ନମସ୍କାର!
ଆଗକୁ ଲାଭ ପଞ୍ଚମୀ ଆସୁଛି ଏବଂ ଗୁଜରାଟର ଯୁବକମାନଙ୍କ ପାଇଁ ରୋଜଗାର ମେଳାର ଏତେ ବଡ଼ ଆୟୋଜନ ହେଉଛି, ଯେପରି ସୁନାର ସୁଗନ୍ଧ ମିଳି ଯାଇଛି, ଆଜି ଗୁଜରାଟର ହଜାର ହଜାର ପୁଅ ଝିଅମାନଙ୍କୁ ଏକ ସଙ୍ଗରେ ରାଜ୍ୟ ସରକାରଙ୍କର ଅଲଗା ଅଲଗା ବିଭାଗରେ ବିଭିନ୍ନ ବର୍ଗରେ ନିଯୁକ୍ତ ପତ୍ର ଏବଂ ସିଲେକ୍ସନ ପତ୍ର, ପସନ୍ଦର ପତ୍ରର ବିତରଣ ହେଉଛି। ମୁଁ ଆପଣ ସମସ୍ତ ଯୁବକମାନଙ୍କୁ, ପୁଅ ଝିଅମାନଙ୍କୁ ଏହି ଖୁସିର ଅବସରରେ ଅନେକ ଅନେକ ଶୁଭକାମନା ଜଣାଉଛି।
ଧନତେରସ ଦିନ ଯେତେବେଳେ ମୁଁ ଦିଲ୍ଲୀରେ ରାଷ୍ଟ୍ରୀୟ ସ୍ତରରେ ରୋଜଗାର ମେଳାର ଶୁଭାରମ୍ଭ କରିଥିଲି ସେତେବେଳେ ମୁଁ କହିଥିଲି ଯେ ଭାରତ ସରକାର ଏହି ଆୟୋଜନ କରୁଛନ୍ତି, କିନ୍ତୁ ଭାରତ ସରକାରଙ୍କ ଆୟୋଜନ ବିଷୟରେ ଜାଣି ଏବଂ ଅନ୍ୟ ରାଜ୍ୟ ସରକାର ମଧ୍ୟ ଆଗକୁ ଆସିଛନ୍ତି ଏବଂ ମୁଁ ଖୁସି ଯେ ଗୁଜରାଟ ଏଥିରେ ମଧ୍ୟ ନିଜର ପରମ୍ପରା ତୁଲାଇ ସର୍ବ ପ୍ରଥମେ ଏହି କାର୍ଯ୍ୟକ୍ରମକୁ ଆଗକୁ ନେଉଛି। ତେଣୁ ଭାରତ ସରକାରଙ୍କ ଏହି କାର୍ଯ୍ୟକ୍ରମରେ ଯେପରି ଭାବରେ ହୋଇଛି, ସେହି ଉତ୍ସାହର ସହିତ ଗୁଜରାଟ ପରି ରାଜ୍ୟ ମଧ୍ୟ ଏହି କାର୍ଯ୍ୟକୁ ନିଜ ସ୍ତରରେ ନେଇଥିବାରୁ ଗୁଜରାଟ ଅଭିନନ୍ଦନର ଅଧିକାରୀ ଅଟେ।
ମୋତେ କୁହାଯାଇଛି ଯେ ଗୁଜରାଟ ସେବାର ପଞ୍ଚାୟତ ପସନ୍ଦର ବୋର୍ଡ଼ରେ 5000 ରୁ ଅଧିକ ମିତ୍ରମାନଙ୍କୁ ଆଜି ନିଯୁକ୍ତି ପତ୍ର ମିଳିଛି। ସେହିପରି ଗୁଜରାଟରେ ପୁଲିସ୍ ସବ ଇନ୍ସପେକ୍ଟର, ଏଠାରେ ଯେଉଁ ନିଯୁକ୍ତି ବୋର୍ଡ଼ ରହିଛି, ସେଥିରେ ଲୋକ ରକ୍ଷକଙ୍କ ଭର୍ତ୍ତି ହୋଇଛି, ସେଥିରେ ମଧ୍ୟ ପ୍ରାୟ 8000 ରୁ ଅଧିକ ଆଶାୟୀମାନଙ୍କୁ ଆଜି ଆପଏଣ୍ଟମେଣ୍ଟ ଲେଟର ପ୍ରଦାନ ହେବାକୁ ଯାଉଛି। ମୁଁ ଭୁପେନ୍ଦ୍ର ଭାଇ ଏବଂ ତାଙ୍କର ସରକାରଙ୍କୁ ଏହି ତ୍ବରିତ ପଦକ୍ଷେପ ପାଇଁ ଏବଂ ଏତେ ବଡ଼ ବିଶାଳ କାର୍ଯ୍ୟକ୍ରମ ପାଇଁ ବହୁତ ଅଭିନନ୍ଦନ ଜଣାଉଛି, ଏବଂ କେବଳ ଏତିକି ନୁହେଁ, ମୁଁ ତ ଏହା ମଧ୍ୟ ଶୁଣିବାକୁ ପାଇଛି ଯେ ଏବେ କିଛି ଦିନ ପୂର୍ବରୁ ଅଲଗା ଅଲଗା ଅନ୍ୟ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ 10 ହଜାର ଯୁବକମାନଙ୍କୁ ପ୍ରଥମରୁ ହିଁ ନିଯୁକ୍ତି ପତ୍ର ଦିଆ ଯାଇ ସାରଛି। ଏହାର ଅର୍ଥ ହେଉଛି ସେମାନେ ଯେଉଁ 35 ହଜାର ନିଯୁକ୍ତି ପ୍ରଦାନ କରିବାର ଲକ୍ଷ୍ୟ ରଖିଛନ୍ତି, ସେଥିରେ ଏକ ବଡ଼ ସଫଳତା ହାସଲ କରିଛନ୍ତି।
ବନ୍ଧୁଗଣ,
ଗୁଜରାଟ ଆଜି ଯେଉଁ ବିକାଶର ସଫଳତାର ସହିତ ଆଗକୁ ବଢ଼ୁଛି, ଏବଂ ଏଥିରେ ଗୁଜରାଟର ଭୁପେନ୍ଦ୍ର ଭାଇଙ୍କ ନେତୃତ୍ବରେ ନୂଆ ଔଦ୍ୟୋଗିକ ନୀତି ନେଇ କରି ଆସିଛି, ତାହାର ଯେଉଁ ପରି ଭାବରେ ସ୍ବାଗତ ହୋଇଛି, ମୋତେ ଯେଉଁ ଭଳି ଭାବରେ ଦେଶର ଭିନ୍ନ ଭିନ୍ନ କ୍ଷେତ୍ରରୁ ଏହି ପ୍ରକାରର ସାହସ ମିଳୁଛି, ଯାହା ଗୁଜରାଟର ଔଦ୍ୟୋଗିକ ନୀତିକୁ ଏତେ ଅଧିକ ପ୍ରଶଂସା କରନ୍ତି ଏବଂ ଏଥିରେ ଏକ କଥା ବହୁତ ଆଗକୁ ଆସୁଛି ଯେ ଔଦ୍ୟୋଗିକ ନୀତିର କାରଣରୁ ଉଦ୍ୟୋଗର ତ ବୃଦ୍ଧି ହେବ, ଦେଶ ବିଦେଶରୁ ମଧ୍ୟ ଆସିବେ କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ନିଯୁକ୍ତିର ସୃଷ୍ଟି ଏବଂ ଭିନ୍ନ ଭିନ୍ନ ରୋଜଗାରର କ୍ଷେତ୍ର ଖୋଲୁଛି। କେବଳ ଏତିକି ନୁହେଁ ଏହି କାରଣରୁ ସ୍ବରୋଜଗାର ପାଇଁ ବହୁତ ବଡ଼ ସୁଯୋଗ ସୃଷ୍ଟି ହେଉଛି ଏବଂ ଗୁଜରାଟ ସରକାର ଟେକ୍ନୋଲୋଜି ମାଧ୍ୟମରେ ଓଜସ୍ ପରି ଡିଜିଟାଲ୍ ପ୍ଲାଟଫର୍ମ ପ୍ରସ୍ତୁତ କରିଛନ୍ତି, ତୃତୀୟ ଓ ଚତୁର୍ଥ ବର୍ଗର ପଦବୀ ପାଇଁ, ଇଣ୍ଟରଭ୍ୟୁର ପ୍ରଥା ସମାପ୍ତ ହୋଇ ଯାଇଛି, ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ସରଳ ହୋଇଛି ଏବଂ ସମ୍ପୂର୍ଣ୍ଣ ଭାବରେ ପାରଦର୍ଶି ଓ ସ୍ବଚ୍ଛ ହୋଇଛି। ରୋଜଗାରକୁ ବୃଦ୍ଧି କରିବା ଦିଗରେ ଗୁଜରାଟ ସରକାର ଯେଉଁ ଅନୁବନ୍ଧନ ମୋବାଇଲ୍ ଆପ୍ ଏବଂ ୱେବପୋର୍ଟାଲ୍ର ବିକାଶ କରିଛନ୍ତି, ଏହାର ଅର୍ଥ ହେଉଛି ଟ୍ରାନ୍ସପାରେନ୍ସି ମଧ୍ୟ ଓ ସରଳ ଆକ୍ସେସ ମଧ୍ୟ, ଏହି ବ୍ୟବସ୍ଥା ମଧ୍ୟ ଗୁଜରାଟର ଯୁବକମାନଙ୍କ ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି କରୁଛି ଏବଂ ଏହା ଦ୍ବାରା ରୋଜଗାର ଖୋଜୁଥିବା ବ୍ୟକ୍ତି ଓ ଯେଉଁ ମାନଙ୍କୁ ନୂତନ ପ୍ରତିଭାବାନ ଯୁବକମାନଙ୍କର ଆବଶ୍ୟକତା ରହିଛି, ନୂଆ ନୂଆ ସ୍କିଲର ଆବଶ୍ୟକତା ରହିଛି, ଉଭୟ ଦିଗରେ ପ୍ରକ୍ରିୟା ଦ୍ରୁତ ହୋଇଯାଇଛି। ନିଯୁକ୍ତି ପ୍ରାପ୍ତ କରୁଥିବା ଓ ଦେଉଥିବା ଉଭୟଙ୍କ ପାଇଁ ଏକ ପ୍ଲାଟଫର୍ମ ସୃଷ୍ଟି ହୋଇଛି।
ଗୁଜରାଟ ଲୋକସେବା ଆୟୋଗ, ଯାହାକି ସୁନିୟୋଜନ ଓ ତତ୍କାଳ ଭର୍ତ୍ତି ପ୍ରକ୍ରିୟାର ଯେଉଁ ମଡେଲ୍ ପ୍ରସ୍ତୁତ କରିଛନ୍ତି ଏହାକୁ ଶତ ପ୍ରତିଶତ ଜାତୀୟ ସ୍ତରରେ ମଧ୍ୟ ଏହି ମଡେଲର ସମସ୍ତ ରାଜ୍ୟ ଅଭ୍ୟାସ କରିବେ ଏବଂ ନିଶ୍ଚିତ ଭାବରେ ଏଥିରେ ଆବଶ୍ୟକତା ଅନୁସାର କମ୍ ବେଶି କରି ଦେଶ ପାଇଁ ବହୁତ ଭଲ ବ୍ୟବସ୍ଥା ସୃଷ୍ଟି କରିପାରିବେ। ଏବଂ ଏହି ବିଷୟ ପାଇଁ ମଧ୍ୟ ଗୁଜରାଟ ସରକାର ଏବଂ ଭୁପେନ୍ଦ୍ର ଭାଇଙ୍କ ସମ୍ପୂର୍ଣ୍ଣ ଟିମକୁ ଯେତେ ପ୍ରଶଂସା କରାଯିବ ସେତେ କମ୍ ହେବ।
ବନ୍ଧୁଗଣ,
ଆଗାମୀ ଦିନରେ ସମ୍ପୂର୍ଣ୍ଣ ଦେଶରେ ଜାତୀୟ ସ୍ତରରେ ଏବଂ ରାଜ୍ୟ ମଧ୍ୟ ଯେତେବେଳେ ଏହାର ଭାଗିଦାରୀ ହୋଇଛନ୍ତି ସେତେବେଳେ ଭାରତ ସରକାର ଏକ ରୋଜଗାର ମେଳାର ଶୁଭାରମ୍ଭ କରିଛନ୍ତି, ଆଜି ଗୁଜରାଟ ଅଳ୍ପ କିଛି ଦିନ ମଧ୍ୟରେ ଯୋଡ଼ି ହୋଇଛି, ମୋର ପାଖରେ ସୂଚନା ଅଛି ଯେ ପ୍ରାୟ ସମସ୍ତ ରାଜ୍ୟ ଆଗକୁ ଆସୁଛନ୍ତି। କେନ୍ଦ୍ର ଶାସିତ ଅଞ୍ଚଳ ନିଜର ୟୁନିୟନ ଟେରିଟୋରିରେ ମଧ୍ୟ ଆସୁଛି। ଭାରତ ସରକାର 1 ବର୍ଷରେ 10 ଲକ୍ଷ ଲୋକମାନଙ୍କର ଲକ୍ଷାଙ୍କ ନିର୍ଦ୍ଧାରିତ କରିଛି। କିନ୍ତୁ ଯେଉଁ ଭଳି ଭାବରେ ରାଜ୍ୟ ମାନେ ସାମିଲ୍ ହେଉଛନ୍ତି ମୋତେ ଲାଗୁଛି ଯେ ଏହି ସଂଖ୍ୟା ଲକ୍ଷ ରୁ ଅଧିକ ହୋଇଯିବ। ଏହାର ଅର୍ଥ ଏହା ଯେ କେନ୍ଦ୍ର ଓ ରାଜ୍ୟ ସରକାର ମିଶି କରି ଏପରି ପୀଢ଼ିକୁ ଆଜି ଶାସନରେ ଯୋଡ଼ୁଛନ୍ତି, ଯେଉଁ କାରଣରୁ ଭାରତ ସରକାରଙ୍କ ଯେଉଁ ଲକ୍ଷ୍ୟ ରହିଛି ତାହା ଶତ ପ୍ରତିଶତ ଲକ୍ଷ୍ୟ ହାସଲ- ସାଚୁରେସନ ଆଣିବାର, ଲାଷ୍ଟ ମାଇଲ୍ ଡେଲିଭରିକୁ ସହାୟତା କରିଥାଏ। ଏବେ ଯେଉଁ ନୂଆ ୱାର୍କ ଫୋର୍ସ ଆସିବ, ଯେଉଁ ନବ ଯୁବକ ପୁଅ ଝିଅଙ୍କୁ ଉତ୍ସାହର ସହିତ ଆସିବେ ଏହି କାର୍ଯ୍ୟକୁ ବହୁତ ଗତି ମିଳିଯିବ। ଏବଂ ମୁଁ ଆଶା କରୁଛି ଯେ ଏହି ନୂତନ ନିଯୁକ୍ତି ପାଇଥିବା ଆମର ନୂଆ ଯୁବକ, ପୁଅ ଝିଅ, ଏକ କମିଟମେଣ୍ଟ ହିତ ସମାଜ ପାଇଁ କିଛି କରିବା ଅଟେ, ନିଜର ରାଜ୍ୟ ପାଇଁ, ନିଜର ଗ୍ରାମ ପାଇଁ, ନିଜର କ୍ଷେତ୍ର ପାଇଁ, ଏହାର ଅନେକ ଗୁଣା ଉତ୍ସାହ, ଆଗ୍ରହ ଓ କମିଟମେଣ୍ଟ ସହିତ ସରକାରଙ୍କ ସମ୍ପୂର୍ଣ୍ଣ ବ୍ୟବସ୍ଥାରେ ନୂଆ ପ୍ରାଣ ଶକ୍ତି ଭାବରେ ସାମିଲ୍ ହୋଇଯିବେ। ଏବଂ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଆଜି ଭାରତର ଅମୃତ କଳରେ ପ୍ରବେଶ କରି ସାରିଛି। 75 ବର୍ଷ ସମାପ୍ତ କରିଛି, 2047 ରେ ଯେତେବେଳେ ଭାରତର ସ୍ବାଧୀନତାର 100 ବର୍ଷ ପୂରଣ ହେବ ଆମକୁ ନିଜର ଦେଶକୁ 25 ବର୍ଷରେ ଏତେ ଆଗକୁ ନେଇ ଯିବା ଏବଂ ଏଥିରେ ଆପଣ ମାନଙ୍କର ସମ୍ପୂର୍ଣ୍ଣ ଯୋଗଦାନ ରହିବ। ଆଗାମୀ 25 ବର୍ଷରେ ଆପଣଙ୍କ ବ୍ୟକ୍ତିଗତ ଜୀବନରେ ଯେପରି ମହତ୍ତ୍ବପୂର୍ଣ୍ଣ ରହିଛି ଆପଣଙ୍କ ସ୍ବପ୍ନ, ସଙ୍କଳ୍ପ, ଆପଣଙ୍କ ଶକ୍ତି, ଆପଣଙ୍କ ମହତ୍ତ୍ବାକାଂକ୍ଷା, ଏହା ସବୁ ଭାରତର 2047 ରେ ଏତେ ବଡ଼ ଉଚ୍ଚତାରେ ପହଞ୍ଚି ଯାଇଥିବ ଯାହାର ସବୁଠାରୁ ବଡ଼ ଭାଗିଦାର ମଧ୍ୟ ଆପଣ ହେବେ ଏବଂ ହକଦାର ମଧ୍ୟ ଆପଣ ହେବେ।
