Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବେଙ୍ଗାଲୁରୁ ବୈଷୟିକ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ବେଙ୍ଗାଲୁରୁ ବୈଷୟିକ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ନବୋନ୍ମେଷକାରୀ ଯୁବା ଶକ୍ତି ଆଦି ପ୍ରଯୁକ୍ତି ମେଧା ବୈଶ୍ୱିକୀକରଣ ସୁନିଶ୍ଚିତ କରୁଛନ୍ତି ବୋଲି ମନ୍ତବ୍ୟ ଦେଇଭାରତର ପ୍ରଯୁକ୍ତି ସମାନତା ସଶକ୍ତୀକରଣର ଏକ ଶକ୍ତିବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ଆଜି (୧୬୧୧୨ଠ୨୨) ଆଭାଷୀ ମାଧ୍ୟମରେ ବେଙ୍ଗାଲୁରୁ ଟେକ୍ ଶିଖର ସମ୍ମିଳନୀରେ ଉଦବୋଧନ ଦେବା ବେଳେ ଏହା ପ୍ରକାଶ କରିଛନ୍ତି

ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁକୁ ନେତୃତ୍ୱ ପ୍ରଯୁକ୍ତିର ଆଳୟ ତଥା ସାମଗ୍ରିକ ଏବଂ ନବୋନ୍ମେଷର ନଗରୀ ବୋଲି କହିଛନ୍ତି ଅନେକ ବର୍ଷ ଧରି ବେଙ୍ଗାଲୁରୁ ଭାରତୀୟ ନବୋନ୍ମେଷ ସୂଚୀରେ ପ୍ରଥମ ସ୍ଥାନରେ ରହିଥିବା ସେ ପ୍ରକାଶ କରିଛନ୍ତି

ଭାରତୀୟ ପ୍ରଯୁକ୍ତି ନବୋନ୍ମେଷ ବିଶ୍ୱକୁ ଚମତକ୍ରୃତ କରୁଛି ତେବେ ବର୍ତ୍ତମାନ ତୁଳନାରେ ଭାରତ ଆହୁରି ଘଟଣାବହୁଳ ହେବ କାରଣ ଏହାର ମୂଳରେ ଭାରତର ନବୋନ୍ମେଷମୁଖୀ ଯୁବ ସମାଜ ବୈଷୟିକଜ୍ଞାନ ରହିଛି ଭାରତୀୟ ଯୁବା ଶକ୍ତି ମେଧା ପ୍ରଯୁକ୍ତି ବୈଶ୍ୱିକୀକରଣ ସୁନିଶ୍ଚିତ କରି ସାରିଛନ୍ତି ଆମେ ଆମର ମେଧା ଶକ୍ତିକୁ ବୈଶ୍ୱିକ ଉନ୍ନତି ପାଇଁ ବିନିଯୋଗ କରୁଛୁବୋଲି ପ୍ରଧାନମନ୍ତ୍ରୀ କହିଥିଲେ

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ବୈଶ୍ୱିକ ନବୋନ୍ମେଷ ସୂଚୀରେ ୨ଠ୧୫ ମସିହାରେ ୮୧ତମ ସ୍ଥାନରେ ଥିବାବେଳେ ବର୍ତ୍ତମାନ ୪ଠତମ ସ୍ଥାନକୁ ଉନ୍ନୀତ ହୋଇଛି ୨ଠ୨୧ ମସିହା ଠାରୁ ଭାରତରେ ଷ୍ଟାର୍ଟଅପ ୟୁନିକର୍ଣ୍ଣ ସଂଖ୍ୟା ଦ୍ୱିଗୁଣିତ ହୋଇଛି ଭାରତରେ ବିଶ୍ୱର ତୃତୀୟ ବୃହତ୍ତମ ୮୧ଠଠଠ ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପ ଅଛନ୍ତି ଭାରତୀୟ ମେଧାଶକ୍ତି ପ୍ରତି ଶହ ଶହ ଆନ୍ତର୍ଜାତିକ କମ୍ପାନୀ ଆକୃଷ୍ଟ ହେବା ସହ ସେମାନଙ୍କ ଗବେଷଣା ପରିପାଟୀ କେନ୍ଦ୍ର ଭାରତରେ ପ୍ରତିଷ୍ଠା କରିବାକୁ ଆଗ୍ରହୀ ହୋଇଛନ୍ତି

