ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୩-୧୦-୨୦୨୨) ହିମାଚଳ ପ୍ରଦେଶର ଅମ୍ବ ଅନଦୁରା, ଉନ୍ନା-ନୂଆଦିଲ୍ଲୀ ନୂତନ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।
ପ୍ରଧାନମନ୍ତ୍ରୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଡବାଗୁଡିକ ନିରୀକ୍ଷଣ କରିବା ସହ ଯାତ୍ରା ସୁବିଧା ସମ୍ପର୍କରେ ଅବଗତ ହୋଇଥିଲେ । ଶ୍ରୀ ମୋଦୀ ବନ୍ଦେ ଭାରତ ଏକ୍ସପ୍ରେସ ଲୋକମୋଟିଭ ଇଞ୍ଜିନ ନିୟନ୍ତ୍ରଣ କେନ୍ଦ୍ର ଓ ଉନ୍ନା ରେଳଷ୍ଟେସନ ମଧ୍ୟ ନିରୀକ୍ଷଣ କରିଥିଲେ ।
ପ୍ରଧାନମନ୍ତ୍ରୀଙ୍କ ସହ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଜୟରାମ ଠାକୁର, ହିମାଚଳ ପ୍ରଦେଶ ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର, ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଉପସ୍ଥିତ ଥିଲେ ।
ଏହି ଟ୍ରେନ ପ୍ରବର୍ତ୍ତନ ଫଳରେ ପର୍ଯ୍ୟଟନ ବୃଦ୍ଧି ସହ ଆରାମଦାୟକ ଓ ଦ୍ରୁତ ଯାତ୍ରା ମଧ୍ୟ ସମ୍ଭବ ହେବ । ଉନ୍ନାରୁ ନୂଆଦିଲ୍ଲୀ ଯାତ୍ରା ସମୟ ମଧ୍ୟ ଦୁଇଘଣ୍ଟା ହ୍ରାସ ପାଇବ । ଅମ୍ବ ଅନଦୁରାରୁ ନୂଆଦିଲ୍ଲୀ ମଧ୍ୟରେ ଯାତ୍ରା କରୁଥିବା ଏହା ଦେଶର ଚତୁର୍ଥ ବନ୍ଦେ ଭାରତ ଟ୍ରେନ । ଅନ୍ୟ ଟ୍ରେନ ତୁଳନାରେ ଏହା ହାଲୁକା ଓ କମ୍ ସମୟ ମଧ୍ୟରେ ଦ୍ରୁତଗତିରେ ଯାତ୍ରା କରିପାରିବ । ବନ୍ଦେ ଭାରତ ୨.୦ରେ ଅତ୍ୟାଧୁନିକ ଯାନ୍ତ୍ରିକ ବୈଶିଷ୍ଟ୍ୟ ରହିଛି । ଏହା ମାତ୍ର ୫୨ ସେକେଣ୍ଡରେ ଶୂନ୍ୟରୁ ଶହେ କିଲୋମିଟର ଧରି ପାରୁଥିବା ବେଳେ ଏହାର ଘଣ୍ଟାପ୍ରତି ସର୍ବାଧିକ ବେଗ ୧୮୦ କିଲୋମିଟର ରହିଛି । ଏହି ଉନ୍ନତ ବନ୍ଦେ ଭାରତ ଏକ୍ସପ୍ରେସ ଓଜନ ୩୯୨ ଟନ ହୋଇଥିବାବେଳେ ଏହାର ପୂର୍ବ ଢାଞ୍ଚା ୪୩୦ଟନ ଥିଲା । ଆବଶ୍ୟକ ମୁତାବକ ଏଥିରେ ୱାଇ-ଫାଇ ସୁବିଧା ଉପଲବ୍ଧ ହେବ । ପ୍ରତ୍ୟେକ ଟିବାରେ ୩୨ଇଞ୍ଚ ପରଦା ଯାତ୍ରୀମାନଙ୍କୁ ସୂଚନା ଓ ମନୋରଞ୍ଜନ ଖୋରାକ୍ ଯୋଗାଇବ । ପୂର୍ବ ମଡେଲ ଟ୍ରେନରେ ଏହା ୨୪ଇଞ୍ଚ ଥିଲା । ବନ୍ଦେ ଭାରତ ଏହାର ଏସି ପଦ୍ଧତି ଯୋଗୁଁ ଅଧିକ ପରିବେଶ ଅନୁକୂଳ । ଧୂଳି ବିହୀନ ଏହି ଟ୍ରେନରେ ଯାତ୍ରା ଅଧିକ ଆରାମଦାୟକ । ଆଗରୁ ସମ୍ପୂର୍ଣ୍ଣ ଆଉଜି ହେବା ବ୍ୟବସ୍ଥ।। କେବଳ ଏକଜ୍ୟୁଟିଭ ଯାତ୍ରୀଙ୍କ ପାଇଁ ଥିବାବେଳେ, ଏହା ଏବେ ସବୁ ଶ୍ରେଣୀ ଯାତ୍ରୀଙ୍କ ପାଇଁ ଉପଲବ୍ଧ । ଏକଜ୍ୟୁଟିଭ ଶ୍ରେଣୀ ନିମନ୍ତେ ୧୮୦ ଡିଗ୍ରୀ ବୁଲି ଆଉଜିବା ବ୍ୟବସ୍ଥା ରହିଛି ।
ନୂତନ ପରିପାଟୀ ଯୁକ୍ତ ବନ୍ଦେ ଭାରତ ଏକ୍ସପ୍ରେସରେ ବାୟୁ ବିଶୋଧନର ବିଶେଷ ବ୍ୟବସ୍ଥା (ଫଟୋ କାଟାଲିକ୍ଟିକ ଅଲଟ୍ରା ଭାଓଲେଟ)ବାୟୁ ବିଶୋଧନ ପଦ୍ଧତି ରହିଛି । ରୁଫ ମାଉଣ୍ଟେଡ୍ ପ୍ୟାକେଜ ୟୁନିଟ୍ (ଆରଏମ୍ପିୟୁ)ରେ ଏହା ଖଞ୍ଜା ହୋଇଛି । କେନ୍ଦ୍ରୀୟ ବୈଜ୍ଞାନିକ ଯନ୍ତ୍ରପାତି ସଂଗଠନ(ସିଏସଆଇଓ) ସୁପାରିସ ଅନୁସାରେ (ଆରଏମପିୟୁ)ରେ ଖଞ୍ଜା ହୋଇଥିବା ଏହି ପଦ୍ଧତି ଯୋଗଁ କୋଚକୁ ଜୀବାଣୁ, ବିଜାଣୁ ଓ ଭୂତାଣୁ ଇତ୍ୟାଦି କବଳରୁ ମୁକ୍ତ ରଖିବ ।
ବନ୍ଦେ ଭାରତ ଏକ୍ସପ୍ରେସ ୨.୦ ବିମାନ ଉଡାଣ ଯାତ୍ରାର ଆନନ୍ଦ ଦେବ । ଏଥିରେ ଅତ୍ୟାଧୁନିକ ନିରାପତ୍ତା ବ୍ୟବସ୍ଥା ସହ ସ୍ୱଦେଶୀ ଢାଞ୍ଚାରେ ନିର୍ମିତ ସଂଘର୍ଷ ନିରୋଧୀ ପଦ୍ଧତି-କବଚ ବ୍ୟବସ୍ଥା ମଧ୍ୟ ରହିଛି ।
*****
SM/SLP
The Vande Bharat train flagged off earlier today will improve connectivity and give an opportunity for many more people to explore the natural beauty and spirituality of Himachal Pradesh. pic.twitter.com/GZnqjmLEka
— Narendra Modi (@narendramodi) October 13, 2022