ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଉଜ୍ଜୈନ ଠାରେ ମହାକାଳ ଲୋକ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟକୁ ଜାତି ଉଦ୍ଦେଶ୍ୟରେ ସମର୍ପଣ କରିବା ସହ ଜନ ସମାବେଶକୁ ସମ୍ବୋଧିତ କରିଛନ୍ତି । ଏହାସହିତ ଉଜ୍ଜୈନ ସ୍ଥିତ ମହାକାଳ ମନ୍ଦିରର ଗର୍ଭଗୃହରେ ପୂଜା ଓ ଆଳତୀ କରିଛନ୍ତି । ପ୍ରଧାନମନ୍ତ୍ରୀ ଉଜ୍ଜୈନରେ ପହଞ୍ଚିବା ପରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରସିଦ୍ଧ ଗାୟକ ଶ୍ରୀ କୈଳାଶ ଖେର ଶ୍ରୀ ମହାକାଳଙ୍କ ସ୍ତୁତି ଗାନ କରିଥିଲେ ଓ ପରେ ଲାଇଟ, ସାଉଣ୍ଡ ଓ ଫ୍ରାଗ୍ରାନ୍ସ ଶୋ ଆୟୋଜିତ ହୋଇଥିଲା ।
ପ୍ରଭୁ ମହାକାଳଙ୍କ ଜୟଧ୍ୱନି ଦେଇ ପ୍ରଧାନମନ୍ତ୍ରୀ ବକ୍ତବ୍ୟ ଆରମ୍ଭ କରିଥିଲେ । “ଜୟ ମହାକାଳ ! ଉଜ୍ଜୈନର ଏହି ଉର୍ଜା, ଏହି ଉତ୍ସାହ ! ଅବନ୍ତୀକାର ଆଭା, ଏହି ବିସ୍ମୟ, ଏହି ଆନନ୍ଦ ! ମହାକାଳଙ୍କ ଏହି ମହିମା, ଏହି ମାହାତ୍ମ୍ୟ ! ମହାକାଳ ଲୋକରେ କିଛି ବି ଲୌକିକ ନୁହେଁ । ଶଙ୍କରଙ୍କ ସାନ୍ନିଧ୍ୟରେ କିଛି ବି ସାଧାରଣ ନୁହେଁ । ସବୁକିଛି ଅଲୌକିକ, ଅସାଧାରଣ, ଅବିସ୍ମରଣୀୟ ଓ ଅବିଶ୍ୱସନୀୟ । କେହି ଯଦି ମହାକାଳଙ୍କ କୃପା ଲାଭ କରେ ତେବେ କାଳ (ସମୟ)ର ଅସ୍ତିତ୍ୱ ଶେଷ ହୋଇଥାଏ, ସମୟର ପ୍ରାଚୀର ଲୀନ ହୋଇଥାଏ ଓ ଅନ୍ତ ଠାରୁ ଅନନ୍ତ ପର୍ଯ୍ୟନ୍ତ ଯାତ୍ରା ଆରମ୍ଭ ହୋଇଥାଏ ।”
ଜ୍ୟୋତିଷୀୟ ଗଣନା ଅନୁଯାୟୀ ଉଜ୍ଜୈନ କେବଳ ଭାରତର କେନ୍ଦ୍ର ନୁହେଁ ଏହାର ଆତ୍ମାର ମଧ୍ୟ କେନ୍ଦ୍ରସ୍ଥଳ । ଉଜ୍ଜୈନ ସହରକୁ ସାତଟି ପବିତ୍ର ପୁରୀ ମଧ୍ୟରେ ଗଣନା କରାଯାଏ ଓ ଏହି ସ୍ଥାନକୁ ଭଗବାନ କୃଷ୍ଣ ଶିକ୍ଷା ଗ୍ରହଣ ପାଇଁ ଆସିଥିଲେ । ଉଜ୍ଜୈନ ରାଜା ବିକ୍ରମାଦିତ୍ୟଙ୍କ ଐଶ୍ୱର୍ଯ୍ୟ ଓ ଭାରତର ସୁବର୍ଣ୍ଣ ଯୁଗର ଆରମ୍ଭ ଦେଖିଛି । ଉଜ୍ଜୈନ ଇତିହାସକୁ ନିଜ ଭିତରେ ସାଉଁଟି ରଖିଛି । ଉଜ୍ଜୈନର ପ୍ରତ୍ୟେକ କୋଣ ଅନୁକୋଣ ଆଧ୍ୟାତ୍ମିକତାରେ ଭରି ରହିଛି ଓ ପ୍ରତି କୋଣ ଅନୁକୋଣରୁ ଐଶ୍ୱରୀୟ ଶକ୍ତି ସଂଚାର ହେଉଛି । ହଜାର ହଜାର ବର୍ଷ ଧରି ଉଜ୍ଜୈନ ଭାରତର ସମ୍ପଦ, ସମୃଦ୍ଧି, ଜ୍ଞାନ, ଗାରିମା, ସଭ୍ୟତା ଓ ସାହିତ୍ୟର ନେତୃତ୍ୱ ନେଇଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ଦେଶକୁ ସାଂସ୍କୃତିକ ଗାରିମାର ଉତ୍ଥାନା ସହ ସଗର୍ବେ ନିଜ ସ୍ୱତନ୍ତ୍ରତା ରକ୍ଷା କରିବାର ଆବଶ୍ୟକତା ରହିଛି । ସାଂସ୍କୃତିକ ଆତ୍ମବିଶ୍ୱାସକୁ ଗୁରୁତ୍ୱ ପ୍ରଦାନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱ ସ୍ତରରେ ନିଜ ସଫଳତାର ଧ୍ୱଜ ଉଡାଇବା ପାଇଁ ଦେଶର ସାଂସ୍କୃତିକ ଭବ୍ୟତା ବ୍ୟାପକ ହେବା ଦରକାର । ଏବଂ ସଫଳତାର ଶୀର୍ଷକୁ ସ୍ପର୍ଶ କରିବା ପାଇଁ ଦେଶକୁ ସାଂସ୍କୃତିକ ଉତ୍କର୍ଷ ଲାଭ କରିବାକୁ ହେବ ଓ ନିଜ ସ୍ୱତନ୍ତ୍ରତା ବଜାୟ ରଖିବାକୁ ହେବ । ଏଥିପାଇଁ ଆଜାଦୀର ଅମୃତ କାଳରେ ଭାରତ ମାନସିକ ଦାସତ୍ୱରୁ ମୁକ୍ତି, ନିଜ ଐତିହ୍ୟକୁ ନେଇ ଗର୍ବିତ ଭଳି ପଞ୍ଚ ପ୍ରାଣର ଆହ୍ୱାନ ଦେଇଛି । ଏହି ଉଦ୍ଦେଶ୍ୟ ପାଇଁ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ବିକାଶ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । କାଶୀ ସ୍ଥିତ ବିଶ୍ୱନାଥ ଧାମ ଭାରତର ସାଂସ୍କୃତିକ ରାଜଧାନୀର ଗୌରବକୁ ମହନୀୟ କରିଛି । ଉତ୍ତରାଖଣ୍ଡରେ ବାବା କେଦାରଙ୍କ ଆଶୀର୍ବାଦରୁ କେଦାରନାଥ-ବଦ୍ରିନାଥ ଧାମର ବିକାଶରେ ନୂଆ ଅଧ୍ୟାୟ ଲେଖାଯାଇଛି । ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଚାରି ଧାମକୁ ଚାରିଧାମ ପ୍ରକଳ୍ପ ଦ୍ୱାରା ଅଲ ୱେଦର ସଡକ ସଂଯୋଗ କରାଯାଉଛି । ସ୍ୱଦେଶ ଦର୍ଶନ ଓ ପ୍ରସାଦ ଯୋଜନା ମାଧ୍ୟମରେ ଆମ ଆଧ୍ୟାତ୍ମିକ ଚେତନାର ଏପରି ଅନେକ କେନ୍ଦ୍ରର ଗୌରବ ଫେରାଇ ଅଣାଯାଉଛି । ଏବେ ଏହି ପର୍ଯ୍ୟାୟରେ ଭବ୍ୟ ମହାକାଳ ଲୋକ ଅତୀତର ଗୌରବ ସହ ଭବିଷ୍ୟତକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଜ୍ୟୋର୍ତିଲିଙ୍ଗର ଗୁରୁତ୍ୱ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନିଜ ଧାରଣାର ଅବତାରଣା କରିଛନ୍ତି । ସେ କହିଛନ୍ତି ମୋର ବିଶ୍ୱାସ ଯେ, ଜ୍ୟୋର୍ତିଲିଙ୍ଗଗୁଡିକର ବିକାଶ ଭାରତର ଆଧ୍ୟାତ୍ମିକ ଆଭା, ଭାରତର ଜ୍ଞାନ ଓ ଦର୍ଶନର ବିକାଶ । ଭାରତର ସାଂସ୍କୃତିକ ଦର୍ଶନ ପୁଣି ଥରେ ଶିଖର ସ୍ପର୍ଶ କରି ସାରା ବିଶ୍ୱକୁ ମାର୍ଗଦର୍ଶନ ଦେବାକୁ ପ୍ରସ୍ତୁତ ହେଉଛି । ପ୍ରଭୁ ମହାକାଳ ଏକମାତ୍ର ଜ୍ୟୋର୍ତିଲିଙ୍ଗ ଯାହା ଦକ୍ଷିଣମୁଖୀ ଓ ଏହା ଶିବଙ୍କ ଏପରି ରୂପ ଯାହାଙ୍କ ଭସ୍ମ ଆରତୀ ସାରା ବିଶ୍ୱରେ ପ୍ରସିଦ୍ଧ । ପ୍ରତ୍ୟେକ ଭକ୍ତ ନିଜ ଜୀବନକାଳରେ ଭସ୍ମ ଆରତୀ ଦେଖିବାକୁ ଚାହିଁଥାନ୍ତି । ଏହି ପରମ୍ପରାରେ ଭାରତର ଉତ୍ସାହ ଓ ପ୍ରାଣବନ୍ତତାକୁ ଦେଖୁଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।