କେତେ ସୁବର୍ଣ୍ଣ ସୁଯୋଗ ଆସିଛି ଏବଂ ଏହାଦ୍ବରା ଏହି ଅବସରରେ ସମସ୍ତ ନବ ଯୁବକମାନଙ୍କୁ, ତାଙ୍କର ଜୀବନରେ ଯେଉଁ ସୁଯୋଗ ମିଳିଛି, କିନ୍ତୁ ଏହି ସୁଯୋଗରେ ଅଟକିଯିବା ନାହିଁ ବନ୍ଧୁଗଣ ଏବେ ତ ଅନଲାଇନ୍ ଅନେକ କୋର୍ସ ଚାଲୁ ରହିଛି, ନିରନ୍ତର ବିକାଶ କରିବା କୌଣସି ସ୍ଥାନରେ ଅଟକିଯିବା ନାହିଁ, ଆଗକୁ ବଢ଼ିବା ଜାରି ରଖିବା ଏବଂ ମୁଁ ତ ଏପରି ଅନେକ ଲୋକଙ୍କୁ ଦେଖିଛି ଯେଉଁମାନେ କଲେଜରେ ଏକ ଛୋଟ ପଦବୀରୁ କାମ ଆରମ୍ଭ କରିଛନ୍ତି ଓ ସେହି ସ୍ଥାନରେ ପଢ଼ି ପଢ଼ି ସେହି କଲେଜରେ ପ୍ରଫେସର ହୋଇଛନ୍ତି। ପ୍ରଗତିକୁ କେବେ ଅଟକାଇବା ନାହିଁ। ସର୍ବଦା କିଛି ନୂଆ ଶିଖିବା ଆବଶ୍ୟକ। ଭିତରେ ଥିବା ବିଦ୍ୟାର୍ଥୀଙ୍କୁ ସର୍ବଦା ଜୀବନ୍ତ ରଖିବା ଆବଶ୍ୟକ। ଆପଣ ସରକାରଙ୍କ ବ୍ୟବସ୍ଥାରେ ପ୍ରବେଶ କରୁଛନ୍ତି, କିନ୍ତୁ ଜୀବନର ସ୍ବପ୍ନକୁ ସଙ୍କଳ୍ପ ପାଇଁ ଆପଣଙ୍କ ନିମନ୍ତେ ଦ୍ବାରା ଉନ୍ମୁକ୍ତ ରହିଛି, ଆପଣଙ୍କୁ ବହୁତ ଆଗକୁ ଯିବାକୁ ଅଛି, ଏବଂ ଆମକୁ ମଧ୍ୟ ଆଗକୁ ବଢ଼ିବାକୁ ହେବ। ପଛୁଆ ବର୍ଗର ଲୋକ ମାନଙ୍କ ସୁବିଧା ପାଇଁ ଆମେ କ୍ରମାଗତ ପରିଶ୍ରମ କରୁଛୁ। ଏହା ଆମକୁ ସନ୍ତୋଷତା ପ୍ରଦାନ କରୁଛି। ଆମକୁ ଯେଉଁ କାର୍ଯ୍ୟ ମିଳିଛି ସେହି କାର୍ଯ୍ୟକୁ ନିଷ୍ଠାର ସହିତ କରୁଛୁ। ଏହାର ଯେଉଁ ଆନନ୍ଦ ରହିଛି, ତାହା ପ୍ରଗତିର ଦ୍ବାର ଖୋଲି ଦେଇଥାଏ। ଏବଂ ମୋର ବିଶ୍ବାସ ରହିଛି ଯେ ଆମର ଗୁଜରାଟର ପୁଅ ଝିଅମାନେ ଆଗାମୀ 25 ବର୍ଷର ଭାରତର ଅମୃତ କାଳ ବିଶ୍ବର କଲ୍ୟାଣର ଅମୃତ କାଳ ଅଟେ ଏବଂ ଏହାର ସାରଥୀ ହେଉଛନ୍ତି ଆପଣମାନେ। କେତେ ଶୁଭ ସଂଯୋଗ ଅଟେ, କେତେ ବଡ଼ ସୁଯୋଗ ଆପଣଙ୍କ ପାଇଁ ରହିଛି। ଆପଣଙ୍କୁ ବହୁତ ଶୁଭ କାମନା! ଯେତେ ଶୁଭ କାମନା ଦେଲେ ମଧ୍ୟ ତାହା କମ ଅଟେ! ବହୁତ ଆଗକୁ ବଢ଼ନ୍ତୁ, ଆପଣଙ୍କର ମାତା ପିତାଙ୍କର ସ୍ବପ୍ନକୁ ପୂରଣ କରନ୍ତୁ।
ଧନ୍ୟବାଦ ବନ୍ଧୁଗଣ।
BS
My remarks at the Gujarat Rozgar Mela. Congratulations to the newly inducted appointees. https://t.co/IGwKXdwnRP
— Narendra Modi (@narendramodi) October 29, 2022