Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇନ୍ଦୋରରେ କଠିନ ବର୍ଜ୍ୟବସ୍ତୁ ଗୋବର୍ଦ୍ଧନ ପ୍ଲାଣ୍ଟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

ଇନ୍ଦୋରରେ କଠିନ ବର୍ଜ୍ୟବସ୍ତୁ ଗୋବର୍ଦ୍ଧନ ପ୍ଲାଣ୍ଟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ “ଗୋବର-ଧନ”(ବାୟୋ-ସିଏନଜି) ପ୍ଲାଣ୍ଟ ଆଜି (୧୯.୦୨.୨୦୨୨) ଇନ୍ଦୋରଠାରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଛନ୍ତି । ମଧ୍ୟପ୍ରଦେଶ ରାଜ୍ୟପାଳ ମଙ୍ଗୁଭାଇ ସି. ପଟେଲ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ, କେନ୍ଦ୍ରମନ୍ତ୍ରୀ  ଶ୍ରୀ ହରଦୀପ ସିଂହପୁରୀ, ଡକ୍ଟର ବିରେନ୍ଦ୍ର କୁମାର ଓ ଶ୍ରୀ କୁଶଳ କିଶୋର ଏହି ଅବସରରେ ଉପସ୍ଥିତ ଥିଲେ ।

