ଆଜି ସହିଦ ଦିବସ ଅବସରରେ, ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଭିଡିଓ କନ୍ଫରେନସିଂ ଦ୍ୱାରା କୋଲକାତାର ଭିକ୍ଟୋରିଆ ମେମୋରିଆଲ୍ ହଲ୍ ଠାରେ ବିପ୍ଲୋବୀ ଭାରତ ଗ୍ୟାଲେରୀକୁ ଉଦ୍ଘାଟନ କରିଛନ୍ତି । ପଶ୍ଚିମବଙ୍ଗର ରାଜ୍ୟପାଳ ଶ୍ରୀ ଜଗଦୀପ ଧନକର ଏବଂ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି. କିଷାନ ରେଡ୍ଡୀ ମଧ୍ୟ ଏହି ଅବସରରେ ମଧ୍ୟ ଉପସ୍ଥିତ ଥିଲେ ।
ପ୍ରଧାନମନ୍ତ୍ରୀ ବୀରଭୂମ ଠାରେ ଘଟିଥିବା ହିଂସାତ୍ମକ ଘଟଣାର ପୀଡିତମାନଙ୍କ ପ୍ରତି ସମବେଦନା ଜ୍ଞାପନ କରି ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ ଏବଂ ଏଭଳି ଘୃଣ୍ୟ ଅପରାଧ ନିମନ୍ତେ ଦୋଷୀମାନଙ୍କୁ ଦଣ୍ଡିତ କରିବାକୁ ରାଜ୍ୟ ସରକାର ସୁନିଶ୍ଚିତ କରିବେ ବୋଲି ଆଶା ପ୍ରକଟ କରିଥିଲେ । ସେ କେନ୍ଦ୍ର ପକ୍ଷରୁ ସମସ୍ତ ସହଯୋଗ ରହିବ ବୋଲି ନିଶ୍ଚିତ କରିଥିଲେ । “ସେ ଆହୁରି ମଧ୍ୟ କହିଥିଲେ ଯେ ମୁଁ ମଧ୍ୟ ବଙ୍ଗଳାବାସୀଙ୍କୁ ଅନୁରୋଧ କରିବି ଯେ ଏପରି ଘଟଣାର ଅପରାଧୀ ଏବଂ ଯେଉଁମାନେ ଏହି ଭଳି ଅପରାଧୀଙ୍କୁ ଉତ୍ସାହିତ କରନ୍ତି ସେମାନଙ୍କୁ କଦାପି କ୍ଷମା କରନ୍ତୁ ନାହିଁ ।”
ସହିଦ ଦିବସରେ ସହିଦ ମାନଙ୍କୁ ମନେ ପକାଇ, ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବଙ୍କ ଭଳି ସହିଦ ମାନଙ୍କର କଥା ଆମ ସମସ୍ତଙ୍କୁ ଦେଶ ପାଇଁ ଅକ୍ଲାନ୍ତ ଭାବେ ପରିଶ୍ରମ କରିବା ନିମନ୍ତେ ପ୍ରୋତ୍ସାହିତ କରିଥାଏ । “ଆମ ଅତୀତର ପରମ୍ପରା ଆମର ବର୍ତମାନକୁ ମାର୍ଗଦର୍ଶନ କରାଇଥାଏ, ଏକ ଉତମ ଭବିଷ୍ୟତ ଗଠନ କରିବା ନିମନ୍ତେ ଆମକୁ ପ୍ରୋତ୍ସାହିତ କରିଥାଏ । ତେଣୁ, ଆଜି ଆମ ଦେଶ ଏହାର ଇତିହାସ, ଏହାର ଅତୀତକୁ ଶକ୍ତିର ଜୀବନ୍ତ ଉତ୍ସ ଭାବରେ ଦେଖୁଛି” ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ ଆଜି କହିଥିଲେ ଯେ, ନୂତନ ଭାରତ ଦେଶର ଐତିହ୍ୟକୁ ବିଦେଶରୁ ଫେରାଇ ଆଣୁଛି, ଯେଉଁଠାରେ ପୂର୍ବରୁ ପ୍ରାଚୀନ ମୂର୍ତିକୁ ଅପରାଧିକ ଭାବେ ଚୋରାଚାଲାଣ କରା ଯାଉଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୨୦୧୪ ମସିହା ପୂର୍ବ ଦଶକ ଗୁଡିକରେ ମାତ୍ର କିଛି ଡଜନ ମୂର୍ତି ଭାରତକୁ ଫେରାଇ ଅଣା ଯାଇ ପାରିଥିଲା । କିନ୍ତୁ ଗତ ୭ ବର୍ଷ ମଧ୍ୟରେ ଏହାର ସଂଖ୍ୟା ବୃଦ୍ଧି ପାଇ ୨୨୫ରୁ ଅଧିକ ହୋଇଛି ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘ନିର୍ଭୀକ ସୁବାସ’ ପରେ କୋଲକାତାର ସମୃଦ୍ଧ ଐତିହ୍ୟରେ ବିପ୍ଲୋବୀ ଭାରତ ଗ୍ୟାଲେରୀ ରୂପରେ ଆଉ ଏକ ମୁକ୍ତା ଯୋଡି ହୋଇଯାଇଛି । ସେ କହିଥିଲେ ଯେ, ପଶ୍ଚିମବଙ୍ଗର