ଭାରତୀୟ ଯୁବାଶକ୍ତିର ପ୍ରଯୁକ୍ତିବିଦ୍ୟା ପ୍ରତି କ୍ରମବର୍ଦ୍ଧିଷ୍ଣୁ ଆଗ୍ରହ ଉପରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ଦେଶରେ ମୋବାଇଲ ତଥ୍ୟ ବିପ୍ଳବ ହେଉଥିବା ବିଷୟ ପ୍ରକାଶ କରୁଛନ୍ତି ଗତ ଆଠ ବର୍ଷ ମଧ୍ୟରେ ବ୍ରଡବ୍ୟାଣ୍ଡ ସଂଯୋଗ ୬ଠ ନିୟୁତକୁ ବୃଦ୍ଧି ପାଇଛି ସ୍ମାର୍ଟ ଫୋନ ବ୍ୟବହାରିକ ସଂଖ୍ୟା ୧୫ଠ ନିୟୁତରୁ ୭୫ଠ ନିୟୁତକୁ ବୃଦ୍ଧି ପାଇଛି ଗ୍ରାମାଞ୍ଚଳରେ ଇଣ୍ଟରନେଟ ଗତି ସହରାଞ୍ଚଳକୁ ଟପିଯାଇଛି ତଥ୍ୟର ମହାରାଜପଥରେ ଏକ ନୂତନ ଜନସଂଖ୍ୟାର ସଂଯୋଗ ଘଟୁଛିବୋଲି ଶ୍ରୀ ମୋଦୀ କହିଛନ୍ତି ସେ ବିଶ୍ୱର ବୃହତ୍ତମ ସ୍ୱାସ୍ଥ୍ୟବୀମା ଯୋଜନା ଆୟୁଷ୍ମାନ ଭାରତ ଯାହା ୨ଠଠ ନିୟୁତ ପରିବାର ଅର୍ଥାତ ୬ଠଠ ନିୟୁତ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଉଥିବା ଉଦାହରଣ ଦେଇଥିଲେ ସେ ବିଶ୍ୱର ବୃହତ୍ତମ କୋଭିଡ୍ ଟିକାକରଣ ଅଭିଯାନର ମଧ୍ୟ ଦୃଷ୍ଟାନ୍ତ ଦେଇ କେବଳ ଏହା ପ୍ରଯୁକ୍ତିବିଦ୍ୟା ଯୋଗୁ ହୋଇପାରିଛି ବୋଲି କହିଥିଲେ ଶିକ୍ଷା କ୍ଷେତ୍ରରେ ଉଦାହରଣ ଦେଇ ଏହାର ମୁକ୍ତ ପାଠ୍ୟକ୍ରମ ଦଶ ଲକ୍ଷଙ୍କୁ ଅନଲାଇନ ଜରିଆରେ ସଫଳତା ସହ ପ୍ରମାଣପତ୍ର ପ୍ରଦାନ କରିଛନ୍ତି

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଭାରତ ପ୍ରଯୁକ୍ତିକୁ ଦାରିଦ୍ର୍ୟ ବିରୁଦ୍ଧରେ ସଂଗ୍ରାମରେ ଏକ ଅସ୍ତ୍ର ଭାବେ ଉପଯୋଗ କରୁଛି ସେ ସ୍ୱାମୀତ୍ୱ ଯୋଜନା ଜନଧନ ଆଧାର ମୋବାଇଲ (ଜିଏଏମ) ଭଳି ଗରୀବ ଅନୁକୂଳ ପଦକ୍ଷେପ ପାଇଁ ଡ୍ରୋନର ବ୍ୟବହାରର ଉଦାହରଣ ଦେଇଥିଲେ ସ୍ୱାମୀତ୍ୱ ଯୋଜନା ଜମିଜମା ଦଲିଲପତ୍ରରେ ବିଶ୍ୱାସ ଯୋଗ୍ୟତା ସୃଷ୍ଟି କରି ଗରୀବ ଜନସାଧାରଣଙ୍କୁ ଋଣ ଦେବାରେ ସାହାଯ୍ୟ କଲେ ଜେଏଏମ ପ୍ରତ୍ୟକ୍ଷ ପୁଞ୍ଜି ହସ୍ତାନ୍ତରକୁ ସୁନିଶ୍ଚିତ କରିବା ସହ ଅନେକ କଲ୍ୟାଣକାରୀ ଯୋଜନାର ମେରୁଦଣ୍ଡ ସଦୃଶ ଉଭା ହେଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ପ୍ରଧାନମନ୍ତ୍ରୀ ମଧ୍ୟ ଜିଇଏମ ସରକାର ପରିଚାଳିତ ସଫଳ ବାଣିଜ୍ୟ ମଞ୍ଚର ମଧ୍ୟ ଉଦାହରଣ ଦେଇଥିଲେ ପ୍ରଯୁକ୍ତିବିଦ୍ୟା ଅନେକ ଛୋଟ ଛୋଟ ବ୍ୟବସାୟୀଙ୍କୁ ବଡ଼ ଗ୍ରାହକ ଖୋଜିବାରେ ସହାୟକ ହୋଇଛି ଏଥିସହ ଏହା ଦୁର୍ନୀତିର ସମ୍ଭାବନାକୁ ମଧ୍ୟ ହ୍ରାସ କରିପାରିଛି ସେହିପରି ପ୍ରଯୁକ୍ତି ଯୋଗୁ ଅନଲାଇନ ଟେଣ୍ଡରକୁ ମଧ୍ୟ ସାହାଯ୍ୟ ମିଳିଛି ଏହା ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ସହ ସ୍ୱଚ୍ଛତାକୁ ପ୍ରୋତ୍ସାହନ ଦେଇଛି ଏହା ଗତବର୍ଷ ଏକ ଟ୍ରିଲିଅନ ମୂଲ୍ୟର ଆହରଣରେ ସହାୟକ ହୋଇଛି ଶ୍ରୀ ମୋଦୀ ଜିଇଏମ ଦ୍ୱାରା ହୋଇଥିବା ସଫଳତା ଉପରେ ଆଲୋକପାତ କରିଥିଲେ

