ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶିଳ୍ପ ପ୍ରୋତ୍ସାହନ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ ପକ୍ଷରୁ ଆୟୋଜିତ ବଜେଟ ସମ୍ପର୍କିତ ୱେବିନାରରେ ନିଜର ଅଭିଭାଷଣ ପ୍ରଦାନ କରିଛନ୍ତି । ବଜେଟ୍ ପରର ଅଷ୍ଟମ ୱେବିନାରକୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିଛନ୍ତି । ୱେବିନାର ବିଷୟବସ୍ତୁ ହେଉଛି ‘ବିଶ୍ୱ ପାଇଁ ମେକ୍ ଇନ୍ ଇଣ୍ଡିଆ’ ।
ବଜେଟ୍ରେ ଆତ୍ମନିର୍ଭର ଭାରତ ଓ ମେକ୍ ଇନ୍ ଇଣ୍ଡିଆ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତ ଭଳି ଏକ ଦେଶ କେବଳ ବଜାର ହୋଇ ରହିଯିବ ଏକଥା କଦାପି ଗ୍ରହଣଯୋଗ୍ୟ ନୁହଁ ବୋଲି ସେ କହିଥିଲେ । ବୈଶ୍ୱିକ ମହାମାରୀ କାଳରେ ଯୋଗାଣ ବ୍ୟବସ୍ଥାରେ ବାଧାବିଘ୍ନ ତଥା ଅନ୍ୟାନ୍ୟ ଅସ୍ୱାଭାବିକ ପରିସ୍ଥିତି ଦୃଷ୍ଟିରୁ ମେକ୍ ଇନ୍ ଇଣ୍ଡିଆ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଏହାଛଡା ଜନ ସଂଖ୍ୟାରେ ଯୁବ ଓ ମେଧାବୀଙ୍କ ଉପସ୍ଥିତି, ଗଣତାନ୍ତ୍ରିକ ବ୍ୟବସ୍ଥା, ପ୍ରାକୃତିକ ସମ୍ପଦ ଦୃଷ୍ଟିରୁ ଏହା ଆମକୁ ମେକ୍ ଇନ ଇଣ୍ଡିଆ ପଥରେ ସଂକଳ୍ପ ସହ ଆଗେଇ ନେବ । ସେ ମଧ୍ୟ ଲାଲକିଲ୍ଲା ପ୍ରାଚୀର ଉପରୁ ଶୂନ୍ୟ ତ୍ରୁଟି ଓ ଶୂନ ପ୍ରତିକ୍ରିୟା ଯୁକ୍ତ ନିର୍ମାଣ ନେଇ ଯେଉଁ ଡାକରା ଦେଇଥିଲେ, ତାହାର ସ୍ମରଣ କରାଇ ଦେଇଥିଲେ ।
ଜାତୀୟ ସୁରକ୍ଷାର ପ୍ରିଜିମରୁ ଦେଖିଲେ ଆତ୍ମନିର୍ଭରତା ତଥାପି ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମଗ୍ର ବିଶ୍ୱ ଭାରତକୁ ଏକ ନିର୍ମାଣର ଶକ୍ତି କେନ୍ଦ୍ରଭାବେ ଦେଖୁଛି । ସେ କହିଥିଲେ ନିର୍ମାଣ କ୍ଷେତ୍ର ଦେଶର ଜିଡିପିର ଶତକଡା ୧୫ଭାଗ ଓ ମେକ ଇନ୍ ଇଣ୍ଡିଆରେ ଏହାର ଅସୀମ ସମ୍ଭାବନା ରହିଛି ଓ ଦେଶକୁ ଏକ ମଜବୁତ ନିର୍ମାଣ ଭିତ୍ତିଭୂମି ପ୍ରଦାନ କରିବାକୁ ଆମେ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ।