ଐତିହ୍ୟକୁ ସଂରକ୍ଷିତ ଏବଂ ସମୃଦ୍ଧ କରିବା ନିମନ୍ତେ ସରକାରଙ୍କର ପ୍ରତିବଦ୍ଧତାର ଏକ ପ୍ରମାଣ ହେଉଛି ବିପ୍ଲୋବୀ ଭାରତ ଗ୍ୟାଲେରୀ । ସେ ସୂଚନା ଦେଇଥିଲେ ଯେ, ଭିକ୍ଟୋରିଆ ମେମୋରିଆଲ୍ ହଲ୍, ପ୍ରତିଷ୍ଠିତ ଗ୍ୟାଲେରୀ ସମୂହ, ମେଟକାଫ୍ ହାଉସ୍ ଇତ୍ୟାଦି ପ୍ରତିଷ୍ଠିତ ଲ୍ୟାଣ୍ଡମାର୍କର ନବୀକରଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇ ଯାଇଛି । ସେ କହିଥିଲେ “ଆମର ସଂସ୍କୃତି, ସଭ୍ୟତାର ଏହି ପ୍ରତୀକ ଗୁଡିକ ଭାରତର ବର୍ତମାନ ଏବଂ ଭବିଷ୍ୟତର ପିଢ଼ିକୁ ପ୍ରେରଣା ଦେବା ଜାରି ରଖନ୍ତୁ, ଏହି ଦିଗରେ ଏହା ଏକ ବଡ ପ୍ରୟାସ ହେବ” ।
ଶ୍ରୀ ମୋଦୀ ସୂଚନା ଦେଇଥିଲେ ଯେ ଐତିହ୍ୟ ପର୍ଯ୍ୟଟନକୁ ବୃଦ୍ଧି କରିବା ପାଇଁ ସାରା ଭାରତରେ ଏକ ଜାତୀୟ ସ୍ତରରେ ପ୍ରଚାର କାର୍ଯ୍ୟ ଚାଲୁ ରହିଛି । ଐତିହ୍ୟ ପର୍ଯ୍ୟଟନକୁ ସ୍ୱଦେଶ ଦର୍ଶନ ଭଳି ବିଭିନ୍ନ ଯୋଜନା ସମୂହ ମାଧ୍ୟମରେ ପ୍ରୋତ୍ସାହିତ କରାଯାଉଛି ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଦାଣ୍ଡି ମାର୍ଚ୍ଚର ସ୍ମାରକୀ, ଜାଲିଆନାୱାଲା ମେମୋରିଆଲ୍ର ନବୀକରଣ, ଷ୍ଟାଚ୍ୟୁ ଅଫ୍ ୟୁନିଟି, ଦୀନଦୟାଲ ସ୍ମାରକ, ବାବାସାହେବ ମେମୋରିଆଲ, ଭଗବାନ ବିର୍ସା ମୁଣ୍ଡା ମେମୋରିଆଲ, ଅଯୋଧ୍ୟା ଏବଂ କାଶୀରେ ଥିବା ଘାଟ ଗୁଡିକର ସୌନ୍ଦର୍ଯ୍ୟକରଣ କିମ୍ବା ସାରା ଭାରତ ବର୍ଷରେ ମନ୍ଦିର ଗୁଡିକର ନବୀକରଣ ଭଳି ପଦକ୍ଷେପ ମାଧ୍ୟମରେ ଐତିହ୍ୟ ପର୍ଯ୍ୟଟନ ନୂତନ ସମ୍ଭାବନାକୁ ଉନ୍ମୁକ୍ତ କରୁଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଶହ ଶହ ବର୍ଷର କ୍ରୀତଦାସତ୍ୱ ସମୟରେ, ତିନିଟି ସ୍ରୋତ/ ଧାରା ଏକାଠି ହୋଇ ସ୍ୱାଧୀନତାକୁ ଆଗେଇ ନେଇଥିଲେ । ଏହି ସ୍ରୋତଗୁଡିକ ଥିଲା, ଆନ୍ଦୋଳନ, ସତ୍ୟାଗ୍ରହ ଏବଂ ଜନ ଜାଗରଣ । ପ୍ରଧାନମନ୍ତ୍ରୀ ତ୍ରିରଙ୍ଗାର ପ୍ରତୀକ, ଜାତୀୟ ପତାକା ଉପରେ ବିଷଦ ଭାବରେ ବିଚାର ଆଲୋଚନା କରିଥିଲେ । ସେ କହିଥିଲେ ଯେ, ତିନୋଟି ସ୍ରୋତ / ଧାରା ତ୍ରିରଙ୍ଗାକୁ ପ୍ରତିନିଧିତ୍ୱ କରୁଛି, ଯେଉଁଥିରେ ନାରଙ୍ଗୀ ରଙ୍ଗ କ୍ରାନ୍ତିକାରୀ ଧାରାକୁ ପ୍ରତିନିଧିତ୍ୱ କରୁଛି, ଧଳା ରଙ୍ଗ ସତ୍ୟାଗ୍ରହ ଏବଂ ସବୁଜ ରଙ୍ଗ ସେଶର ସୃଜନାତ୍ମକ ସ୍ପନ୍ଦନର ପ୍ରତୀକ ଅଟେ । ସେ କହିଥିଲେ ଯେ, ତାଙ୍କ ପାଇଁ ଜାତୀୟ ପତାକାରେ ରହିଥିବା ନୀଳ ରଙ୍ଗ ଦେଶର ସାଂସ୍କୃତିକ ଚେତନାର ପ୍ରତିନିଧିତ୍ୱ କରିଥାଏ । ସେ କହିଥିଲେ ଯେ, ସେ ଆଜି ଜାତୀୟ ପତାକାର ଏହି ତିନି ରଙ୍ଗରେ ସେ ନୂତନ ଭାରତର ଭବିଷ୍ୟତକୁ ଦେଖୁଛନ୍ତି । ନାରଙ୍ଗୀ ରଙ୍ଗ ଆମକୁ କର୍ତବ୍ୟ ଏବଂ ଜାତୀୟ ସୁରକ୍ଷା ନିମନ୍ତେ ପ୍ରେରିତ କରିଥାଏ, ଧଳା ସମସ୍ତଙ୍କ ସହିତ, ସମସ୍ତଙ୍କର ବିକାଶ, ସମସ୍ତଙ୍କର ବିଶ୍ୱାସ ଏବଂ ସମସ୍ତଙ୍କର ପ୍ରୟାସର ପ୍ରତୀକ ଅଟେ; ସବୁଜ ରଙ୍ଗ ପରିବେଶର ସଂରକ୍ଷଣ ନିମନ୍ତେ ଏବଂ ନୀଳ ରଙ୍ଗର ଚକ୍ରରେ ଦେଶର ନୀଳ ଅର୍ଥନୀତିକୁ ସେ ଦେଖୁଛନ୍ତି ବୋଲି କହିଥିଲେ ।
କମ୍ ବୟସର କ୍ରାନ୍ତିକାରୀ ଭଗତ ସିଂହ, ସୁଖଦେବ, ରାଜଗୁରୁ, ଆଜାଦ୍ ଏବଂ ଖୁଦିରାମ ବୋଷଙ୍କର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର ଯୁବକ ମାନେ ନିଜକୁ କେବେ କମ୍ ବୋଲି ବିଚାର କରିବାଉଚିତ୍ ନୁହେଁ । “ଏମିତି କିଛି ନାହିଁ, ଯାହା ଭାରତର ଯୁବକମାନେ ହାସଲ କରିପାରିବେ ନାହିଁ” ବୋଲି ସେ କହିଥିଲେ ।
ସ୍ୱାଧୀନତା ସଂଗ୍ରାମରେ ଚାଲିଥିବା ଏକତାର ସୂତ୍ରକୁ ପ୍ରଧାନମନ୍ତ୍ରୀ ସୂଚାଇ ଦେଇଥିଲେ, ଯେଉଁଠାରେ ଦେଶର ସେବା ତଥା ଦେଶପ୍ରେମ ପାଇଁ ବିଭିନ୍ନ ଅଂଚଳ, ଭାଷା, ସମ୍ବଳ ଏକତ୍ରିତ ହୋଇଥିଲେ । “ଭାରତ – ଭକ୍ତିର ଏହି ଶାଶ୍ୱତ ଅନୁଭବ, ଏକତା, ଭାରତର ଅଖଣ୍ଡତା ଆଜି ମଧ୍ୟ ଆମର ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ୍ । ଆପଣଙ୍କର ରାଜନୈତିକ ଚିନ୍ତାଧାରା ଯାହା ବି ହୋଇପାରେ, ଆପଣ ଯେକୌଣସି ରାଜନୈତିକ ଦଳର ହୋଇପାରନ୍ତି, କିନ୍ତୁ ଭାରତର ଏକତା ଏବଂ ଅଖଣ୍ଡତା ସହିତ କୌଣସି ପ୍ରକାରର ଆପୋଷ ବୁଝାମଣା ଭାରତର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପାଇଁ ସବୁଠାରୁ ବଡ ବିଶ୍ୱାସଘାତକତା ହେବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କର ଅଭିଭାଷଣକୁ ଜାରି ରଖି କହିଥିଲେ ଯେ, “ଆମକୁ ନୂତନ ଭାରତରେ ଏକ ନୂତନ ଦୃଷ୍ଟିକୋଣକୁ ନେଇ ଆଗକୁ ବଢ଼ିବାକୁ ପଡିବ । ଭାରତର ଏହି ନୂତନ ଦର୍ଶନ ହେଉଛି ଆତ୍ମବିଶ୍ୱାସ, ଆତ୍ମନିର୍ଭରଶୀଳତା, ପ୍ରାଚୀନ ପରିଚୟ ଏବଂ ଭବିଷ୍ୟତର ଉନ୍ନତି । ଏଥିରେ, କର୍ତବ୍ୟର ଭାବନା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ ।”
ଆଜି ଯେଉଁ ୪୦୦ ବିଲିୟନ୍ ଡଲାର କିମ୍ବା ୩୦ ଲକ୍ଷ କୋଟି ମୂଲ୍ୟର ଉତ୍ପାଦ ରପ୍ତାନିର ମାଇଲ୍ଖୁଂଟ ଲକ୍ଷ୍ୟ ହାସଲ କରା ଯାଇଛି ସେହି ବିଷୟରେ ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଥିଲେ ଯେ ଭାରତର ଦିନକୁ ଦିନ ବୃଦ୍ଧି ପାଉଥିବା ରପ୍ତାନି ଆମର ଶିଳ୍ପ, ଆମ ଏମ୍ଏସ୍ଏମ୍ଇ, ଆମର ଉତ୍ପାଦନର କ୍ଷମତାର ସାମର୍ଥ୍ୟ ଏବଂ ଆମ କୃଷି କ୍ଷେତ୍ରର ସୁଦୃଢ଼ତାର ପ୍ରତୀକ ଅଟେ ।”
