ନମସ୍କାର!
ନମସ୍କାର ବେଙ୍ଗାଲୁରୁ!
ନମସ୍କାର ସେମି କନ ଇଣ୍ଡିଅ ।!
ମନ୍ତ୍ରୀ ପରିଷଦର ମୋର ସହକର୍ମୀ, ଇଲେକ୍ଟ୍ରୋନିକ୍ସ ଏବଂ ସେମି–କଣ୍ଡକ୍ଟର ଶିଳ୍ପର ମୁଖ୍ୟମାନେ; ନିବେଶକମାନେ; ଶିକ୍ଷାବିତ୍, କୂଟନୈତିକ ବ୍ୟକ୍ତିବିଶେଷ ଏବଂ ବନ୍ଧୁଗଣ,
ଆଜି ଆପଣଙ୍କୁ ସମସ୍ତଙ୍କୁ ସେମି–କନ ଇଣ୍ଡିଆ ସମ୍ମିଳନୀର ଉଦଘାଟନ ଅବସରରେ ସ୍ୱାଗତ କରିବା ମୋତେ ବହୁତ ଆନନ୍ଦ ଦେଇଛି । ମୁଁ ଖୁସି ଯେ ଭାରତରେ ଏଭଳି ଏକ ସମ୍ମିଳନୀ ଅନୁଷ୍ଠିତ ହେଉଛି । ସର୍ବଶେଷରେ, ସେମି–କଣ୍ଡକ୍ଟରଗୁଡିକ ଆମେ କଳ୍ପନା କରିବା ଅପେକ୍ଷା ଅଧିକ ଭାବରେ ବିଶ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ବିଶ୍ୱର ସେମି–କଣ୍ଡକ୍ଟର ଯୋଗାଣ ଶୃଙ୍ଖଳାର ଏକ ପ୍ରମୁଖ ଅଂଶୀଦାର ଭାବରେ ଭାରତକୁ ପ୍ରତିଷ୍ଠା କରିବା ଆମର ସାମୂହିକ ଲକ୍ଷ୍ୟ । ଉଚ୍ଚ–ଜ୍ଞାନକୌଶଳ, ଉଚ୍ଚ ଗୁଣବତ୍ତା ଏବଂ ଉଚ୍ଚ ବିଶ୍ୱସନୀୟତା ଉପରେ ଆଧାର କରି ଆମେ ଏହି ଦିଗରେ କାର୍ଯ୍ୟ କରିବାକୁ ଚାହୁଁଛୁ ।
ବନ୍ଧୁଗଣ
ସେମି–କଣ୍ଡକ୍ଟର ଜ୍ଞାନକୌଶଳ ପାଇଁ ଭାରତ ଏକ ଆକର୍ଷଣୀୟ ନିବେଶର ଲକ୍ଷ୍ୟ ହେବାର ଛଅଟି କାରଣ ମୁଁ ଦେଖୁଛି । ପ୍ରଥମେ, ୧.୩ ବିଲିୟନରୁ ଅଧିକ ଭାରତୀୟଙ୍କୁ ସଂଯୋଗ କରିବା ପାଇଁ ଆମେ ଡିଜିଟାଲ୍ ଭିତ୍ତିଭୂମି ର୍ନିମାଣ କରିଛୁ । ଆପଣ ସମସ୍ତେ ଭାରତର ଆର୍ଥିକ ଅନ୍ତର୍ଭୂକ୍ତିକରଣ, ବ୍ୟାଙ୍କିଙ୍ଗ ଏବଂ ଡିଜିଟାଲ ପେମେଣ୍ଟ ବିପ୍ଳବ ବିଷୟରେ ଶୁଣିଥିବେ । ୟୁପିଆଇ ହେଉଛି ଆଜିର ଦୁନିଆର ସବୁଠାରୁ ଦକ୍ଷ ପେମେଣ୍ଟ ଭିତ୍ତିଭୂମି । ସ୍ୱାସ୍ଥ୍ୟ ଏବଂ କଲ୍ୟାଣରୁ ଅର୍ନ୍ତଭୁକ୍ତିକରଣ ଏବଂ ସଶକ୍ତିକରଣ ପାଇଁ ଶାସନର ସମସ୍ତ କ୍ଷେତ୍ରରେ ଜୀବନଶୈଳୀକୁ ପରିବର୍ତ୍ତନ କରିବା ପାଇଁ ଆମେ ଡିଜିଟାଲ ଜ୍ଞାନକୌଶଳ ବ୍ୟବହାର କରୁଛୁ ।
ମୁଣ୍ଡପିଛା ତଥ୍ୟ ଅନୁଯାୟୀ ଆମେ ସର୍ବ ବୃହତ ଉପଭୋକ୍ତାମାନଙ୍କ ମଧ୍ୟରୁ ଜଣେ । ଏବଂ ଆମେ ନିୟମିତ ବଢିବାରେ ଲାଗିଛୁ । ଦ୍ୱିତୀୟତଃ ପରବର୍ତ୍ତୀ ପ୍ରଯୁକ୍ତିବିଦ୍ୟା ବିପ୍ଳବର ନେତୃତ୍ୱ ନେବାପାଇଁ ଆମେ ଭାରତ ଲାଗି ରାସ୍ତା ପ୍ରସ୍ତୁତ କରିଛୁ । ବ୍ରଡବ୍ୟାଣ୍ଡ ସହିତ ଛଅ ଶହ ହଜାର ଗାଁକୁ ସଂଯୋଗ କରିବାକୁ ଆମେ କାମ କରଛୁ । ଆମେ ୫ଜି, ଆଇଓଟି ଏବଂ ସ୍ୱଚ୍ଛ ଶକ୍ତି ପ୍ରଯୁକ୍ତିବିଦ୍ୟାରେ ନିବେଶ ସହିତ ଦକ୍ଷତା ବିକାଶ କରୁଛୁ । ତଥ୍ୟ, ଏଆଇ ଏବଂ ଅନ୍ୟାନ୍ୟ ପ୍ରଯୁକ୍ତିବିଦ୍ୟାରେ ନୂତନତ୍ୱର ପରବର୍ତ୍ତୀ କ୍ଷେତ୍ରକୁ ଉନ୍ମୋଚନ କରିବାକୁ ଆମେ କାର୍ଯ୍ୟ କରୁଛୁ । ତୃତୀୟରେ ଦୃଢ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଭାରତ ଆଗେଇ ଆସୁଛି । ଆମ ପାଖରେ ଦୁନିଆର ଦ୍ରୁତତମ ବୃଦ୍ଧି ପାଉଥିବା ଷ୍ଟାର୍ଟଅପ୍ ଇକୋ–ସିଷ୍ଟମ୍ ଅଛି । ପ୍ରତି ସପ୍ତାହରେ ନୂଆ ବିଷୟ ଆସୁଛି । ସେମି–କଣ୍ଡକ୍ଟରଗୁଡ଼ିକର ଭାରତରେ ବ୍ୟବହାର ୨୦୨୬ ସୁଦ୍ଧା ୮୦ ବିଲିୟନ ଡଲାର ଏବଂ ୨୦୩୦ ସୁଦ୍ଧା ୧୧୦ ବିଲିୟନ ଡଲାର ଅତିକ୍ରମ କରିବ ବୋଲି ଆଶା କରାଯାଉଛି । ଚତୁର୍ଥତଃ ଆମେ ଭାରତରେ ବ୍ୟବସାୟ କରିବାର ସହଜତା ପାଇଁ ବ୍ୟାପକ ସଂସ୍କାର ଆଣିଛୁ । ଗତ ବର୍ଷ, ଆମେ ୨୫,୦୦୦ ରୁ ଅଧିକ ନିୟମକୁ ରଦ୍ଦ କରି ଲାଇସେନ୍ସଗୁଡିକର ସ୍ୱୟଂଚାଳିତ– ଲାଇସେନ୍ସ ନବୀକରଣ ଆଡକୁ ଆଗେଇ ଆସିଥିଲୁ । ସେହିଭଳି ଡିଜିଟାଇଜେସନ୍ ନିୟାମକ ମଧ୍ୟରେ ଗତି ଏବଂ ସ୍ୱଚ୍ଛତା ଆଣୁଛି । ଆଜି ବିଶ୍ୱରେ ଆମର ଏକ ଅନୁକୂଳ ଟିକସ ସଂରଚନା ଅଛି । ପଞ୍ଚମରେ ଆମେ ଏକବିଂଶ ଶତାବ୍ଦୀର ଆବଶ୍ୟକତା ପାଇଁ ଯୁବ ଭାରତୀୟମାନଙ୍କୁ ଦକ୍ଷତା ଏବଂ ତାଲିମ ଦେବାରେ ଅଧିକ ବିନିଯୋଗ କରୁଛୁ । ଆମର ଏକ ଅସାଧାରଣ ସେମି–କଣ୍ଡକ୍ଟର ଡିଜାଇନ୍ ପ୍ରତିଭା ପୁଲ୍ ଅଛି ଯାହାକି ବିଶ୍ୱର ସେମିକଣ୍ଡକ୍ଟର ଡିଜାଇନ୍ ଯନ୍ତ୍ରୀମାନଙ୍କ ୨୦% ପର୍ଯ୍ୟନ୍ତ ପ୍ରସ୍ତୁତ କରିଥାଏ । ପ୍ରାୟ ୨୫ ଟି ସେମି–କଣ୍ଡକ୍ଟର ଡିଜାଇନ୍ କମ୍ପାନୀଗୁଡିକର ଡିଜାଇନ୍ କିମ୍ବା ଆରଆଣ୍ଡଡି କେନ୍ଦ୍ର ଆମ ଦେଶରେ ଅଛି । ଏବଂ ଷଷ୍ଠରେ, ଆମେ ଭାରତୀୟ ଉତ୍ପାଦନ କ୍ଷେତ୍ରର ରୂପାନ୍ତର ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିଛୁ । ଏକ ସମୟ ଥିଲା ଯେତେବେଳେ ମଣିଷ ଶତାବ୍ଦୀର ମହାମାରୀ ସହିତ ଲଢେଇ କରୁଥିଲା, ଭାରତ କେବଳ ଆମ ଲୋକଙ୍କ ସ୍ୱାସ୍ଥ୍ୟରେ ନୁହେଁ ବରଂ ଆମ ଅର୍ଥନୀତିର ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିଥିଲା ।
ବନ୍ଧୁଗଣ,
ଆମର ‘ଉତ୍ପାଦନ ଲିଙ୍କଡ୍ ପ୍ରୋତ୍ସାହନ‘ ଯୋଜନାଗୁଡିକ ୧୪ ଟି ପ୍ରମୁଖ କ୍ଷେତ୍ରରେ ୨୬ ବିଲିୟନ ଡଲାରରୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିଥାଏ । ଆଗାମୀ ୫ ବର୍ଷ ମଧ୍ୟରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ରେକର୍ଡ ଅଭିବୃଦ୍ଧି ହେବାର ଆଶଙ୍କା ରହିଛି । ଆମେ ନିକଟରେ ୧୦ ବିଲିୟନ ଡଲାରରୁ ଅଧିକ ମଲ୍ୟର ସେମି–କନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଘୋଷଣା କରିଛୁ । ସେମି–କଣ୍ଡକ୍ଟର, ପ୍ରଦର୍ଶନ ଉତ୍ପାଦନ ଏବଂ ଡିଜାଇନ୍ ଇକୋସିଷ୍ଟମରେ ବିନିଯୋଗ କରୁଥିବା କମ୍ପାନୀଗୁଡିକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଏହି ଯୋଜନାର ଲକ୍ଷ୍ୟ ରହିଛି । ଆମେ ଜାଣୁ ଯେ ଏକ ସେମି–କଣ୍ଡକ୍ଟର ଇକୋସିଷ୍ଟମ୍ ବୃଦ୍ଧି ପାଇବା ପାଇଁ ସରକାରଙ୍କ ତରଫରୁ ପର୍ଯ୍ୟାପ୍ତ ସମର୍ଥନ ନିଶ୍ଚିତ କରିବା ଆବଶ୍ୟକ । ଆମ ଆଭିମୁଖ୍ୟକୁ ସେମି–କଣ୍ଡକ୍ଟର ଭାଷାରେ ରଖିବାକୁ ମୋତେ ଅନୁମତି ଦିଅ । ପୂର୍ବ ସମୟରେ, ଶିଳ୍ପଗୁଡ଼ିକ ସେମାନଙ୍କର କାର୍ଯ୍ୟ କରିବାକୁ ପ୍ରସ୍ତୁତ ଥିଲେ କିନ୍ତୁ ସରକାର ଏକ “ନଟ୍ ଗେଟ୍” ପରି ଥିଲେ ।
