Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଶ୍ୟାମଜୀ କୃଷ୍ଣ ବର୍ମାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ


ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ମରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

“ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ସ୍ମରଣ କରୁଛୁ । ସ୍ଵାଧୀନତା ସଂଗ୍ରାମକୁ ତାଙ୍କର ଦୃଷ୍ଟାନ୍ତମୂଳକ ଅବଦାନ ଆମ ହୃଦୟରେ ବସା ବାନ୍ଧି ରହିଛି । ଶ୍ୟାମଜୀ କୃଷ୍ଣ ବର୍ମା ଅନେକ ଭାରତୀୟଙ୍କୁ ସ୍ଵାଧୀନତା ସଂଗ୍ରାମରେ ଝାସ ଦେବା ଲାଗି ପ୍ରେରଣା ଯୋଗାଇଥିଲେ ଏବଂ ସେ ଦେଶପ୍ରେମର ଆଲୋକବର୍ତ୍ତିକା ଭାବେ ସବୁବେଳେ ସ୍ମରଣୀୟ ହୋଇ ରହିଛନ୍ତି”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।