Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ଆଫଗାନ ରାଷ୍ଟ୍ରପତି ଡଃ.ମହମ୍ମଦ ଅଶରଫ ଘନୀ, ଉରୀ ଆତଙ୍କବାଦୀ ଆକ୍ରମଣ ପାଇଁ କଲେ ଶୋକ ପ୍ରକଟ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଫଗାନିସ୍ଥାନର ରାଷ୍ଟ୍ରପତି ଅଶରଫ ଘନୀ ଆଜି ଟେଲିଫୋନ ଯୋଗେ ଜାମ୍ମୁ ଏବଂ କାଶ୍ମୀରର ଉରୀଠାରେ ସଂଘଟିତ ଆତଙ୍କବାଦୀ ଆକ୍ରମଣ ପାଇଁ ଶୋକ ବ୍ୟକ୍ତ କରିଛନ୍ତି ।

ରାଷ୍ଟ୍ରପତି ଘନୀ ସୀମାପାର ଆତଙ୍କବାଦୀ ଆକ୍ରମଣକୁ ଦୃଢ ଭାବରେ ନିନ୍ଦା କରିଛନ୍ତି । ଆତଙ୍କବାଦକୁ ସମାପ୍ତ କରିବା ପାଇଁ ଭାରତ ସହିତ ଆଫଗାନିସ୍ଥାନର ଏକଜୁଟତା ଏବଂ ସମର୍ଥନ ରହିଛି ବୋଲି ସେ ଅବଗତ କରାଇଥିଲେ ।

ରାଷ୍ଟ୍ରପତି ଘନୀ ସହିଦମାନଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ଆଫଗାନିସ୍ଥାନର ସମର୍ଥନ ପାଇଁ ରାଷ୍ଟ୍ରପତି ଘନୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।