ଭଗବାନ ଶିବ ସ୍ୱୟଂ ଭୂତିମ ବିଭୂଷଣଃ, ଅର୍ଥାତ ସର୍ବଦା ସର୍ବାଧିମପା ପାଇଁ ବିଭୂତି ଧାରଣ କରନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଶାଶ୍ୱତ ଓ ଅବିନାଶୀ । ସେଥିପାଇଁ ମହାକାଳଙ୍କ ନିକଟରେ ସମୟର କୌଣସି ସୀମା ନଥାଏ । ମହାକାଳଙ୍କ ଶରଣରେ ବିଷରେ ମଧ୍ୟ ସ୍ପନ୍ଦନ ଥାଏ । ମହାକାଳଙ୍କ ଉପସ୍ଥିତିରେ ଅନ୍ତରୁ ମଧ୍ୟ ପୁନରୁତ୍ଥାନ ହୋଇଥାଏ ବୋଲି ସେ କହିଛନ୍ତି ।
ରାଷ୍ଟ୍ରର ଜୀବନରେ ଅଧ୍ୟାତ୍ମର ଭୂମିକା ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା କରି ଶ୍ରୀ ମୋଦୀ କହିଛନ୍ତି ଆମ ସଭ୍ୟତାର ଆଧ୍ୟାତ୍ମିକ ଆତ୍ମବିଶ୍ୱାସ ଭାରତକୁ ହଜାର ହଜାର ବର୍ଷ ଧରି ଜୀବିତ ରଖିଛି । ଯେପର୍ଯ୍ୟନ୍ତ ଆମ ଆସ୍ଥାର ଏହି କେନ୍ଦ୍ରଗୁଡିକ ଜାଗ୍ରତ ରହିବ ସେପର୍ଯ୍ୟନ୍ତ ଭାରତର ଚେତନା ଓ ଆତ୍ମା ଜାଗ୍ରତ ରହିବ ।
ଇତିହାସକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଇଲତୁତମିଶ ଭଳି ଅନୁପ୍ରବେଶକାରୀ ଉଜ୍ଜୈନର ଶକ୍ତିକୁ ଧ୍ୱଂସ କରିବାକୁ ଉଦ୍ୟମ କରିଥିଲେ । ଅତୀତରେ ଭାରତକୁ ଶୋଷଣ କରିବା ପାଇଁ ଉଦ୍ୟମ ହୋଇଛି । ଋଷି ଓ ମୁନିମାନଙ୍କ ଉଦ୍ଧୃତି ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ମହାକାଳ ଶିବଙ୍କ ଶରଣାଗତ ଥିଲେ ମୃତ୍ୟୁ କଣ କରିବ ? ବିଶ୍ୱାସର ଏହି ପ୍ରାମାଣିକ କେନ୍ଦ୍ରଗୁଡିକର ଶକ୍ତି ଦ୍ୱାରା ଭାରତର ପୁନରୁଦ୍ଧାର ହୋଇଥିଲା । ଆଜି ପୁଣି ଥରେ ଆଜାଦୀର ଅମୃତ ମହୋତ୍ସବରେ ଅମର ଅବନ୍ତୀକା ଭାରତର ସାଂସ୍କୃତିକ ଅମରତ୍ୱ ଘୋଷଣା କରୁଛି ।
ଭାରତ ପାଇଁ ଧର୍ମର ଅର୍ଥ ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆମ କର୍ତ୍ତବ୍ୟର ସାମୂହିକ ସଂକଳ୍ପ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଆମ ସଂକଳ୍ପର ଲକ୍ଷ୍ୟ ବିଶ୍ୱର କଲ୍ୟାଣ ଓ ମାନବ ସମାଜର ସେବା । ଆମେ ଭଗବାନ ଶିବଙ୍କ ଆରାଧନା କରୁ ଓ ବିଭିନ୍ନ ଉପାୟରେ ସାରା ବିଶ୍ୱର କଲ୍ୟାଣ କରୁଥିବା ବିଶ୍ୱପତିଙ୍କୁ ନମନ କରୁ । ଏହା ସଦାସର୍ବଦା ଭାରତର ତୀର୍ଥସ୍ଥଳ, ମନ୍ଦିର, ମଠ ଓ ଆଧ୍ୟାତ୍ମିକ କେନ୍ଦ୍ରର ଭାବନା ରହିଛି । ବିଶ୍ୱର କଲ୍ୟାଣ ଓ ଉପକାର ପାଇଁ କେତେ ପ୍ରେରଣା ମିଳିପାରେ ? ବୋଲି ଶ୍ରୀ ମୋଦୀ କହିଛନ୍ତି ।
