ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦରେ ନବଭାରତ ସାହିତ୍ୟ ମନ୍ଦିର ଦ୍ୱାରା ଆୟୋଜିତ “କଲାମ ନୋ କାର୍ନିଭାଲ” ପୁସ୍ତକ ମେଳାର ଉଦଘାଟନୀ ସମାରୋହକୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧିତ କରିଛନ୍ତି ।
ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ “କଲମ ନୋ କାର୍ନିଭାଲ” ର ମହାନ କାର୍ଯ୍ୟକ୍ରମ ପାଇଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି । ଅହମ୍ମଦାବାଦରେ ‘ନବ ଭାରତ ସାହିତ୍ୟ ମନ୍ଦିର’ ଦ୍ୱାରା ଆରମ୍ଭ ହୋଇଥିବା ପୁସ୍ତକ ମେଳାର ପରମ୍ପରା ପ୍ରତିବର୍ଷ ବୃଦ୍ଧି ପାଇବାରେ ଲାଗିଛି ବୋଲି ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ ପୁସ୍ତକ ମେଳା ନୂତନ ତଥା ଯୁବ ଲେଖକମାନଙ୍କ ପାଇଁ ଏକ ପ୍ଲାଟଫର୍ମ ହୋଇପାରିଛି ଏବଂ ଏହା ଗୁଜୁରାଟର ସାହିତ୍ୟ ତଥା ଜ୍ଞାନ ବିସ୍ତାର କରିବାରେ ମଧ୍ୟ ସହାୟକ ହେଉଛି । ଏହି ସମୃଦ୍ଧ ପରମ୍ପରା ପାଇଁ ପ୍ରଧାନମନ୍ତ୍ରୀ ନବଭାରତ ସାହିତ୍ୟ ମନ୍ଦିର ଏବଂ ଏହାର ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ‘କଲମ ନୋ କାର୍ନିଭାଲ’ ହିନ୍ଦୀ, ଇଂରାଜୀ ଏବଂ ଗୁଜରାଟୀ ଭାଷାରେ ପୁସ୍ତକଗୁଡ଼ିକର ଏକ ବିଶାଳ ସମ୍ମିଳନୀ । ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ ଯେତେବେଳେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ରାଜ୍ୟ ମଧ୍ୟ ‘ବଞ୍ଚେ ଗୁଜରାଟ’ ଅଭିଯାନ ଆରମ୍ଭ କରିଥିଲା ଏବଂ ଆଜି ‘କଲମ ନୋ କାର୍ନିଭାଲ’ ଭଳି ଅଭିଯାନ କେବଳ ଗୁଜରାଟର ସେହି ନିଷ୍ପତ୍ତିକୁ ଆଗକୁ ନେଉଛି । ସେ ଆହୁରି ମଧ୍ୟ କହିଛନ୍ତି ବିଦ୍ୟା ଉପାସନା ହେଉଛି ଉଭୟ ପୁସ୍ତକ ଏବଂ ପଠନ । ଗୁଜୁରାଟରେ ଲାଇବ୍ରେରୀଗୁଡ଼ିକର ଏକ ପୁରାତନ ପରମ୍ପରା ରହିଛି । ପ୍ରଧାନମନ୍ତ୍ରୀ ତାଙ୍କ ଅଞ୍ଚଳର ସମସ୍ତ ଗ୍ରାମରେ ଲାଇବ୍ରେରୀ ପ୍ରତିଷ୍ଠା କରିଥିବା ଭଡୋଦରା ମହାରାଜା ସାୟାଜିରାଓ ଗାଏକ୍ୱାଡ ଜୀ, ଭଗବତ ଗୋମଣ୍ଡଳ ନାମରେ ବିଶାଳ ଅଭିଧାନ ଦେଇଥିବା ଗୋଣ୍ଡଲର ମହାରାଜା ଭଗବତ ସିଂହ ଜୀ ଏବଂ ‘ନର୍ମ କୋଷ’ ସମ୍ପାଦନା କରିଥିବା କବି ନରମାଡଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି, ପୁସ୍ତକ, ଲେଖକ, ସାହିତ୍ୟିକ ସୃଷ୍ଟି ଦୃଷ୍ଟିରୁ ଗୁଜରାଟର ଇତିହାସ ଅତ୍ୟନ୍ତ ସମୃଦ୍ଧ । ମୁଁ ଚାହେଁ ଯେ ଏହିପରି ପୁସ୍ତକ ମେଳା ଗୁଜୁରାଟର ପ୍ରତ୍ୟେକ କୋଣ ଅନୁକୋଣରେ ଲୋକଙ୍କ ନିକଟରେ ପହଞ୍ଚୁ, ବିଶେଷକରି ଯୁବକମାନେ ଯାହା ଦ୍ୱାରା ସେମାନେ ସମୃଦ୍ଧ ଇତିହାସ ବିଷୟରେ ଜାଣିପାରିବେ ଏବଂ ପ୍ରେରଣା ପାଇବେ ।
