Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-ଏସର ସଫଳ ପ୍ରକ୍ଷେପଣ ପାଇଁ ଇସ୍ରୋ ଓ ଇନ-ସ୍ପେସକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍କାଏରୁଟ ଏରୋସ୍ପେ ଦ୍ୱାରା ବିକଶିତ ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ- ସବଓର୍ବିଟାଲର ସଫଳ ପ୍ରକ୍ଷେପଣ ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଓ ଇନ-ସ୍ପେକୁ ଅଭିନନ୍ଦନ ଜଣାଇଛନ୍ତି ।

ଏକାଧିକ ଟୁଇଟ୍‌ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଭାରତ ପାଇଁ ଏକ ଐତିହାସିକ କ୍ଷଣ, ସ୍କାଏରୁଟ ଏରୋସ୍ପେଦ୍ୱାରା ବିକଶିତ ରକେଟ ବିକ୍ରମ-ଏସ ଆଜି ଶ୍ରୀହରିକୋଟାରୁ ଉତକ୍ଷେପିତ ହୋଇଛି ! ଭାରତର ଘରୋଇ ମହାକାଶ ଶିଳ୍ପ ପାଇଁ ଏହି ଯାତ୍ରା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଏହି ସଫଳତା ହାସଲ କରିଥିବାରୁ @isro@INSPACeINDକୁ ଅଭିନନ୍ଦନ ।

ଏହି ସଫଳତା ଆମ ଯୁବପିଢିଙ୍କ ଅସୀମ ପ୍ରତିଭାର ପ୍ରମାଣ ଦେଉଛି, ଯେଉଁମାନେ ଜୁନ ୨୦୨୦ରେ ଯୁଗାନ୍ତକାରୀ ମହାକାଶ କ୍ଷେତ୍ର ସଂସ୍କାର କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ଲାଭ ଉଠାଇଥିଲେ ।

 

*******

SR/PS