ପ୍ରଧାନମନ୍ତ୍ରୀ ସେମି କଣ୍ଡକ୍ଟର ଓ ଇଲେକ୍ଟ୍ରିକ ଯାନବାହନର ଚାହିଦା ଓ ସୁଯୋଗର ଉଦାହରଣ ପ୍ରଦାନ କରି ବିଦେଶ ସହ ଏ ଦିଗରେ ସମକକ୍ଷ ହେବାକୁ ନିର୍ମାଣକାରୀମାନଙ୍କୁ ଆହ୍ୱାନ ଜଣାଇଥିଲେ । ସେହିପରି ଇସ୍ପାତ ଓ ମେଡିକାଲ ଉପକରଣ କ୍ଷେତ୍ରରେ ଭାରତୀୟ ନିର୍ମାଣ ଉପରେ ଗୁରୁତ୍ୱ ଆରୋପ କରାଯିବା ଉଚିତ ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ ବଜାରରେ ଏକ ସାମଗ୍ରୀର ଉପଲବ୍ଧତା ଓ ଭାରତରେ ନିର୍ମିତ ସାମଗ୍ରୀର ଉପଲବ୍ଧତା ପାର୍ଥବ୍ୟ ଉପରେ ଜୋର ଦେଇଥିଲେ । ସେ କ୍ଷୋଭ ପ୍ରକାଶ କରି କହିଥିଲେ ଯେ ଭାରତର ଅନେକ ପର୍ବପର୍ବାଣୀରେ ଥିôବା ସାମଗ୍ରୀ ଅଧିକ ଭାରତ ଅପେକ୍ଷା ବିଦେଶାଗତ ଲକ୍ଷ୍ୟ କରାଯାଉଛି । ଦିପାବଳୀରେ ‘ଭୋକାଲ ପର ଲୋକାଲ’ରେ ଅଧିକ ଦିୟା ପରିବର୍ତ୍ତେ ଅଧିକ ବାହାର ସାମଗ୍ରୀ ଦେଖିବାକୁ ମିଳୁଛି । ଘରୋଇ ନିର୍ମାଣକାରୀଙ୍କୁ ସେ ସେମାନଙ୍କ ବିପଣନରେ ଅଧିକ ଭୋକାଲ ଫର ଲୋକାଲ ଓ ଆତ୍ମନିର୍ଭର ଭାରତ ଛାପ ଅଧିକ ରଖିବା ଉପରେ ଗୁରୁତ୍ୱାଆରୋପ କରିଥିଲେ । “ତୁମ କମ୍ପାନୀ ଯେଉଁ ସାମଗ୍ରୀ ନିର୍ମାଣ କରି ଗୌରବାନ୍ୱିତ ହୋଇଛି, ଏହା ଗ୍ରାହକମାନଙ୍କ ମନରେ ମଧ୍ୟ ସେହି ଗର୍ବ ଆଣୁ । ସେଥିପାଇଁ କେତେକ ସାଧାରଣ ଛାପ ମଧ୍ୟ ବିଚାରକୁ ନିଆଯାଇ ପାରିବ” ବୋଲି ସେ କହିଥିଲେ ।
ସ୍ଥାନୀୟ ପ୍ରସ୍ତୁତ ସାମଗ୍ରୀ ନିମନ୍ତେ ନୂତନ ଲକ୍ଷ୍ୟସ୍ଥଳ ଖୋଜିବା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ନିଜ ସାମଗ୍ରୀକୁ ଉନ୍ନୀତ କରିବା ପାଇଁ ସେ ଗବେଷଣା ଓ ବିକାଶ ଉପରେ ଗୁରୁତ୍ୱ ଦେବାକୁ ଘରୋଇ କ୍ଷେତ୍ରକୁ ଉତ୍ସାହିତ କରିଥିଲେ । ୨୦୨୩ ଆନ୍ତର୍ଜାତିକ ମିଲେଟବର୍ଷ ଘୋଷିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ବିଶ୍ୱରେ ମିଲେଟ/ଡାଲିଜାତୀୟ ଶସ୍ୟର ଚାହିଦା ବୃଦ୍ଧି ପାଉଛି । ବିଶ୍ୱ ବଜାରକୁ ଅନୁଧ୍ୟାନ କରି ଆମେ ଆମର କାରଖାନାଗୁଡିକୁ ଅଧିକ ଉତ୍ପାଦନ ଓ ପରିବହନ ପାଇଁ ପ୍ରସ୍ତୁତ କରିବା ଦରକାର ।
ଖଣି, କୋଇଲା ଓ ପ୍ରତିରକ୍ଷା କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି ହେଉଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇ ଏଥିପାଇଁ ନୂତନ ରଣନୀତି ପ୍ରସ୍ତୁତ କରିବାକୁ ଆହ୍ୱାନ ଦେଇଥିଲେ । “ଆପଣମାନଙ୍କୁ ବୈଶ୍ୱିକ ମାନ ରକ୍ଷା କରିବା ସହ ବିଶ୍ୱରେ ପ୍ରତିଯୋଗିତା କରିବାକୁ ପଡିବ ବୋଲି ସେ କହିଥିଲେ ।