ସ୍ୱାଧୀନତା ସଂଗ୍ରାମରେ ବିପ୍ଲବୀଙ୍କର ଅବଦାନ ଏବଂ ବ୍ରିଟିଶ ଉପନିବେଶ ଶାସନ ପ୍ରତି ସେମାନଙ୍କର ସଶସ୍ତ୍ର ପ୍ରତିରୋଧକୁ ଗ୍ୟାଲେରୀ ଦର୍ଶାଇଥାଏ । ସ୍ୱାଧୀନତା ଆନ୍ଦୋଳନର ମୁଖ୍ୟ ଧାରାର ବର୍ଣ୍ଣନାରେ ଏହି ଦିଗକୁ ପ୍ରାୟତଃ ଏହାର ଉପଯୁକ୍ତ ସ୍ଥାନ ଦିଆ ଯାଇନାହିଁ । ଏହି ନୂତନ ଗ୍ୟାଲେରୀର ଉଦ୍ଦେଶ୍ୟ ହେଉଛି ୧୯୪୭ ପର୍ଯ୍ୟନ୍ତ ଘଟିଥିବା ଘଟଣା ଗୁଡିକର ଏକ ସାମଗ୍ରିକ ଦୃଶ୍ୟ ପ୍ରଦାନ କରିବା ଏବଂ ବିପ୍ଲବୀମାନଙ୍କ ଦ୍ୱାରା ନିର୍ବାହ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିବା ।
ବିପ୍ଲୋବୀ ଭାରତ ଗ୍ୟାଲେରୀରେ ରାଜନୈତିକ ଏବଂ ବୌଦ୍ଧିକ ପୃଷ୍ଠଭୂମି ଚିତ୍ରିତ ହୋଇଛି, ଯାହା ବିପ୍ଲବୀ ଆନ୍ଦୋଳନକୁ ପ୍ରୋତ୍ସାହିତ କରିଥିଲା । ଏହା ବୈପ୍ଲବିକ ଆନ୍ଦୋଳନର ଜନ୍ମ, ବିପ୍ଳବୀ ନେତାମାନଙ୍କ ଦ୍ୱାରା ମହତ୍ୱପୂର୍ଣ୍ଣ ସଙ୍ଗଠନ ଗଢ଼ାଯିବା, ଆନ୍ଦୋଳନର ପ୍ରଚାର ଓ ପ୍ରସାର, ଭାରତୀୟ ଜାତୀୟ ସେନା ଗଠନ, ନୌସେନା ବିଦ୍ରୋହର ଅବଦାନ ଇତ୍ୟାଦିକୁ ପ୍ରଦର୍ଶିତ କରିଥାଏ ।
SSP
Inaugurating Biplobi Bharat Gallery as a fitting tribute to the greats of the Indian freedom movement. https://t.co/Z8GU9bO9cK
— Narendra Modi (@narendramodi) March 23, 2022
मैं पश्चिम बंगाल के बीरभूम में हुई हिंसक वारदात पर दुख व्यक्त करता हूं, अपनी संवेदना व्यक्त करता हूं।
मैं आशा करता हूं कि राज्य सरकार, बंगाल की महान धरती पर ऐसा जघन्य पाप करने वालों को जरूर सजा दिलवाएगी: PM @narendramodi
— PMO India (@PMOIndia) March 23, 2022
अमर शहीद भगत सिंह, राजगुरु और सुखदेव के बलिदान की गाथा देश के बच्चे-बच्चे की जुबान पर है।
हम सबको इन वीरों की गाथाएं, देश के लिए दिन रात मेहनत करने के लिए प्रेरित करती हैं: PM @narendramodi
— PMO India (@PMOIndia) March 23, 2022
हमारे अतीत की विरासतें हमारे वर्तमान को दिशा देती हैं, हमें बेहतर भविष्य गढ़ने के लिए प्रेरित करती हैं।
इसलिए, आज देश अपने इतिहास को, अपने अतीत को, ऊर्जा के जाग्रत स्रोत के रूप में देखता है: PM @narendramodi
— PMO India (@PMOIndia) March 23, 2022
आपको वो समय भी याद होगा जब हमारे यहाँ आए दिन प्राचीन मंदिरों की मूर्तियाँ चोरी होने की खबरें आती थीं।
हमारी कलाकृतियाँ बेधड़क विदेशों में smuggle होती थीं, जैसे उनकी कोई अहमियत ही नहीं थी।
लेकिन अब भारत की उन धरोहरों को वापस लाया जा रहा है: PM @narendramodi