ଯେତେବେଳେ କୌଣସି ଇନପୁଟ୍ “ନଟ୍ ଗେଟ୍” ରେ ଆସେ, ଏହା ଅଗ୍ରାହ୍ୟ ହୁଏ । ଅନେକ ଅନାବଶ୍ୟକ ଅନୁପାଳନ ଏବଂ ବ୍ୟବସାୟ କରିବାର ସହଜତା ନାହିଁ । କିନ୍ତୁ, ଆମେ ବୁଝିପାରୁଛୁ ଯେ ସରକାର ନିଶ୍ଚିତ ଭାବରେ “ଆଣ୍ଡ୍ ଗେଟ୍” ଭଳି ହେବା ଉଚିଚ । ଯେତେବେଳେ ଶିଳ୍ପ କାର୍ଯ୍ୟ କଠିନ ହୁଏ ସେତେବେଳେ ସରକାରଙ୍କୁ ଆହୁରି କଠିନ ପରିଶ୍ରମ କରିବାକୁ ପଡିବ । ମୁଁ ଆପଣଙ୍କୁ ନିଶ୍ଚିତ କରିବାକୁ ଚାହେଁ ଯେ ଭବିଷ୍ୟତରେ ମଧ୍ୟ ଆମେ ଶିଳ୍ପକୁ ସମର୍ଥନ କରିବା ଜାରି ରଖିବୁ । ଆମେ ଆନ୍ତରିକତାର ସହ ଦେଖୁଛୁ ଯେ ସେମି–କନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଇକୋ–ସିଷ୍ଟମର ବିଭିନ୍ନ ଅଂଶକୁ ସେମି–କଣ୍ଡକ୍ଟର ଫାବ୍, ଡିସପ୍ଲେ ଫାବ୍, ଡିଜାଇନ୍, ଆସେମ୍ବଲି, ଟେଷ୍ଟ, ମାର୍କିଂ ଏବଂ ସେମି କଣ୍ଡକ୍ଟରର ପ୍ୟାକେଜିଂ ପ୍ରଦର୍ଶିତ କରୁଛି ।
ବନ୍ଧୁଗଣ,
ଏକ ନୂତନ ବିଶ୍ୱ ଗଠନ ହେଉଛି ଏବଂ ଆମେ ଏହି ସୁଯୋଗକୁ ହାତେଇବା ଆବଶ୍ୟକ । ଅଭିବୃଦ୍ଧିକୁ ଉତ୍ସାହିତ କରୁଥିବା ଏକ ପରିବେଶ ସୃଷ୍ଟି କରିବାକୁ ଆମେ ଗତ କିଛି ବର୍ଷ ମଧ୍ୟରେ କଠିନ ପରିଶ୍ରମ କରିଛୁ । ପ୍ରଯୁକ୍ତିବିଦ୍ୟା ଏବଂ ରିସ୍କ ନେବା ପାଇଁ ଭାରତରେ ଆଗ୍ରହ ଅଛି । ଏକ ସହାୟକ ନୀତି ପରିବେଶ ମାଧ୍ୟମରେ ଆମେ ଯଥାସମ୍ଭବ ଆପଣଙ୍କ ସପକ୍ଷରେ ରହିଛୁ । ଆମେ ଦେଖାଇଛୁ ଯେ ଭାରତର ଅର୍ଥ ହେଉଛି ବ୍ୟବସାୟ! ବର୍ତ୍ତମାନ, ଏହା ଆପଣଙ୍କ ପାଇଁ ସମାପ୍ତ ହୋଇଛି ।
ବନ୍ଧୁଗଣ,
ମୁଁ ତୁମ ସମସ୍ତଙ୍କ ଠାରୁ ବ୍ୟବହାରିକ ପରାମର୍ଶକୁ ଅପେକ୍ଷା କରିଛି ଯେ ଆମେ କିପରି ଭାରତକୁ ସେମିକଣ୍ଡକ୍ଟର ହବ୍ ଆଡକୁ ନେଇ ପାରିବା ଯାହା ଆଗାମୀ ବର୍ଷରେ ବିଶ୍ୱର ସେମିକଣ୍ଡକ୍ଟର ହବ୍ ହୋଇପାରିବ । ଏହି ସମ୍ମିଳନୀ ମାଧ୍ୟମରେ ଆମେ ଡୋମେନ୍ ବିଶେଷଜ୍ଞମାନଙ୍କ ସହିତ ଜଡିତ ହେବାକୁ ଲକ୍ଷ୍ୟ ରଖିଛୁ । ଏକ ଦକ୍ଷ ସେମି–କଣ୍ଡକ୍ଟର ଇକୋସିଷ୍ଟମ୍ ଗଠନ ପାଇଁ ଅଧିକ କଣ କରାଯାଇପାରିବ ତାହା ବୁଝିବା ପାଇଁ ଆମେ ସହଯୋଗୀମାନଙ୍କ ସହିତ କାର୍ଯ୍ୟ କରିବୁ । ମୁଁ ନିଶ୍ଚିତ ଯେ ଏହି ସମ୍ମିଳନୀରେ ସମୃଦ୍ଧ ବିଚାରବିମର୍ଶ ହେବ ଯାହା ଭାରତକୁ ଏକ ନୂତନ ଭବିଷ୍ୟତ ଦିଗରେ ଆଗେଇ ନେବାରେ ସାହାଯ୍ୟ କରିବ ।
ଧନ୍ୟବାଦ
ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ
ନମସ୍କାର
HS