ରାଣୀ ଅହଲ୍ୟା ବାଈ ଓ ଇନ୍ଦୋର ସହିତ ଥିବା ତାଙ୍କ ସମ୍ପର୍କରେ ଅବତାରଣା କରି ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ରଖିଥିଲେ । ଇନ୍ଦୋର କହିଲେ ରାଣୀ ଅହଲ୍ୟା ବାଈ ହୋଲକାରୀ ଓ ତାଙ୍କର ସେବା ମନୋଭାବ ମନେ ପଡିଥାଏ । ସମୟର ଅବଲୀଳା କ୍ରମେ ଇନ୍ଦୋର ଭଲରୁ ଭଲ ହୋଇଛି ସତ୍‌, କିନ୍ତୁ ଦେବୀ ଅହଲ୍ୟା ବାଈଙ୍କ ପ୍ରେରଣା ଭୁଲି ନାହିଁ ଓ ଆଜି ମଧ୍ୟ ଇନ୍ଦୋର ସ୍ୱଚ୍ଛତା ଓ ନାଗରୀୟ କର୍ତ୍ତବ୍ୟକୁ ମନେ ପକାଇ ଦିଏ  ବୋଲି ଶ୍ରୀ ମୋଦୀ କହିଛନ୍ତି । କାଶୀ ବିଶ୍ୱନାଥ ଧାମରେ ମଧ୍ୟ ଦେବୀ ଅହଲ୍ୟା ବାଈଙ୍କ ମନୋରମ ପ୍ରତିମୂର୍ତ୍ତି ବିଷୟରେ ସେ  କହିଥିଲେ । ଗୋବର ଧନର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସହରୀ  ଘରୋଇ ବର୍ଜ୍ୟବସ୍ତୁ , ପଶୁପାଳନ କ୍ଷେତ୍ର ଓ ଗୋରୁଗାଈଙ୍କ ବର୍ଜ୍ୟ ହେଉଛି ଗୋବରଧନ । ବର୍ଜ୍ୟରୁ ଗୋବଦ୍ଧର୍ନ, ଗୋବର ଧନରୁ ସ୍ୱଚ୍ଛ ଇନ୍ଧନ,ସ୍ୱଚ୍ଛ ଇନ୍ଧନରୁ ଶକ୍ତି ଏକ ଜୀବନଚକ୍ର ବୋଲି ସେ କହିଥିଲେ । ଆଗାମୀ ଦୁଇବର୍ଷ ମଧ୍ୟରେ ଦେଶର ୭୫ଟି ବୃହତ ପୌରପାଳିକାରେ  ଗୋବର ଧନ ସିଏନଜି  ପ୍ଲାଣ୍ଟ ସ୍ଥାପିତ ହେବ ବୋଲି କହିଥିଲେ । “ଭାରତୀୟ ସହରଗୁଡିକୁ ପ୍ରଦୂଷଣ ମୁକ୍ତ, ପରିଷ୍କାର ଓ ସ୍ୱଚ୍ଛ ଶକ୍ତି ଯୋଗାଇବା ପାଇଁ ଏହି ଅଭିଯାନ ନିରବଚ୍ଛିନ୍ନ ଭାବେ ଚାଲିବ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ କେବଳ ସହର ନୁହଁ, ଗୋବର ଧନ ପ୍ଲାଣ୍ଟ ଗୁଡିକ ଗ୍ରାମାଚଂଳରେ  ମଧ୍ୟ ପ୍ରତିଷ୍ଠା କରାଯାଇ ଚାଷୀମାନଙ୍କ ଆୟ ବୃଦ୍ଧି କରାଯିବ । ଏହା ବୁଲା ଗାଈଗୋରୁଙ୍କ ନିରାଶ୍ରୟ ଅବସ୍ଥାର ସମାଧାନ କରିବା ସହ ଭାରତରେ ଜଳବାୟୁ ଜନିତ ଅଙ୍ଗୀକାରବଦ୍ଧତା ମଧ୍ୟ ସାକାର କରିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ସାତବର୍ଷ ମଧ୍ୟରେ ସରକାର ଏହି ସମସ୍ୟାର ଅସ୍ଥାୟୀ ବା ତାଳିପକା ସମାଧାନ  ନ କରି ସ୍ଥାୟୀ ବ୍ୟବସ୍ଥା କରୁଛନ୍ତି । ସ୍ୱଚ୍ଛ ଭାରତ ମିଶନର  ଦ୍ୱିତୀୟ ପର୍ଯ୍ୟାୟରେ ଦେଶରେ ଲକ୍ଷ ଲକ୍ଷ ଲକ୍ଷ ଟନ୍ ଅଳିଆ ଆବର୍ଜନା  ହଜାର ଏକର ଜାଗା ମାଡି ବସିବା ସହ ବାୟୁ ଓ ଜଳ ଦୂଷିତ କରି ଅନେକ ରୋଗର କାରଣ ହେଉଥିବାରୁ ସରକାର ଏଗୁଡିକୁ ହଟାଇବା ପାଇଁ କାର୍ଯ୍ୟ କରୁଛନ୍ତି । ସ୍ୱଚ୍ଛ ଭାରତ ମିଶନ ଯୋଗୁଁ ମଧ୍ୟ ମହିଳାମାନଙ୍କ ମର୍ଯ୍ୟାଦା ବୃଦ୍ଧି ଘଟିବା ସହ ସହର ଓ ଗ୍ରାମ ପରିମଳ ଓ ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ପାଇଛି । ବର୍ତ୍ତମାନ ସରଳ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଧ୍ୟାନ ଦିଆଯାଉଛି ବୋଲି ସେ କହିଥିଲେ । ଆଗାମୀ ଦୁଇ ତିନି ବର୍ଷ ମଧ୍ୟରେ ସରକାର ଏହି ଆବର୍ଜନାର ପାହାଡକୁ ସବୁଜିମାରେ ଭରିବାକୁ ଚେଷ୍ଟା କରୁଛନ୍ତି । ୨୦୧୪ ମସିହା ପରଠାରୁ ବର୍ଜ୍ୟବସ୍ତୁ ପରିଚାଳନା ଦେଶର ଚାରିଗୁଣ ବୃଦ୍ଧି ପାଇଛି । ଏକକ ବ୍ୟବହାରକ୍ଷମ ପ୍ଲାଷ୍ଟିକରୁ ମୁକ୍ତ ହେବା ଲାଗି ୧୬ଶହ ସଂସ୍ଥା କାମରେ ଲାଗିଛନ୍ତି ।

