ମହାମାନ୍ୟ ଗଣ,
ଡିଜିଟାଲ୍ ରୂପାନ୍ତର ଆମ ସମୟର ସବୁଠାରୁ ଉଲ୍ଲେଖନୀୟ ପରିବର୍ତ୍ତନ । ଦଶନ୍ଧି ଦଶନ୍ଧି ଧରି ଦାରିଦ୍ର୍ୟତା ବିରୋଧରେ ଲଢ଼େଇରେ ଡିଜିଟାଲ ଟେକ୍ନୋଲୋଜିର ଉପଯୁକ୍ତ ବ୍ୟବହାର ଏକ ଶକ୍ତି ଗୁଣନକାରୀ ହୋଇପାରେ । ଜଳବାୟୁ ପରିବର୍ତ୍ତନ ବିରୁଦ୍ଧରେ ଲଢ଼େଇରେ ଡିଜିଟାଲ୍ ସମାଧାନ ମଧ୍ୟ ସହାୟକ ହୋଇପାରେ – ଯେମିତି ଆମେ ସମସ୍ତେ କୋଭିଡ୍ ସମୟରେ ଦୂରରେ ରହି କାର୍ଯ୍ୟ କରୁଥିବା ଏବଂ କାଗଜବିହୀନ ସବୁଜ କାର୍ଯ୍ୟାଳୟର ଉଦାହରଣ ଗୁଡିକ ଆକାରରେ ଦେଖିଥିଲୁ । କିନ୍ତୁ ଏହି ସୁବିଧା କେବଳ ସେତିକି ବେଳେ ହାସଲ ହୋଇ ପାରିବ ଯେତେବେଳେ ଡିଜିଟାଲ୍ ଉପଲବ୍ଧତା ପ୍ରକୃତରେ ଅନ୍ତର୍ଭୁକ୍ତିମୂଳକ ହେବ ଏବଂ ଯେତେବେଳେ ଡିଜିଟାଲ୍ ଟେକ୍ନୋଲୋଜିର ବ୍ୟବହାର ପ୍ରକୃତରେ ବ୍ୟାପକ ହେବ । ଦୁର୍ଭାଗ୍ୟବଶତଃ , ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଏହି ଶକ୍ତିଶାଳୀ ସାଧନକୁ କେବଳ ସାଧାରଣ ବ୍ୟବସାୟର ମାନଦଣ୍ଡ ଦୃଷ୍ଟିକୋଣରୁ ଦେଖିଛୁ, ଏହି ଶକ୍ତିକୁ ଲାଭ ଏବଂ କ୍ଷତିର ହିସାବ ଖାତା ବା ଲେଜରରେ ବାନ୍ଧି ରଖିଛୁ । ଏହା ଆମର ଜି – ୨୦ ନେତା ମାନଙ୍କର ଦାୟିତ୍ୱ ଅଟେ ଯେ , ଡିଜିଟାଲ୍ ରୂପାନ୍ତରର ଲାଭ ମାନବ ଜାତିର ଏକ ଛୋଟ ଅଂଶରେ ଯେପରି ସୀମିତ ନରହେ ।
ବିଗତ କିଛି ବର୍ଷର ଭାରତର ଅଭିଜ୍ଞତା ଆମକୁ ଦର୍ଶାଇଛି ଯେ . ଯଦି ଆମେ ଡିଜିଟାଲ୍ ସ୍ଥାପତ୍ୟକୁ ଅନ୍ତର୍ଭୁକ୍ତିମୂଳକ କରିବୁ, ତା’ହେଲେ ଏହା ସାମାଜିକ-ଅର୍ଥନୈତିକ ପରିବର୍ତ୍ତନ ଆଣି ପାରିବ । ଡିଜିଟାଲ୍ ବ୍ୟବହାରରେ ବ୍ୟାପକତା ଏବଂ ଗତି ଅଣା ଯାଇପାରେ । ଶାସନରେ ସ୍ୱଚ୍ଛତା ଅଣାଯାଇ ପାରିବ । ଭାରତ ଡିଜିଟାଲ୍ ସାଧାରଣ ସାମଗ୍ରୀର ବିକାଶ କରିଛି , ଯାହାର ମୌଳିକ ସ୍ଥାପତ୍ୟରେ ଗଣତାନ୍ତ୍ରିକ ନୀତି ରହିଛି । ଏହି ସମାଧାନ ଗୁଡ଼ିକ ମୁକ୍ତ ଉତ୍ସ, ମୁକ୍ତ ଏପିଆଇ ସମୂହ , ଖୋଲା ମାନକ ଗୁଡିକ ଉପରେ ଆଧାରିତ ଅଟେ , ଯାହା ପାରସ୍ପରିକ ଭାବେ କାର୍ଯ୍ୟକ୍ଷମ ଏବଂ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ । ଆଜି ଭାରତରେ ଚାଲିଥିବା ଡିଜିଟାଲ ବିପ୍ଳବ ଉପରେ ଆଧାର କରି ଏହା ହେଉଛି ଆମର ଆଭିମୁଖ୍ୟ । ଉଦାହରଣ ସ୍ୱରୂପ, ଆମର ୟୁନିଫାଏଡ୍ ପେମେଂଟ ଇଂଟରଫେସ୍ (ୟୁପିଆଇ)କୁ ନିଆ ଯାଇପାରେ ।
ଗତ ବର୍ଷ, ବିଶ୍ୱର ୪୦% ରୁ ଅଧିକ ରିଅଲ୍ ଟାଇମ୍ ପେମେଂଟ (ବାସ୍ତବ ସମୟର ଦେୟ) କାରବାର ୟୁପିଆଇ ମାଧ୍ୟମରେ ହୋଇଥିଲା । ସେହିଭଳି ଡିଜିଟାଲ ପରିଚୟ ଆଧାରରେ ଆମେ ୪୬୦ ମିଲିୟନ୍ ନୂତନ ବ୍ୟାଙ୍କ ଆକାଉଂଟ ଖୋଲିଛୁ, ଯାହା ଆଜି ଭାରତକୁ ବିଶ୍ୱରେ ଅର୍ଥନୈତିକ ଅନ୍ତର୍ଭୁକ୍ତି କ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ର ଭାବରେ ପରିଚିତ କରାଇଛି । ଆମର ମୁକ୍ତ ଉତ୍ସ କୋ-ୱିନ ପ୍ଲାଟଫର୍ମ ମାନବ ଇତିହାସରେ ସବୁଠାରୁ ବଡ ଟୀକାକରଣ ଅଭିଯାନ କରିଥିଲା, ମହାମାରୀ ସମୟରେ ମଧ୍ୟ ଏହା ଆମର ଏକ ସଫଳତା ଭାବେ ପରିଗଣିତ ।