Addressing the inaugural session of Semi-con India Conference being held in Bengaluru. https://t.co/D0mtwSQKmo
— Narendra Modi (@narendramodi) April 29, 2022
It gives me great pleasure today to welcome you all to the inaugural Semi-con India Conference.
— PMO India (@PMOIndia) April 29, 2022
I am glad that such a conference is being held in India.
Afterall, semi-conductors are playing a critical role in the world in more ways than we can imagine: PM @narendramodi
It is our collective aim to establish India as one of the key partners in global semi-conductor supply chains.
— PMO India (@PMOIndia) April 29, 2022
We want to work in this direction based on the principle of Hi-tech, high quality and high reliability: PM @narendramodi
I see six reasons for India being an attractive investment destination for Semi-conductor technologies.
— PMO India (@PMOIndia) April 29, 2022
First, we are building the digital infrastructure to connect over 1.3 billion Indians: PM @narendramodi
UPI is the world's most efficient payment infrastructure today.
— PMO India (@PMOIndia) April 29, 2022
We are using digital technology to transform lives in all sectors of governance from health and welfare to inclusion and empowerment: PM @narendramodi
Second, we are paving the way for India to lead the next technology revolution.
— PMO India (@PMOIndia) April 29, 2022
We are on our way to connect six hundred thousand villages with broadband.
We are investing in developing capabilities in 5G, IoT and clean energy technologies: PM @narendramodi
Third, India is headed for robust economic growth.
— PMO India (@PMOIndia) April 29, 2022
We have the world's fastest growing Startup Eco-system.
New unicorns are coming up every few weeks.