ପ୍ରଧାନମନ୍ତ୍ରୀ ମଧ୍ୟ ପରିମଳ ଓ ପର୍ଯ୍ୟଟନ ମଧ୍ୟରେ ଏକ ରେଖାଟାଣି ପରିମଳ ଯୋଗୁଁ  ପର୍ଯ୍ୟଟନ ବୃଦ୍ଧି ପାଇବା ସହ ଏକ ନୂତନ ଆର୍ଥିକ ବ୍ୟବସ୍ଥାକୁ ଜନ୍ମ ଦେବ ବୋଲି କହିଛନ୍ତି । ଏ ଦିଗରେ ସେ ଇନ୍ଦୋର ପରିମଳଯୁକ୍ତ ସହରର ଉଦାହରଣ ଦେଇଥିଲେ । “ସରକାର ଯଥାସମ୍ଭବ ଭାରତୀୟ ନଗରୀଗୁଡିକୁ ୱାଟର ପ୍ଲସ କରିବାକୁ ଚାହୁଁଛନ୍ତି । ସ୍ୱଚ୍ଛ ଭାରତ ମିଶନର ଦ୍ୱିତୀୟ ପର୍ଯ୍ୟାୟରେ ଏହା ଉପରେ ଗୁରୁତ୍ୱା ଆରୋପ କରାଯାଇଛି ।

ଗତ ସାତ ଆଠବର୍ଷ ମଧ୍ୟରେ ପେଟ୍ରୋଲ ସହ ଇଥାନଲ ମିଶ୍ରଣ ଶତକଡା ଏକ ଭାଗରୁ ଆଠ ଭାଗକୁ ବୃଦ୍ଧି ପାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ସମୟ ମଧ୍ୟରେ ଇଥାନଲ ଉତ୍ପାଦନ ୪୦କୋଟି ଲିଟରରୁ ୩୦୦କୋଟି ଲିଟରକୁ ବୃଦ୍ଧି ପାଇବା ଯୋଗୁଁ ଚିନି କାରଖାନା ଓ କୃଷକମାନଙ୍କୁ ସାହାଯ୍ୟ କରିଛି ।

ବଜେଟରେ ନିଆଯାଇଥିବା ଏକ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି । କୋଇଲାରୁ ବିଦ୍ୟୁତ ଶକ୍ତି ଉତ୍ପାଦନ କେନ୍ଦ୍ରଗୁଡିକ ମଧ୍ୟ କୁଟା ବା ଛଣକୁ ବ୍ୟବହାର କରିବେ ବୋଲି ନିଷ୍ପତ୍ତିି ହୋଇଛି । “ଏହା  ଚାଷୀମାନଙ୍କ ସମସ୍ୟାର ଉନ୍ମେଳନ କରିବା ସହ କୃଷି ବଜ୍ୟବସ୍ତୁରୁ ଅତିରିକ୍ତ ଆୟ ମଧ୍ୟ ହୋଇପାରିବ।”

ଦେଶର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଥିବା ସଫାଇ କର୍ମଚାରୀମାନଙ୍କୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଥିଲେ । ବିଶେଷକରି ବୈଶ୍ୱିକ ମହାମାରୀ କାଳରେ ସେମାନଙ୍କ ସେବା ମନୋଭାବ ପାଇଁ ସେ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । କୁମ୍ଭ ବେଳେ ପ୍ରୟାଗରାଜରେ ସେ କିପରି ସଫାଇ କର୍ମଚାରୀଙ୍କ ପାଦ ପ୍ରକ୍ଷାଳନ କରି ସେମାନଙ୍କୁ ସମ୍ମାନ ଜଣାଇଥିଲେ ତାହାର ବର୍ଣ୍ଣନା କରିଥିଲେ ।