ମହାମାନ୍ୟ ଗଣ,
ଭାରତରେ, ଆମେ ଡିଜିଟାଲ୍ ବ୍ୟବହାରକୁ ସାର୍ବଜନୀନ କରୁଛୁ, କିନ୍ତୁ ଆନ୍ତର୍ଜାତିକ ସ୍ତରରେ ତଥାପି ଏକ ବିରାଟ ଡିଜିଟାଲ୍ ବିଭେଦ ରହିଛି । ବିଶ୍ୱର ଅଧିକାଂଶ ବିକାଶଶୀଳ ଦେଶର ନାଗରିକ ମାନଙ୍କର କୌଣସି ପ୍ରକାରର ଡିଜିଟାଲ୍ ପରିଚୟ ନାହିଁ । କେବଳ ୫୦ ଟି ଦେଶରେ ଡିଜିଟାଲ୍ ଦେୟ ବ୍ୟବସ୍ଥା ଅଛି । ଆମେ ଏକାଠି ଏକ ପ୍ରତିଜ୍ଞା ନେଇ ପାରିବା କି , ଆଗାମୀ ଦଶ ବର୍ଷ ମଧ୍ୟରେ ଆମେ ପ୍ରତ୍ୟେକ ମନୁଷ୍ୟର ଜୀବନରେ ଡିଜିଟାଲ୍ ପରିବର୍ତ୍ତନ ଆଣିବା, ଯାହା ଦ୍ୱାରା ସାରା ବିଶ୍ୱର କୌଣସି ବ୍ୟକ୍ତି ଡିଜିଟାଲ୍ ଟେକ୍ନୋଲୋଜିର ଲାଭରୁ ବଂଚିତ ହେବେ ନାହିଁ !
ଆସନ୍ତା ବର୍ଷ ଭାରତ ଜି – ୨୦ ସମ୍ମିଳନୀର ଅଧ୍ୟକ୍ଷତା କରିବା ସମୟରେ ସମସ୍ତ ଜି- ୨୦ ସହଯୋଗୀ ରାଷ୍ଟ୍ର ମାନଙ୍କ ସହିତ ମିଳିତ ଭାବରେ ଏହି ଉଦ୍ଦେଶ୍ୟରେ କାର୍ଯ୍ୟ କରିବ । “ବିକାଶ ପାଇଁ ତଥ୍ୟ’ ର ସିଦ୍ଧାନ୍ତ ଆମର ପ୍ରେସିଡେନ୍ସିର ସାମଗ୍ରିକ ବିଷୟବସ୍ତୁ “ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ ର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେବ ।
ଧନ୍ୟବାଦ ।
ଦ୍ରଷ୍ଟବ୍ୟ – ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟର ଆପେକ୍ଷିକ ଅନୁବାଦ । ମୂଳ ଟିପ୍ପଣୀ ହିନ୍ଦୀରେ ପ୍ରଦାନ କରା ଯାଇଥିଲା ।
***
SSP
Addressed the @g20org session on Digital Transformation. Many tech innovations are among the biggest transformations of our era. Technology has emerged as a force multiplier in battling poverty. Digital solutions can show the way to solve global challenges like climate change. pic.twitter.com/yFLX9sUD3p
— Narendra Modi (@narendramodi) November 16, 2022
Emphasised on making digital technology more inclusive so that a meaningful change can be brought in the lives of the poor. Also talked about India’s tech related efforts which have helped millions of Indians particularly during the pandemic.
— Narendra Modi (@narendramodi) November 16, 2022