ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁୟାରୀ ୧୨, ୨୦୨୨ ଅପରାହ୍ନ ୪ଟା ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାମିଲନାଡୁର ବିଭିନ୍ନ ସ୍ଥାନରେ ୧୧ଟି ନୂଆ ମେଡିକାଲ କଲେଜ ଓ ଚେନ୍ନାଇ ଠାରେ କେନ୍ଦ୍ରୀୟ ଶାସ୍ତ୍ରୀୟ ତାମିଲ ସଂସ୍ଥାନର ନୂଆ କ୍ୟାମ୍ପସ ଉଦଘାଟନ କରିବେ ।
ପ୍ରାୟ ୪୦୦୦ କୋଟି ଟଙ୍କା ବିନିଯୋଗରେ ଏହି ନୂଆ ମେଡିକାଲ କଲେଜଗୁଡିକ ସ୍ଥାପିତ ହୋଇଛି, ଯେଉଁଥିରୁ କେନ୍ଦ୍ର ସରକାର ୨୧୪୫ କୋଟି ପ୍ରଦାନ କରିଥିବା ବେଳେ ବାକି ତାମିଲନାଡୁ ସରକାର ପ୍ରଦାନ କରିଛନ୍ତି । ନୂଆ ମେଡିକାଲ କଲେଜ ସ୍ଥାପିତ ହୋଇଥିବା ଜିଲ୍ଲାଗୁଡିକ ହେଲା ବିରୁଧୁନଗର, ନମକ୍କଲ, ନୀଳଗିରି, ତିରୁପୁର, ଥିରୁଭାଲ୍ଲୁର, ନାଗପଟ୍ଟିନମ, ଡିଣ୍ଡିଗୁଲ, କଲ୍ଲାକୁରିଚି, ଆରିୟାଲୁର, ରାମନାଥପୁରମ ଓ କ୍ରିଷ୍ଣଗିରି । ଦେଶର ସମସ୍ତ ସ୍ଥାନରେ ଉନ୍ନତ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ସୁଲଭ ଡାକ୍ତରୀ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିରବଚ୍ଛିନ୍ନ ପ୍ରୟାସ ଅନୁରୂପ ଏହି ମେଡିକାଲ କଲେଜଗୁଡିକ ସ୍ଥାପିତ ହୋଇଛି । “କେନ୍ଦ୍ର ସରକାର ପ୍ରାୟୋଜିତ ଜିଲ୍ଲା/ରେଫରାଲ ଡାକ୍ତରଖାନା ଅନ୍ତର୍ଗତ ମେଡିକାଲ କଲେଜ ସ୍ଥାପନ ଯୋଜନା” ଅନ୍ତର୍ଗତ ୧୪୫୦ ସିଟ୍ ବିଶିଷ୍ଟ ଏହି ମେଡିକାଲ କଲେଜଗୁଡିକ ସ୍ଥାପିତ ହୋଇଛି । ଏହି ଯୋଜନା ଅନ୍ତର୍ଗତ ସରକାରୀ କିମ୍ବା ବେସରକାରୀ ମେଡିକାଲ କଲେଜ ନଥିବା ଜିଲ୍ଲାଗୁଡିକରେ ମେଡିକାଲ କଲେଜ ସ୍ଥାପନ ହେଉଛି ।
SR