ପୃଷ୍ଠଭୂମି

ସହରଗୁଡିକୁ ଅଳିଆ ଆବର୍ଜନା ମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନିକଟରେ ସ୍ୱଚ୍ଛ ଭାରତ ମିଶନ ଅର୍ବାନ ୨.୦ ଆରମ୍ଭ କରିଥିଲେ । ‘ନଷ୍ଟରୁ ସମ୍ପଦ’ ଓ ‘ଚକ୍ରୀୟ ଅର୍ଥନୀତି’ ନୀତିରେ ଏହି ମିଶନ ତ୍ୱରାନ୍ୱିତ ହୋଇ ସମ୍ପଦର ପୁନରୁଦ୍ଧାର  ଓ ଦୁଇଟି ଯାକ ନିମନ୍ତେ ଇନ୍ଦୋର ବାୟୋ ସିଏନଜି ପ୍ଲାଣ୍ଟ ଏକ ଉଦାହରଣ । ଆଜି (୧୯.୨.୨୦୨୨) ଉଦ୍‌ଘାଟିତ କାରଖାନାରେ ଦୈନିକ ୫୫୦ଟନ୍ ଜୈବିକ ତରଳ ବଜ୍ୟବସ୍ତୁ  ପରିଚାଳନା ସାମର୍ଥ୍ୟ ରହିଛି । ଏହା ଦୈନିକ  ୧୭ହଜାର କେଜି ସିଏନଜି ଓ ଶହେ ଟନ୍ ପର୍ଯ୍ୟନ୍ତ ଜୈବିକ ଖତ ଉତ୍ପାଦନ କରିବ । ଏହି କାରଖାନାରୁ କୌଣସି ବଜ୍ୟ ବା ଅବଶେଷ ବାହାରିବ ନାହିଁ । ଏହାଛଡା ଏହି କାରଖାନା ଯୋଗୁଁ ବହୁ ମୁଖି ପରିବେଶଗତ ସୁବିଧା ମିଳିବ । ତାହାହେଲା ଗ୍ରୀନ ହାଉସ ଗ୍ୟାସ ଉତ୍ସରଣ ହ୍ରାସ, ସବୁଜ ଶକ୍ତି ସହ ସାରଭାବେ ବ୍ୟବହାର ପାଇଁ ଜୈବିକ ଖତ ମିଳିପାରିବ ।

ଏହି ପ୍ରକଳ୍ପ ତ୍ୱରାନ୍ୱିତ କରିବା ଲାଗି ଇନ୍ଦୋର ସ୍ୱଚ୍ଛତା ଶକ୍ତି ପ୍ରାଇଭେଟ ଲିମିଟେଡ ନାମକ ସ୍ୱତନ୍ତ୍ର ସଂସ୍ଥା ଇନ୍ଦୋର ପୌର ନିଗମ (ଆଇଏମସି) ଏବଂ ଇଣ୍ଡୋ ଏନଭାର୍ନୋ ଇଣ୍ଟିଗ୍ରେଟେଡ ସୁଲ୍ୟସନ ଲିମିଟେଡ (ଆଇଇଆଇଏସଏଲ) ଦ୍ୱାରା ସରକାରୀ ଓ ଘରୋଇ ଭାଗିଦାରୀ ଭିତ୍ତିରେ ତିଆରି ହୋଇଛି । ଏଥିରେ ୧୫୦କୋଟି ଟଙ୍କାର ଶତ ପ୍ରତିଶତ ମୂଳ ପୁଞ୍ଜିବିନିଯୋଗ  ଆଇଇଆଇଏସଏଲ  ଦ୍ୱାରା କରାହେବ । ତେବେ ଇନ୍ଦୋର ପୌରନିଗମ କାରଖାନାରୁ ଉତ୍ପାଦିତ ଶତକଡା ୫୦ଭାଗ ସିଏନଜି କ୍ରୟ କରିବା ସହ ପ୍ରଥମ ପଦକ୍ଷେପ ସ୍ୱରୂପ ୪୦୦ ସହରରେ ବସ ଚଳାଚଳ ସିଏନଜି ଦ୍ୱାରା କରାଯିବ । ଅବଶିଷ୍ଟ ସିଏନ୍‌ଜି ଖାଲା ବଜାରରେ ବିକ୍ରି କରାଯିବ । କୃଷି ଓ ଉଦ୍ୟାନ କୃଷି ନିମନ୍ତେ ରାସାୟନିକ ସାର ପରିବତ୍ତେ ଜୈବିକ ଖତର ପ୍ରୟୋଗ ହେବ ।

 

*****