ଆଧ୍ୟାତ୍ମିକତା ଓ ଶିକ୍ଷା ସମ୍ପର୍କରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି କାଶୀ ଭଳି ଆଧ୍ୟାତ୍ମିକ କେନ୍ଦ୍ର, ଜ୍ଞାନ, ଦର୍ଶନ, କଳା ସହିତ ଧର୍ମର ରାଜଧାନୀ ହୋଇ ରହିଥିବା ବେଳେ ଉଜ୍ଜୈନ ଭଳି ସ୍ଥାନ ଜ୍ୟୋର୍ତିବିଦ୍ୟାର ଗବେଷଣା କେନ୍ଦ୍ର ହୋଇରହିଛି । ଆଜିର ନୂଆ ଭାରତ ଆସ୍ଥା ରହିତ ବିଜ୍ଞାନ ଓ ଗବେଷଣାର ପରମ୍ପରାକୁ ପୁନର୍ଜୀବିତ କରିବା ସହ ନିଜ ପ୍ରାଚୀନ ମୂଲ୍ୟବୋଧ ସହ ଅଗ୍ରସର ହେଉଛି । ଏବେ ଜ୍ୟୋର୍ତିବିଦ୍ୟା କ୍ଷେତ୍ରରେ ଆମେ ବିଶ୍ୱର ବୃହତ ଶକ୍ତିମାନଙ୍କ ସମକକ୍ଷ । ଚନ୍ଦ୍ରଯାନ ଓ ଗଗନଯାନ ଭଳି ଭାରତର ମହାକାଶ ଅଭିଯାନ ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ଭାରତ ଅନ୍ୟ ଦେଶଗୁଡିକର ଉପଗ୍ରହକୁ ମହାକାଶକୁ ପ୍ରେରଣ କରୁଛି । ଭାରତ ଆକାଶରେ ଲମ୍ଫ ପ୍ରଦାନ କରିବାକୁ ପ୍ରସ୍ତୁତ । ପ୍ରତିରକ୍ଷା କ୍ଷେତ୍ରରେ ଭାରତ ସମ୍ପୂର୍ଣ୍ଣ ଶକ୍ତି ସହ ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ଅଗ୍ରସର ହେଉଛି । କ୍ରୀଡା ଠାରୁ ଆରମ୍ଭ କରି ଷ୍ଟାର୍ଟଅପ କ୍ଷେତ୍ରରେ ଭାରତର ଯୁବପୀଢି ବିଶ୍ୱ ମଞ୍ଚରେ ନିଜ ପ୍ରତିଭା ପ୍ରଦର୍ଶନ କରୁଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି ।
ଯେଉଁଠି ନବାଚାର ରହିଛି, ସେଠାରେ ନବୀକରଣ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦାସତ୍ୱ ବେଳେ ହୋଇଥିବା କ୍ଷତି ସମ୍ପର୍କରେ ଟିପ୍ପଣୀ ପ୍ରଦାନ କରି ସେ କହିଛନ୍ତି, ଭାରତ ନିଜ ଗୌରବ, ସମ୍ମାନ ଓ ଐତିହ୍ୟ ସ୍ଥଳର ନବୀକରଣ କରି ନିଜ ଗୌରବ ପୁନସ୍ଥାପିତ କରୁଛି । ସାରା ଦେଶ ସହ ମାନବ ସମାଜ ଏହାର ସୁଫଳ ଲାଭ କରିବ । ନିଜ ବକ୍ତବ୍ୟ ସମାପନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ମହାକାଳଙ୍କ କୃପାରୁ ଭାରତର ଭବ୍ୟତା ବିଶ୍ୱରେ ବିକାଶର ନୂଆ ସମ୍ଭାବନା ସୃଷ୍ଟି କରିବ ଓ ଭାରତର ଦିବ୍ୟତା ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ମାର୍ଗ ପ୍ରଶସ୍ତ କରିବ ।
ପ୍ରଧାନମନ୍ତ୍ରୀ ଆଜି ପ୍ରଥମେ ଉଜ୍ଜୈନ ଠାରେ ମହାକାଳ ଲୋକ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଲୋକାର୍ପିତ କରିଥିଲେ । ମଧ୍ୟପ୍ରଦେଶର ରାଜ୍ୟପାଳ ଶ୍ରୀ ମଙ୍ଗୁଭାଇ ପଟେଲ, ଛତିଶଗଡ ରାଜ୍ୟପାଳ ସୁଶ୍ରୀ ଅନସୂୟା ଉଇକେ, ଝାଡଖଣ୍ଡ ରାଜ୍ୟପାଳ ଶ୍ରୀ ରମେଶ ବୈଁଶ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ, କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର, ଡଃ ବୀରେନ୍ଦ୍ର କୁମାର, ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଶ୍ରୀ ଜି. କିସନ ରେଡ୍ଡୀ ଓ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଫଗନ ସିଂହ କୁଲସ୍ତେ ଓ ଶ୍ରୀ ପ୍ରହ୍ଲାଦ ପଟେଲ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।