India's own consumption of Semi-conductors is expected to cross 80 billion Dollars by 2026 & 110 Billion Dollars by 2030: PM
Fourth, we have undertaken wide ranging reforms for improving ease of doing business in India.
— PMO India (@PMOIndia) April 29, 2022
Last year, we abolished more than 25,000 compliances & gave push towards auto-renewal of licenses.
Digitization is also bringing speed & transparency to the regulatory framework: PM
Fifth, we are investing heavily in skilling and training young Indians for the needs of 21st century.
— PMO India (@PMOIndia) April 29, 2022
We have an exceptional semi-conductor design talent pool which makes upto 20% of the world's semiconductor design engineers: PM @narendramodi
And Sixth, we have undertaken several measures towards transforming the Indian manufacturing sector.
— PMO India (@PMOIndia) April 29, 2022
At a time when humanity was fighting a once in a century pandemic, India was not only improving the health of our people but also the health of our economy: PM @narendramodi
In earlier times, industries were ready to do their work but the government was like a ''Not Gate''.
— PMO India (@PMOIndia) April 29, 2022
When any input flows into the ''Not Gate'', it gets negated: PM @narendramodi
So many needless compliances and no 'ease of doing business.'
— PMO India (@PMOIndia) April 29, 2022
But, we understand that the government must be like the ''And Gate''.
While the industry works hard, the government must work even harder: PM @narendramodi
India has the appetite for tech and risk-taking.
— PMO India (@PMOIndia) April 29, 2022
We have put the odds in your favour as far as possible through a supportive policy environment.
We have shown that India means business: PM @narendramodi