Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ-କତାର କ୍ରୀଡା ସହଯୋଗ ବୁଝାମଣା ପତ୍ରକୁ କେବିନେଟ ମଞ୍ଜୁରି


ଯୁବ ବ୍ୟାପାର ଓ କ୍ରୀଡା କ୍ଷେତ୍ରରେ ଭାରତ ଓ କତାର ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ସ୍ଵାକ୍ଷରିତ ବୁଝାମଣା ପତ୍ରକୁ କେନ୍ଦ୍ର କେବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି । ଆଜି (13.10.2016) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେବିନେଟ ବୈଠକରେ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । 1999 ମସିହା ଏପ୍ରେଲ 7 ତାରିଖରେ ଦୁଇ ଦେଶ ମଧ୍ୟରେ ପ୍ରଥମେ ଏହି ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଥିଲା । ପରେ ଚଳିତ ବର୍ଷ ଜୁନ 5 ତାରିଖ ଦିନ କ୍ରୀଡା ଓ ଯୁବ ବ୍ୟାପାର କ୍ଷେତ୍ରରେ ଦ୍ଵିପାକ୍ଷିକ ସହଯୋଗ ନିମନ୍ତେ ପ୍ରଥମ କାର୍ଯ୍ୟନିର୍ବାହୀ କାର୍ଯ୍ୟକ୍ରମ ସମ୍ପାଦନ ଲାଗି ଆଉ ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି । ଏହି ବୁଝାମଣା ପତ୍ର ଅନୁସାରେ ଉଭୟ ଭାରତ-କତାର ପରସ୍ପରକୁ କ୍ରୀଡା ବିଜ୍ଞାନ, କ୍ରୀଡା ଚିକିତ୍ସା, ତାଲିମ କୌଶଳ ଆଦି କ୍ଷେତ୍ରରେ ସହଯୋଗ କରିବେ । ଯଦ୍ୱାରା ଅନ୍ତରାଷ୍ଟ୍ରୀୟ କ୍ରୀଡା ପ୍ରତିଯୋଗିତାରେ ଉଭୟ ଦେଶର କ୍ରୀଡାବିତମାନେ ସଫଳତା ହାସଲ କରିପାରିବେ ।