— PMO India (@PMOIndia) March 23, 2022
2014 से पहले के कई दशकों में सिर्फ दर्जनभर प्रतिमाओं को ही भारत लाया जा सका था।
लेकिन बीते 7 सालों में ये संख्या सवा 2 सौ से अधिक हो चुकी है।
अपनी संस्कृति, सभ्यता की ये निशानियां, भारत की वर्तमान और भावी पीढ़ी को निरंतर प्रेरित करें, इस दिशा में ये एक बहुत बड़ा प्रयास है: PM
— PMO India (@PMOIndia) March 23, 2022
Heritage tourism बढ़ाने के लिए भारत में एक राष्ट्रव्यापी अभियान चल रहा है।
स्वदेश दर्शन जैसी कई योजनाओं के जरिए heritage tourism को गति दी जा रही है: PM @narendramodi
— PMO India (@PMOIndia) March 23, 2022
भारत भक्ति का यही शाश्वत भाव, भारत की एकता, अखंडता, आज भी हमारी सर्वोच्च प्राथमिकता होनी चाहिए।
आपकी राजनीतिक सोच कुछ भी हो, आप किसी भी राजनीतिक दल के हों, लेकिन भारत की एकता-अखंडता के साथ किसी भी तरह का खिलवाड़, भारत के स्वतंत्रता सेनानियों के साथ सबसे बड़ा विश्वासघात होगा: PM
— PMO India (@PMOIndia) March 23, 2022
Inaugurating Biplobi Bharat Gallery as a fitting tribute to the greats of the Indian freedom movement. https://t.co/Z8GU9bO9cK
— Narendra Modi (@narendramodi) March 23, 2022
मैं पश्चिम बंगाल के बीरभूम में हुई हिंसक वारदात पर दुख व्यक्त करता हूं, अपनी संवेदना व्यक्त करता हूं।
— PMO India (@PMOIndia) March 23, 2022
मैं आशा करता हूं कि राज्य सरकार, बंगाल की महान धरती पर ऐसा जघन्य पाप करने वालों को जरूर सजा दिलवाएगी: PM @narendramodi
अमर शहीद भगत सिंह, राजगुरु और सुखदेव के बलिदान की गाथा देश के बच्चे-बच्चे की जुबान पर है।
— PMO India (@PMOIndia) March 23, 2022
हम सबको इन वीरों की गाथाएं, देश के लिए दिन रात मेहनत करने के लिए प्रेरित करती हैं: PM @narendramodi
हमारे अतीत की विरासतें हमारे वर्तमान को दिशा देती हैं, हमें बेहतर भविष्य गढ़ने के लिए प्रेरित करती हैं।
— PMO India (@PMOIndia) March 23, 2022
इसलिए, आज देश अपने इतिहास को, अपने अतीत को, ऊर्जा के जाग्रत स्रोत के रूप में देखता है: PM @narendramodi
