Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ମାର୍କ ରୁଟେଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫୋନରେ ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ମାର୍କ ରୁଟେଙ୍କ ସହ କଥା ହୋଇଛନ୍ତି

ଦୁଇ ନେତା ଭାରତନେଦରଲ୍ୟାଣ୍ଡ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା ସହିତ ଜଳ ଉପରେ ରଣନୀତିକ ସହଯୋଗ, ପ୍ରମୁଖ କୃଷି କ୍ଷେତ୍ରରେ ସହଯୋଗ, ଉଚ୍ଚ ବୈଷୟିକ ତଥା ଆଗକୁ ବଢୁଥିବା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ସମ୍ଭାବନା ଉପରେ ଆଲୋଚନା କରିଥିଲେ ଭାରତୟୁରୋପିଆନ ୟୁନିଅନ ସମ୍ପର୍କ, ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗ, ଭାରତପ୍ରଶାନ୍ତ ମହାସାଗରୀୟ ସହଯୋଗ ଉପରେ ଦୁଇ ନେତାଙ୍କ ମଧ୍ୟରେ ମତ ବିନିମୟ ହୋଇଥିଲା

ନିୟମିତ ଉଚ୍ଚ ସ୍ତରୀୟ ଗସ୍ତ ଏବଂ ଆଲୋଚନା ସହିତ, ଭାରତନେଦରଲ୍ୟାଣ୍ଡ ସମ୍ପର୍କ ନିକଟ ଅତୀତରେ ଅତୁଳନୀୟ ଅଗ୍ରଗତି କରିଛି ଉଭୟ ପ୍ରଧାନମନ୍ତ୍ରୀ ୦୯ ଏପ୍ରିଲ ୨୦୨୧ ରେ ଏକ ଭର୍ଚୁଆଲ୍ ଶିଖର ସମ୍ମିଳନୀ କରିଥିଲେ ଏବଂ ନିୟମିତ ଭାବରେ କଥା ହୋଇଥିଲେ ଭର୍ଚୁଆଲ୍ ଶିଖର ସମ୍ମିଳନୀରେ ନେଦରଲ୍ୟାଣ୍ଡ ସହିତଜଳ ଉପରେ ରଣନୀତିକ ଭାଗିଦାରୀଆରମ୍ଭ କରାଯାଇଥିଲା

ଚଳିତ ବର୍ଷ ଭାରତ ଏବଂ ନେଦରଲ୍ୟାଣ୍ଡ ମିଳିତ ଭାବେ କୂଟନୈତିକ ସମ୍ପର୍କ ସ୍ଥାପନ ହେବାର ୭୫ ବର୍ଷ ସ୍ମରଣ କରୁଛନ୍ତି ଏହି ସ୍ୱତନ୍ତ୍ର ସମ୍ପର୍କକୁ ଭାରତର ରାଷ୍ଟ୍ରପତିଙ୍କ ନେଦରଲ୍ୟାଣ୍ଡ ଗସ୍ତ ସମୟରେ ଏପ୍ରିଲ୍, ୨୦୨୨ରେ ପାଳନ କରାଯାଇଥିଲା

HS