Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ-ମଧ୍ୟ ଏସିଆ ସମ୍ମିଳନୀର ପ୍ରଥମ ବୈଠକ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୭ ଜାନୁୟାରୀ ୨୦୨୨ ରେ ଏକ ଭର୍ଚୁଆଲ୍ ବ୍ୟବସ୍ଥାରେ ଭାରତମଧ୍ୟ ଏସିଆ ସମ୍ମିଳନୀର ପ୍ରଥମ ବୈଠକ ଆୟୋଜନ କରିବେ ଏହି ବୈଠକରେ କାଜାଖସ୍ତାନ, ର୍କିଗିଜ୍ ଗଣତନ୍ତ୍ର, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନର ରାଷ୍ଟ୍ରପତିଙ୍କ ଅଂଶଗ୍ରହଣ କରିବେ ଏହା ହେଉଛି ଭାରତ ଏବଂ ମଧ୍ୟ ଏସୀୟ ଦେଶର ନେତାଙ୍କ ମଧ୍ୟରେ ଏହି ଧରଣର ପ୍ରଥମ ବୈଠକ

ପ୍ରଥମ ଭାରତମଧ୍ୟ ଏସିଆ ସମ୍ମିଳନୀ ହେଉଛି କେନ୍ଦ୍ରୀ ଏସୀୟ ଦେଶମାନଙ୍କ ସହିତ ଭାରତର ବଢୁଥିବା ଯୋଗଦାନର ପ୍ରତିଫଳନ, ଯାହା ଭାରତରବିସ୍ତାରିତ ପଡୋଶୀ ଏକ ଅଂଶ ଅଟେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୧୫ ରେ ସମସ୍ତ ମଧ୍ୟ ଏସୀୟ ଦେଶକୁ ଏକ ଐତିହାସିକ ଗସ୍ତ କରିଥିଲେ ପରବର୍ତ୍ତୀ ସମୟରେ, ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ଫୋରମରେ ଉଚ୍ଚ ସ୍ତରୀୟ ମତ ବିନିମୟ ହୋଇଛି

ବୈଦେଶିକ ମନ୍ତ୍ରୀ ସ୍ତରରେ ଭାରତମଧ୍ୟ ଏସିଆ ଆଲୋଚନାର ଆରମ୍ଭ, ଯାହାର ତୃତୀୟ ବୈଠକ ୧୮୨୦ ଡିସେମ୍ବର ୨୦୨୧ ମଧ୍ୟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା, ଏହା ଭାରତମଧ୍ୟ ଏସିଆ ସମ୍ପର୍କକୁ ଏକ ପ୍ରେରଣା ଯୋଗାଇ ଦେଇଛି ୧୦ ନଭେମ୍ବର ୨୦୨୧ ରେ ନୂଆଦିଲ୍ଲୀରେ ଆୟୋଜିତ ଆଫଗାନିସ୍ତାନ ଉପରେ ଆଞ୍ଚଳିକ ସୁରକ୍ଷା ବାର୍ତ୍ତାଳାପରେ ମଧ୍ୟ ଏସୀୟ ଦେଶର ଜାତୀୟ ସୁରକ୍ଷା ପରିଷଦର ସଚିବମାନଙ୍କ ଅଂଶଗ୍ରହଣ କରିଥିଲେ ଏହି ବୈଠକରେ ଆଫଗାନିସ୍ତାନ ଉପରେ ଏକ ସାଧାରଣ ଆଞ୍ଚଳିକ ଆଭିମୁଖ୍ୟ ଦର୍ଶାଇଥିଲା

ପ୍ରଥମ ଭାରତମଧ୍ୟ ଏସିଆ ସମ୍ମିଳନୀରେ ନେତାମାନେ ଭାରତମଧ୍ୟ ଏସିଆ ସମ୍ପର୍କକୁ ନୂତନ ଶିଖରକୁ ଆଣିବା ପାଇଁ ପଦକ୍ଷେପ ବିଷୟରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି ସେମାନେ ଆଞ୍ଚଳିକ ସୁରକ୍ଷା ପରିସ୍ଥିତି ବିଶେଷକରି ଆଞ୍ଚଳିକ ଏବଂ ଆର୍ନ୍ତଜାତିକ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ ବୋଲି ଆଶା କରାଯାଉଛି

ଏହି ସମ୍ମିଳନୀ ଭାରତମଧ୍ୟ ଏସିଆର ଏକ ବିସ୍ତୃତ ତଥା ସ୍ଥାୟୀ ସହଭାଗିତା ପାଇଁ ଭାରତ ଏବଂ ମଧ୍ୟ ଏସୀୟ ଦେଶଗୁଡିକର ନେତାଙ୍କ ଦ୍ୱାରା ଗୁରୁତ୍ୱ ଦିଆଯାଇଥିବା ପ୍ରତୀକାତ୍ମକ ଅଟେ

HS