ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଥାଇଲାଣ୍ଡ ରାଜା ମହାମହିମ ଭୂମିବୋଲ ଆଦୁଲ୍ୟଦେଜଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
“ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏକ ଶୋକବାର୍ତ୍ତାରେ କହିଛନ୍ତି ଯେ, ଥାଇଲାଣ୍ଡର ରାଜା ଭୂମିବୋଲ ଆଦୁଲ୍ୟଦେଜଙ୍କ ବିୟୋଗରେ ଭାରତବାସୀ ଏବଂ ବ୍ୟକ୍ତିଗତ ଭାବେ ମୁଁ ମର୍ମାହତ ।
ରାଜା ଭୂମିବୋଲ ଆଦୁଲ୍ୟଦେଜ ତଥା ରାମ 9ଙ୍କୁ ଥାଇଲ୍ୟାଣ୍ଡର ଲୋକ ଗଭୀର ଭାବେ ସମ୍ମାନ କରୁଥିଲେ । ଏହିଭଳି ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାରେ ତାଙ୍କ ପରିବାର ଏବଂ ହିତାକାଂକ୍ଷୀଙ୍କ ସହିତ ମୁଁ ମର୍ମାହତ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
People of India and I join the people of Thailand in grieving the loss of one of the tallest leaders of our times, King Bhumibol Adulyadej.
— Narendra Modi (@narendramodi) October 13, 2016
King Bhumibol Adulyadej or Rama 9, was widely revered by his people. My thoughts are with his countless well-wishers & family.
— Narendra Modi (@narendramodi) October 13, 2016