ଋଣ ସୁବିଧା ଓ ବୈଷୟିକ ଜ୍ଞାନ ଉନ୍ନୀତ କରି ବଜେଟ୍ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ବହୁ ଗୁରୁତ୍ୱ ଦେଇଛି । ଏମ୍ଏସ୍ଏମ୍ଇ ନିମନ୍ତେ ସରକାର ମଧ୍ୟ ଛଅହଜାର କୋଟି ଟଙ୍କାର ଏକ ଆରଏଏମ୍ପି କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି । ବଜେଟ୍ରେ ମଧ୍ୟ ବୃହତ ଶିଳ୍ପ, ଚାଷୀ ଓ ଏମଏସ୍ଏମଇ ନିମନ୍ତେ ନୂତନ ଲଜିଷ୍ଟିକ ସାମଗ୍ରୀ ବିକଶିତ କରିବା ଉପରେ ଆଲୋକପାତ କରାଯାଇଛି । ଛୋଟଛୋଟ ଉଦ୍ୟୋଗ ଓ ଦୂରଦୂରାନ୍ତରେ ଯୋଗାଯୋଗ ସମସ୍ୟା ଡାକ ଓ ରେଳବାଇର ସମନ୍ୱିତ ବ୍ୟବସ୍ଥା ଯୋଗୁଁ ସମାଧାନ ହୋଇପାରିବ । ଉତ୍ତର-ପୂର୍ବାଂଚଳ ନିମନ୍ତେ ଘୋଷିତ ପିଏମ୍ ଊରଙ୍ଖଓଘଋ ମଡେଲ ଦ୍ୱାରା ଆଞ୍ଚଳିକ ନିର୍ମାଣ ବାତାବରଣ ମଧ୍ୟ ମଜବୁତ କରାଯାଇପାରିବ । ସେହିପରି ସ୍ୱତନ୍ତ୍ର ଆର୍ଥିକ ଅଞ୍ଚଳ ଆଇନରେ ସଂସ୍କାର ଯୋଗୁଁ ରପ୍ତାନୀ ମଧ୍ୟ ବୃଦ୍ଧି ପାଇବ ।
ଶ୍ରୀ ମୋଦୀ ମଧ୍ୟ ସଂସ୍କାରର ପ୍ରଭାବ ଉପରେ ବର୍ଣ୍ଣନା କରିଥିଲେ । ବୃହତ ଇଲେକ୍ଟ୍ରୋନିକ୍ସ ନିର୍ମାଣ କ୍ଷେତ୍ରରେ ଏକ ଲକ୍ଷ କୋଟି ଟଙ୍କାର ଉତ୍ପାଦନ ଡିସେମ୍ବର ୨୦୨୧ ସୁଦ୍ଧା ହୋଇପାରିଛି । ଆହୁରି ଅନେକ ପିଏଲଆଇ ଯୋଜନା ବହୁତ ଗୁରୁତ୍ୱପୂର୍ଣ୍ଣ ତ୍ୱରାନ୍ୱିତ ପଥରେ ରହିଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୫ହଜାର ଲାଇସେନ୍ସ ମୂଳ ଦଲିଲ ଅନୁପାଳନ ଶେଷ କରି ସ୍ୱୟଂ ନବୀକରଣ ଯୋଗୁଁ ଅନୁପାଳନୀୟ ସମସ୍ୟା ଆଶାତୀତ ହ୍ରାସ ପାଇଛି । ନିୟନ୍ତ୍ରଣ କ୍ଷେତ୍ରରେ ଡିଜିଟାଇସେନ ଯୋଗୁ ସ୍ୱଚ୍ଛତା ଓ ଦ୍ରୁତଗତି କାର୍ଯ୍ୟ ବୃଦ୍ଧି ପାଇଛି । “ସାଧାରଣ କମ୍ପାନୀ ଫର୍ମଠାରୁ ଆରମ୍ଭ କରି ପ୍ରତ୍ୟେକସ୍ତରରେ ଆପଣ ଏବେ ଆମର ସହଯୋଗ ପାଇପାରୁଛନ୍ତି” ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ପ୍ରମୁଖ ନିର୍ମାଣକର୍ତ୍ତାମାନଙ୍କୁ କ୍ରମବର୍ଦ୍ଧିଷ୍ଣୁ ବିଦେଶୀ ନିର୍ଭରଶୀଳତା ହ୍ରାସ ପାଇଁ କିଛି ପନ୍ଥା ନିର୍ଦ୍ଧାରଣ କରିବାକୁ ଆହ୍ୱାନ ଦେଇଥିଲେ । ଏହି ୱେବିନାର ଗୁଡିକ ନୀତି ତ୍ୱରାନ୍ୱିତ କରିବା ତଥା ବଜେଟ ପ୍ରଣୀତ ବ୍ୟବସ୍ଥାରେ ସୁଫଳ ନିମନ୍ତେ ନିଶ୍ଚୟ ପଥ ପ୍ରଦର୍ଶନ କରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ ।
*****
SM / SLP