ବେଚେରାଜୀ ଅର୍ଥ ହେଲା ଦେବୀ ଭାରୁଚାରାଙ୍କ ପବିତ୍ର ତୀର୍ଥ ସ୍ଥଳ । ବେଚେରାଜୀଙ୍କ ପବିତ୍ର ଧରିତ୍ରୀରେ ଅନେକ ସାମାଜିକ କର୍ମୀ ବୀରପୁତ୍ର ଓ ଦେଶପ୍ରେମୀ ଜନ୍ମ ନେଇଛନ୍ତି । ସେହିପରି ଜଣେ ଭୂମୀପୁତ୍ର ସ୍ୱାଧୀନତା ସଂଗ୍ରାମୀ ଓ ସାମାଜିକ କର୍ମକର୍ତ୍ତା ଶ୍ରୀ ପ୍ରହ୍ଲାଦଜୀ ହରମୋହନ ଦାସ ପଟେଲଙ୍କ ୧୧୫ତମ ଜୟନ୍ତୀ ଅବସରରେ ପବିତ୍ର ନବରାତ୍ରୀ ବେଳେ ତାଙ୍କର ଗୁଣଗାନ କରିବାର ସୁଯୋଗ ମାଆ ଭାରୁଚାରାଙ୍କ ସାମ୍ନାରେ ପାଇଛୁ । ଆମେ ଭାରତୀୟ ଯେତେବେଳେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥାଏ ସେତେବେଳେ ପ୍ରହ୍ଲାଦ ଭାଇଙ୍କ ଭଳି ଦେଶପ୍ରେମୀଙ୍କ ସ୍ମୃତିଚାରଣ କରିବା ମୁଁ ନିଜର ସୌଭାଗ୍ୟ ମନେକର ।
ପ୍ରହ୍ଲାଦ ଜୀ ସୀତାପୁର ଗ୍ରାମର ମୂଳ ବାସିନ୍ଦା ହେଲେ ମଧ୍ୟ ସେ ବେଚେରାଜୀକୁ ଆସି ସେଠାରେ ବସବାସ କରିଥିଲେ । ପ୍ରହ୍ଲାଦଜୀ ସମଗ୍ର ରାଜ୍ୟରେ ସେଠ୍ ଲାଠିୱାଲା ଭାବେ ଖ୍ୟାତି ଲାଭ କଲେ । ସେ ସତେ ଯେପରି ରାଜ୍ୟକୁ କୃଷ୍ଣଙ୍କ ସାନୱାୟଙ୍କ ସେଠଭାବେ ପୃଥିବୀକୁ ଆସି ଜନସେବା ଦୟାର୍ଦ୍ର ଚିତ୍ତରେ କରିବାକୁ ଲାଗିଲେ । ସ୍ୱାଧୀନତା ସଂଗ୍ରାମ କାଳରେ ଯୁବାବସ୍ଥାରେ ଅନ୍ୟମାନଙ୍କ ଭଳି ପ୍ରହ୍ଲାଦ ଭାଇ ଗାନ୍ଧିଜୀଙ୍କ ଦ୍ୱାରା ପ୍ରଭାବିତ ହୋଇ ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଲେ । ସେ ମଧ୍ୟ ସାବରମତୀ ଓ ୟେରୱାର୍ଡ କାରାଗାରରେ କାରାବରଣ କରିଥିଲେ । ମାତ୍ର ସେ ପାରୋଲରେ ଖଲାସ ହେବାପାଇଁ କ୍ଷମା ଜାଚିକା ଲେଖିବାକୁ ରୋଠଠୋକ ମନା କରି ଦେଇଥିଲେ । କାରାଗାରରେ ଥିବା ବେଳେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା ଓ ତାଙ୍କ ପିତାମାତାକୁ କକାପୁଅ ଭାଇ ମୁଖାଗ୍ନି ଦେଇଥିଲେ । ଦେଶର ସ୍ୱାର୍ଥକୁ ସର୍ବାଗ୍ରେ ରଖି ପରିବାର ପ୍ରତି ଭୃକ୍ଷେପ ନ କରି ସେ ଦେଶ ଆଗ ବୋଲି ବିଶ୍ୱାସ କହୁଥିଲେ ।