SR
A memorable day as Shri Mahakal Lok is being inaugurated. This will add to Ujjain's vibrancy. https://t.co/KpHLKAILeP
— Narendra Modi (@narendramodi) October 11, 2022
शंकर के सानिध्य में साधारण कुछ भी नहीं है।
— PMO India (@PMOIndia) October 11, 2022
सब कुछ अलौकिक है, असाधारण है।
अविस्मरणीय है, अविश्वसनीय है। pic.twitter.com/Ojs9pRCDsq
Ujjain has been central to India's spiritual ethos. pic.twitter.com/mUAS1u7hvq
— PMO India (@PMOIndia) October 11, 2022
सफलता के शिखर तक पहुँचने के लिए ये जरूरी है कि राष्ट्र अपने सांस्कृतिक उत्कर्ष को छुए, अपनी पहचान के साथ गौरव से सर उठाकर खड़ा हो। pic.twitter.com/jOTMf7JcA1
— PMO India (@PMOIndia) October 11, 2022
Development of the Jyotirlingas is the development of India's spiritual vibrancy. pic.twitter.com/ivRsJRfv9G
— PMO India (@PMOIndia) October 11, 2022
जहां महाकाल हैं, वहाँ कालखण्डों की सीमाएं नहीं हैं। pic.twitter.com/JgaxyI7kE2
— PMO India (@PMOIndia) October 11, 2022
जब तक हमारी आस्था के ये केंद्र जागृत हैं, भारत की चेतना जागृत है, भारत की आत्मा जागृत है। pic.twitter.com/YfunXDcNbJ
— PMO India (@PMOIndia) October 11, 2022
Ujjain has been one of top centres of research related to astronomy. pic.twitter.com/nYXpp4WLVO
— PMO India (@PMOIndia) October 11, 2022
Where there is innovation, there is also renovation. pic.twitter.com/nre4vH4Zzb
— PMO India (@PMOIndia) October 11, 2022
महाकाल के आशीर्वाद से भारत की भव्यता पूरे विश्व के विकास के लिए नई संभावनाओं को जन्म देगी। pic.twitter.com/8Q7djFXl3h
— PMO India (@PMOIndia) October 11, 2022