आपको वो समय भी याद होगा जब हमारे यहाँ आए दिन प्राचीन मंदिरों की मूर्तियाँ चोरी होने की खबरें आती थीं।
— PMO India (@PMOIndia) March 23, 2022
हमारी कलाकृतियाँ बेधड़क विदेशों में smuggle होती थीं, जैसे उनकी कोई अहमियत ही नहीं थी।
लेकिन अब भारत की उन धरोहरों को वापस लाया जा रहा है: PM @narendramodi
2014 से पहले के कई दशकों में सिर्फ दर्जनभर प्रतिमाओं को ही भारत लाया जा सका था।
— PMO India (@PMOIndia) March 23, 2022
लेकिन बीते 7 सालों में ये संख्या सवा 2 सौ से अधिक हो चुकी है।
अपनी संस्कृति, सभ्यता की ये निशानियां, भारत की वर्तमान और भावी पीढ़ी को निरंतर प्रेरित करें, इस दिशा में ये एक बहुत बड़ा प्रयास है: PM
Heritage tourism बढ़ाने के लिए भारत में एक राष्ट्रव्यापी अभियान चल रहा है।
— PMO India (@PMOIndia) March 23, 2022
स्वदेश दर्शन जैसी कई योजनाओं के जरिए heritage tourism को गति दी जा रही है: PM @narendramodi
भारत को गुलामी के सैकड़ों वर्षों के कालखंड से आजादी, तीन धाराओं के संयुक्त प्रयासों से मिली थी।
— PMO India (@PMOIndia) March 23, 2022
एक धारा थी क्रांति की, दूसरी धारा सत्याग्रह की और तीसरी धारा थी जन-जागृति अभियानों की: PM @narendramodi
मैं देश के युवाओं से कहना चाहता हूं- कभी अपनी शक्तियों को, अपने सपनों को कम नहीं आंकिएगा।
— PMO India (@PMOIndia) March 23, 2022
ऐसा कोई काम नहीं जो भारत का युवा कर ना सके।
ऐसा कोई लक्ष्य नहीं जो भारत का युवा प्राप्त ना कर सके: PM @narendramodi
आजादी के मतवालों की क्षेत्रीयता अलग-अलग थी, भाषाएं-बोलियां भिन्न-भिन्न थी।
— PMO India (@PMOIndia) March 23, 2022
यहां तक कि साधन-संसाधनों में भी विविधता थी।
लेकिन राष्ट्रसेवा की भावना और राष्ट्रभक्ति एकनिष्ठ थी।
वो ‘भारत भक्ति’ के सूत्र से जुड़े थे, एक संकल्प के लिए खड़े थे: PM @narendramodi

हमें नए भारत में नई दृष्टि के साथ ही आगे बढ़ना है।
— PMO India (@PMOIndia) March 23, 2022