ସ୍ୱାଧୀନତା ସଂଗ୍ରାମରେ ସେ କେତେକ ଭୂମିଗତ କାର୍ଯ୍ୟକଳାପରେ ସଂଶ୍ଳିଷ୍ଟ ହେବା ସହ ଅନେକ ସଂଗ୍ରାମୀଙ୍କୁ ବେଚେରାଜୀରେ ଲୁଚାଇ ଦେଇଥିଲେ । ସ୍ୱାଧୀନତା ପରେ ମଧ୍ୟ ସର୍ଦ୍ଦାର ସାହେବଙ୍କ ଆଦେଶକ୍ରମେ ସେ ଛୋଟ ଛୋଟ ଦେଶୀୟ ରାଜ୍ୟଗୁଡିକୁ ଭାରତ ସହ ମିଶାଇବା ସହ କାର୍ଯ୍ୟ କରିଥିଲେ । ତାଙ୍କ ଅବଦାନ ସ୍ୱରୂପ ଦାସଦା, ଭାଦୋଡ ଓ ଜଇନାବାଦ ଭଳି ରାଜ୍ୟର ଭାରତରେ ମିଶ୍ରଣ ହୋଇଥିଲା । ଏହା ଅତ୍ୟନ୍ତ ହୃଦୟ ବିଦାରକ ଯେ ଏଭଳି ମହାନ ଦେଶପ୍ରେମୀଙ୍କ ଗାଥା ଦେଶର ଇତିହାସ ପୁସ୍ତକରେ କ୍ୱଚିତ ଦେଖିବାକୁ ମିଳିଥାଏ ।
ଏହା ଆମ ସମସ୍ତଙ୍କର କର୍ତ୍ତବ୍ୟ ଯେ ପ୍ରହ୍ଲାଦ ଭାଇଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀଙ୍କ ବୀରତ୍ୱ ଗାଥା ନୂତନ ପିଢ଼ିକୁ ଅବଗତ କଲେ ସେମାନେ ସେଥିରୁ ପ୍ରେରଣା ଲାଭ କରିବେ । ଏପରିକି ସ୍ୱାଧୀନତା ସଂଗ୍ରାମର ପରିସମାପ୍ତି ପରେ ମଧ୍ୟ ସ୍ୱାଧୀନ ଭାରତରେ ସେ ବିଶ୍ରାମ ନନେଇ ତାଙ୍କ ସମାଜ ସେବା କାର୍ଯ୍ୟ ଜାରି ରଖିଥିଲେ । ୧୯୫୧ ମସିହାରେ ସେ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନରେ ସାମିଲ ହୋଇ ତାଙ୍କ ପାଖରେ ଥିବା ଦୁଇଶହ ବିଘା ଜମି ଦାନ କରିଥିଲେ । ଦେଶର ଅନେକ ଭୂମିହୀନଙ୍କ ନିମନ୍ତେ ତାଙ୍କ ଭଳି ‘ଭୂମୀପୁତ୍ର’ ଏପରି ବିରାଟ ପଦକ୍ଷେପ ନେଇଥିଲେ । ୧୯୬୨ ମସିହାରେ ବମ୍ବେ ରାଜ୍ୟ ଅଲଗା ହୋଇ ଗୁଜରାଟ ରାଜ୍ୟର ପ୍ରଥମ ନିର୍ବାଚନରେ ସେ ଚାନସମା ଆସନରୁ ଲଢ଼ି ଜନ ପ୍ରତିନିଧି ହୋଇଥିଲେ । ସେ ସମଗ୍ର ରାଜ୍ୟକୁ ବିକାଶ ପଥରେ ନେଇଯାଇଥିଲେ । ମୋର ଏବେ ମଧ୍ୟ ମନେ ଅଛି ଯେ, ସେତେବେଳେ ମୁଁ ସଙ୍ଗ ପାଇଁ କାମ କରୁଥିଲି ଓ ମତେ ସେଥିପାଇଁ ବିଭିନ୍ନ ସ୍ଥାନକୁ ଯିବାକୁ ପଡୁଥିଲା ।
ଯେତେବେଳେ କେହି ବେଚେରାଜୀଙ୍କୁ ଯିବାକୁ ଚାହୁଁଥିଲେ ସେମାନଙ୍କ ନିମନ୍ତେ ସତେ ଯେପରି ପ୍ରହ୍ଲାଦ ଭାଇ ଲାଠି ଜଣେ ଜନକଲ୍ୟାଣ ଟ୍ରଷ୍ଟିଭାବେ ଗୁଜରାଟର ମହାଜନ ପରମ୍ପରା ସହ ଯୋଡି ହୋଇଥିଲେ । ଆଜିର କାର୍ଯ୍ୟକ୍ରମ ଅସମ୍ପୂର୍ଣ୍ଣ ହୋଇପଡିବ ଯଦି ଆମେ ପ୍ରହ୍ଲାଦ ଭାଇଙ୍କ ପତ୍ନୀ କାଶୀ ବା ସମ୍ପର୍କରେ କିଛି ନ କହୁ । କାଶୀ ବା କେବଳ ଜଣେ ସୁଗୃହିଣୀ ନଥିଲେ ବରଂ କସ୍ତୁରବାଙ୍କ ଭଳି ସମାଜ ସେବା କରି ସେ ତାଙ୍କ ସ୍ୱାମୀଙ୍କୁ ଢ଼େର ସହଯୋଗ କରୁଥିଲେ । ତାଙ୍କର ସମ୍ପୂର୍ଣ୍ଣ ଜୀବନ, କାର୍ଯ୍ୟଧାରା ବିଭିନ୍ନ ପରିସ୍ଥିତିରେ କାମ କରିବାର ଇଚ୍ଛା ଆମ ସ୍ୱାଧୀନତା ସଂଗ୍ରାମରେ ଗୋଟିଏ ଗୋଟିଏ ଅମୂଲ୍ୟ ଦସ୍ତାବିଜ । ତାଙ୍କର କାର୍ଯ୍ୟ ଓ ସାମାଜିକ ଅବଦାନର ନଥି ପ୍ରସ୍ତୁତ ହେବା ଦରକାର ଯାହା ଆଜିର ପିଢ଼ିଙ୍କୁ ଅନେକ ନୂତନ ତଥ୍ୟ ପ୍ରଦାନ କରିବ ଓ ଭବିଷ୍ୟତ ପିଢ଼ି ନିମନ୍ତେ ମଧ୍ୟ ପ୍ରେରଣାର ଉତ୍ସ ହୋଇ ରହିବ । ଜୀବଦ୍ଦଶାରେ ସେ ଜନସେବାର ନେତୃତ୍ୱ ନେଉଥିଲେ ଓ ଏପରିକି ମୃତ୍ୟୁ ପରେ ମଧ୍ୟ ସେ ତାଙ୍କ ଚକ୍ଷୁ ଦାନ କରିବାକୁ ସଂକଳ୍ପ ନେଇଥିଲେ । ଟିକେ କଳ୍ପନା କରନ୍ତୁ ସେ ଯେତେ ବେଳେ ଚକ୍ଷୁଦାନ କରିବାକୁ ସଂକଳ୍ପ ନେଇଥିଲେ ସେତେବେଳେ ଚକ୍ଷୁଦାନ ନେଇ ସଚେତନତା ମଧ୍ୟ ଏତେଟା ନଥିଲା । ତାଙ୍କର ଏହି ସଂକଳ୍ପ କେତେ ଉତ୍ସାହପ୍ରଦ ଓ ମହାନ ସତେ!
ଗୁଜରାଟର ସମସ୍ତ ବିଶ୍ୱବିଦ୍ୟାଳୟ ରାଜ୍ୟର କୋଣ ଅନୁକୋଣରୁ ଏଭଳି ମହାନ ବ୍ୟକ୍ତିଙ୍କ ଜୀବନାଦର୍ଶକୁ ସଂକଳିତ କରି ଅଜଣା ଅଶୁଣା କଥା ସବୁ ବହି ଆକାରରେ ପ୍ରକାଶ କରିବାକୁ ଆଗେଇ ଆସନ୍ତୁ । ତାହାହେଲେ ଯାଇ ଆଜାଦୀ କା ଅମ୍ରିତ ମହୋତ୍ସବ ଏହାର ପ୍ରକୃତ ସ୍ୱରୂପ ବଜାୟ ରଖିବ । ଶୀ ପ୍ରହ୍ଲାଦ ଭାଇ ଥିଲେ ଯେପରି ତ୍ରିବେଶୀ, ଦେଶପ୍ରାଣ, କର୍ତ୍ତବ୍ୟ ପ୍ରତି ଉତ୍ସାହ ଓ ସେବାର ମିଳନ ସ୍ଥଳ । ଆଜି ତାଙ୍କର ଉତ୍ସର୍ଗୀ ମନୋଭାବର ସ୍ମରଣ କରି ନବ ଭାରତ ଗଠନରେ ଉତ୍ସାହ ସଞ୍ଚାର ପାଇଁ ସମୟ ଉପନୀତ । ତାହେଲେ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ । ମୁଁ ପ୍ରହ୍ଲାଦ ଭାଇଙ୍କୁ ତାଙ୍କର ଚମତ୍କାର କାର୍ଯ୍ୟ ପାଇଁ ବିନମ୍ର ପ୍ରଣତି ଜଣାଉଛି । ମା ଭାରତୀ ଓ ଦେଶ ବହୁଚାରାଙ୍କୁ ବିନମ୍ର ପ୍ରଣାମ ଜଣାଇ ମୋ ବକ୍ତବ୍ୟ ଶେଷ କରୁଛି ।
SM/DD