ଆଜାଦି କା ଅମୃତ ମହୋତ୍ସବ ସମୟରେ ପୁସ୍ତକ ମେଳା ଅନୁଷ୍ଠିତ ହେଉଥିବା ନେଇ ପ୍ରଧାନମନ୍ତ୍ରୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମ ସ୍ୱାଧୀନତା ସଂଗ୍ରାମର ଇତିହାସକୁ ପୁନର୍ଜୀବିତ କରିବା ହେଉଛି ଅମୃତ ମହୋତ୍ସବର ଅନ୍ୟତମ ମୁଖ୍ୟ ଦିଗ । ଆମେ ଦେଶ ଆଗରେ ସ୍ୱାଧୀନତା ସଂଗ୍ରାମର ଭୁଲିଯାଇଥିବା ଗୌରବ ଅଧ୍ୟାୟକୁ ଆଣିଛୁ । ‘କଲମ ନୋ କାର୍ନିଭାଲ’ ଭଳି ଘଟଣା ଦେଶରେ ଏହି ଅଭିଯାନକୁ ଉତ୍ସାହିତ କରିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ ସ୍ୱାଧୀନତା ସଂଗ୍ରାମ ସହ ଜଡିତ ପୁସ୍ତକକୁ ବିଶେଷ ଗୁରୁତ୍ୱ ଦିଆଯିବା ଉଚିତ ଏବଂ ଏହିପରି ଲେଖକମାନଙ୍କୁ ଏକ ଦୃଢ଼ ପ୍ଲାଟଫର୍ମ ଯୋଗାଇ ଦିଆଯିବା ଉଚିତ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ନିଶ୍ଚିତ ଯେ ଏହି କାର୍ଯ୍ୟକ୍ରମ ଏହି ଦିଗରେ ଏକ ସକରାତ୍ମକ ମାଧ୍ୟମ ଭାବେ ପ୍ରମାଣିତ ହେବ ।
ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ଯେ ଧର୍ମଗ୍ରନ୍ଥ, ପାଠ୍ୟ ଏବଂ ପୁସ୍ତକଗୁଡ଼ିକୁ ବାରମ୍ବାର ଅଧ୍ୟୟନ କରିବା ଉଚିତ ଏବଂ ଏହା ସେମାନଙ୍କ ପାଇଁ ପ୍ରଭାବଶାଳୀ ଏବଂ ଉପଯୋଗୀ ରହିବ । ସେ ବିସ୍ତୃତ ଭାବେ ଆହୁରି କହିଛନ୍ତି ଯେ ଆଜିର ଦିନ ଏବଂ ଯୁଗରେ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ ଯେଉଁଠାରେ ଲୋକମାନେ ଇଣ୍ଟରନେଟର ସାହାଯ୍ୟ ନେବାକୁ ଇଚ୍ଛା କରନ୍ତି । ଜ୍ଞାନକୌଶଳ ନିଶ୍ଚିତ ଭାବରେ ଆମ ପାଇଁ ସୂଚନାର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ, କିନ୍ତୁ ଏହା ପଠନ ଏବଂ ପୁସ୍ତକର ସ୍ଥାନ ନେବାର ରାସ୍ତା ନୁହେଁ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ସୂଚନା ଆମ ମନରେ ଥାଏ, ମସ୍ତିଷ୍କ ସେହି ସୂଚନାକୁ ଗଭୀର ଭାବରେ ବିଶ୍ଲେଷଣ କରିଥାଏ ଏବଂ ଏହା ନୂତନ ଦିଗ ସୃଷ୍ଟି କରିଥାଏ । ଏହା ନୂତନ ଅନୁସନ୍ଧାନ ଏବଂ ନୂତନତ୍ୱ ପାଇଁ ବାଟ ଖୋଲିଥାଏ । ଏଥିରେ ପୁସ୍ତକ ଆମର ସର୍ବୋତ୍ତମ ବନ୍ଧୁ ହୋଇଯାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ସମାପ୍ତ କରି କହିଛନ୍ତି ଯେ ପୁସ୍ତକ ପଢିବାର ଅଭ୍ୟାସରେ ଯୋଗ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ବିଶେଷ କରି ଦ୍ରୁତ ଗତିରେ ବଦଳୁଥିବା ବିଶ୍ୱରେ । ସେ କହିଛନ୍ତି, ପୁସ୍ତକଗୁଡ଼ିକ ବହି ରୂପରେ ହେଉ କିମ୍ବା ଡିଜିଟାଲ ରୂପରେ ହେଉ! ସେ କହିଛନ୍ତି, ମୋର ବିଶ୍ୱାସ, ଯୁବକମାନଙ୍କ ମଧ୍ୟରେ ପୁସ୍ତକଗୁଡ଼ିକ ପାଇଁ ଆବଶ୍ୟକ ଆକର୍ଷଣ ସୃଷ୍ଟି କରିବାରେ ଏଭଳି ଘଟଣା ଏକ ବଡ଼ ଭୂମିକା ଗ୍ରହଣ କରିବ ଏବଂ ସେମାନଙ୍କୁ ସେମାନଙ୍କର ମହତ୍ୱ ବୁଝିବାରେ ସାହାଯ୍ୟ କରିବ ।
HS
My message for the book fair being held in Ahmedabad. https://t.co/Z62T4oevO5
— Narendra Modi (@narendramodi) September 8, 2022
जब मैं गुजरात में आप सबके बीच था, तब गुजरात ने भी ‘वांचे गुजरात’ अभियान शुरू किया था।
— PMO India (@PMOIndia) September 8, 2022
आज ‘कलम नो कार्निवल’ जैसे अभियान गुजरात के उस संकल्प को आगे बढ़ा रहे हैं: PM @narendramodi
पुस्तक और ग्रंथ, ये दोनों हमारी विद्या उपासना के मूल तत्व हैं।
— PMO India (@PMOIndia) September 8, 2022
गुजरात में पुस्तकालयों की तो बहुत पुरानी परंपरा रही है: PM @narendramodi
इस वर्ष ये पुस्तक मेला एक ऐसे समय में आयोजित हो रहा है जब देश अपनी आजादी का अमृत महोत्सव मना रहा है।
— PMO India (@PMOIndia) September 8, 2022
अमृत महोत्सव का एक आयाम ये भी है कि हम हमारी आजादी की लड़ाई के इतिहास को कैसे पुनर्जीवित करें: PM @narendramodi
आज इंटरनेट के जमाने में ये सोच हावी होती जा रही है कि जब जरूरत होगी तो इंटरनेट की मदद ले लेंगे।
— PMO India (@PMOIndia) September 8, 2022
तकनीक हमारे लिए निःसन्देह जानकारी का एक महत्वपूर्ण जरिया है, लेकिन वो किताबों को, किताबों के अध्ययन को रिप्लेस करने का तरीका नहीं है: PM @narendramodi