ये नई दृष्टि भारत के आत्मविश्वास की है, आत्मनिर्भरता की है, पुरातन पहचान की है, भविष्य के उत्थान की है।
और इसमें कर्तव्य की भावना का ही सबसे ज्यादा महत्व है: PM @narendramodi
आज ही भारत ने 400 बिलियन डॉलर यानि 30 लाख करोड़ रुपए के प्रॉडक्ट्स के एक्सपोर्ट का नया रिकॉर्ड बनाया है।
— PMO India (@PMOIndia) March 23, 2022
भारत का बढ़ता हुआ एक्सपोर्ट, हमारी इंडस्ट्री की शक्ति, हमारे MSMEs, हमारी मैन्यूफैक्चरिंग क्षमता, हमारे एग्रीकल्चर सेक्टर के सामर्थ्य का प्रतीक है: PM @narendramodi
शहीद दिवस पर देश आजादी के लिए योगदान देने वाले नायक-नायिकाओं को नमन कर रहा है।
— Narendra Modi (@narendramodi) March 23, 2022
इस अवसर पर अमृत महोत्सव के इसी ऐतिहासिक कालखंड में आज बिप्लॉबी भारत गैलरी के रूप में पश्चिम बंगाल के हैरिटेज में एक खूबसूरत मोती और जुड़ा है। pic.twitter.com/zGdQ3vxkS4
अतीत की विरासतें हमारे वर्तमान को दिशा देती हैं, हमें बेहतर भविष्य गढ़ने के लिए प्रेरित करती हैं।
— Narendra Modi (@narendramodi) March 23, 2022
आपको वो समय भी याद होगा, जब हमारे यहां आए दिन प्राचीन मंदिरों की मूर्तियां चोरी होने की खबरें आती थीं। लेकिन उन धरोहरों को अब वापस लाया जा रहा है। pic.twitter.com/2TDCCFkhzQ
बिप्लॉबी भारत गैलरी का उद्घाटन करते हुए मुझे तिरंगे के तीन रंगों में नए भारत का भविष्य भी देखने को मिला… pic.twitter.com/FBBhNuTHqv
— Narendra Modi (@narendramodi) March 23, 2022
Moving towards a developed and prosperous India. pic.twitter.com/oNAEbHLlcz
— Narendra Modi (@narendramodi) March 23, 2022
India’s freedom struggle is an excellent manifestation of ‘Ek Bharat Shreshtha Bharat.’ pic.twitter.com/ABobUQAqI5
— Narendra Modi (@narendramodi) March 23, 2022
The Biplobi Bharat Gallery is a fitting tribute to our freedom fighters. Do visit this gallery if possible! pic.twitter.com/izzyXTBZLO
— Narendra Modi (@narendramodi) March 23, 2022