ପ୍ରଧାନମନ୍ତ୍ରୀ ମଧ୍ୟ ଅପାରଗତା ଦୂର କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ ସେ କହିଥିଲେ ଯେନବୋନ୍ମେଷ ଖୁବ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଏହା ସମନ୍ୱିତ ହେଲେ ଏଥିରେ ବଳ ଆସିଯାଏ ବୈଷୟିକ ଜ୍ଞାନ ଅପାରଗତାକୁ ଦୂର କରି ଶକ୍ତି ଉଦ୍ରେକ କରି ସେବା ସୁନିଶ୍ଚିତ କରିଥାଏ ଯେତେବେଳେ ସମନ୍ୱିତ ବିକାଶ ଘଟେ ସେତେବେଳେ ସେଠାରେ ଅପାରଗତା ଦେଖିବାକୁ ମିଳେନା ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଆଗାମୀ ବର୍ଷରେ ଭାରତ ଭିତ୍ତିଭୂମି କ୍ଷେତ୍ରରେ ଶହେ ଟ୍ରିଲିଅନ ଟଙ୍କା ଖର୍ଚ୍ଚ କରିବ ଗତିଶକ୍ତି ମଞ୍ଚ ପାଇଁ କେନ୍ଦ୍ର ସରକାର, ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ବିଭିନ୍ନ ବିଭାଗ ସମନ୍ୱୟ ରକ୍ଷା କରିପାରିବେ ପ୍ରକଳ୍ପ, ଜମି ବ୍ୟବହାର ପ୍ରତିଷ୍ଠାନ ସମ୍ପର୍କିତ ତଥ୍ୟ ଗୋଟିଏ ଜାଗାରୁ ମିଳିପାରିବ ସେ ଦୃଷ୍ଟିରୁ ପ୍ରତ୍ୟେକ ଭାଗିଦାର ସମାନ ତଥ୍ୟ ପାଇପାରିବେ ଏହା ସମନ୍ୱୟରେ ଉନ୍ନତି ଆଣିବା ସହ କୌଣସି ସମସ୍ୟା ଉପୁଜିବା ଆଗରୁ ତା ସମାଧାନ କରିପାରିବେ ଏହା ଅନୁମୋଦନ ପ୍ରତିବନ୍ଧକ ଦୂରୀକରଣକୁ ତ୍ୱରାନ୍ୱିତ କରିପାରିବ

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ଆଉ ନାଲିଫିତା ବା ବିଳମ୍ବର ସ୍ଥାନ ନାହିଁ ଏହା ନିବେଶକାରୀ ପାଇଁ ନାଲିର ଗାଲିଚା ବା ହାର୍ଦ୍ଦିକ ସ୍ୱାଗତର ପଥ ଭାବେ ପରିଚିତ ହୋଇଛି ଏଫଡିଆଇ ସଂସ୍କାର ହେଉ ବା ଡ୍ରୋନ ନିୟମର ମୁକ୍ତ ନୀତି ଦେଇ, ସେମି କଣ୍ଡକ୍ଟର ଯୋଜନା ବା ବ୍ୟାବସାୟିକ ସୁଗମତା ଭାରତରେ ଅନେକ ଚତ୍ତାକର୍ଷକ କ୍ଷେତ୍ର ଏକାଠି ହୋଇଛିବୋଲି ସେ କହିଥିଲେ ଏକ ଆବେଦନ ସହ ସେ ତାଙ୍କ ଉଦବୋଧନରେ ପରିସମାପ୍ତି ଆଣିଥିଲେ ଆପଣମାନଙ୍କୁ ପୁଞ୍ଜି ନିବେଶ ଆମର ନବୋନ୍ମେଷ ଆଶ୍ଚର୍ଯ୍ୟଜନକ ଫଳ ଦେବ ଆପଣମାନଙ୍କ ଆସ୍ଥା ଆମର ପ୍ରଯୁକ୍ତି ମେଧା ଏହ କରି ଦେଖାଇବ ମୁଁ ଆପଣମାନଙ୍କୁ ଆମ ସହ କାର୍ଯ୍ୟ କରିବାକୁ ନିମନ୍ତ୍ରଣ କରୁଛି ଆମେ ସମସ୍ୟା ସମାଧାନ ଦିଗରେ ବିଶ୍ୱରେ ନେତୃତ୍ୱ ନେଇପାରିବା

 

SM/MB