କା ବ୍ୟୟରେ ବିକଶିତ ବୋଇଁଚି-ଶକ୍ତିଗଡ଼ ତୃତୀୟଲାଇନ; ୫୬୫ କୋଟି ଟଙ୍କା ବ୍ୟୟରେ ବିକଶିତ ଡାନକୁନି-ଚନ୍ଦନପୁର ଚତୁର୍ଥ ଲାଇନ ପ୍ରକଳ୍ପ; ୨୫୪ କୋଟି ଟଙ୍କା ବ୍ୟୟରେ ବିକଶିତ ନିମତିତା-ନୁ୍ୟ ଫରକ୍କା ଡବଲ ଲାଇନ; ୧୦୮୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିକଶିତ ଅମବାରି ଫରକ୍କା-ନୁ୍ୟ ମାୟାନଗରୀ-ଗୁମାନିହାଟ ଦୋହରିକରଣ ପ୍ରକଳ୍ପ ସାମିଲ ରହିଛି । ପ୍ରଧାନମନ୍ତ୍ରୀ ୩୩୫ କୋଟି ଟଙ୍କାରୁ ଅଧିକ ବ୍ୟୟରେ ହେବାକୁ ଥିବା ନୁ୍ୟ ଜଳପାଇଗୁଡ଼ି ରେଳଷ୍ଟେସନର ପୁନର୍ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବେ ।

 

SR