ମୋର ପ୍ରିୟ ଦେଶବାସୀ, ଆପଣମାନଙ୍କୁ ବଡ଼ ଦିନର ଶୁଭକାମନା।
ଆମେ ଏ ବର୍ଷର ଅନ୍ତିମ ସପ୍ତାହରେ ଆସି ପହଞ୍ଚିଛୁ। ଖୁବଶୀଘ୍ର ୨୦୨୨ ଆସି ପହଞ୍ଚିଯିବ। ଆପଣମାନେ ସମସ୍ତେ ୨୦୨୨କୁ ସ୍ୱାଗତ କରିବାର ପ୍ରସ୍ତୁତିରେ ରହିଛନ୍ତି।
କିନ୍ତୁ ଉତ୍ସାହ ଓ ଉଦ୍ଦିପନା ମଧ୍ୟରେ ବର୍ତ୍ତମାନ ସତର୍କ ରହିବାର ସମୟ।
ଆଜି ବିଶ୍ୱର ଅନେକ ଦେଶରେ କରୋନାର ନୂଆ ସ୍ୱରୂପ ଓମିକ୍ରନ କାରଣରୁ ସଂକ୍ରମଣ ବୃଦ୍ଧି ପାଉଛି। ଭାରତରେ ମଧ୍ୟ ବହୁ ଲୋକ ଓମିକ୍ରନରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ମୁଁ ଆପଣମାନଙ୍କୁ ନିବେଦନ କରୁଛି ଯେ ଆପଣ ଭୟଭୀତ ହୁଅନ୍ତୁ ନାହିଁ, ହଁ ଅବଶ୍ୟ ସାବଧାନ ଓ ସତର୍କ ରୁହନ୍ତୁ। ସବୁବେଳେ ମାସ୍କ ପିନ୍ଧିବା, ବାରମ୍ବାର ହାତ ସଫା କରିବା, ଆମେ ଏ କଥାକୁ କେବେ ଭୁଲିଯିବା ଉଚିତ୍ ନୁହେଁ।
ଆଜି ଭୂତାଣୁ ରୂପ ବଦଳାଉଥିବା ବେଳେ ଆହ୍ୱାନକୁ ମୁକାବିଲା କରିବା ଲାଗି ଆମର ଶକ୍ତି ଓ ଆତ୍ମବିଶ୍ଵାସ ମଧ୍ୟ ବହୁଗୁଣିତ ହେଉଛି। ଆମର ଅଭିନବ ଭାବନା ମଧ୍ୟ ବଢ଼ୁଛି। ଆଜି ଦେଶ ପାଖରେ ୧୮ ଲକ୍ଷ ସଙ୍ଗରୋଧ ଶଯ୍ୟା ରହିଛି। ୫ ଲକ୍ଷ ଅମ୍ଳଜାନ ସଂଯୁକ୍ତ ଶଯ୍ୟା ରହିଛି। ୧ ଲକ୍ଷ ୪୦ ହଜାରରୁ ଅଧିକ ଆଇସିୟୁ ଶଯ୍ୟା ପ୍ରସ୍ତୁତ ରଖାଯାଇଛି। ପିଲାମାନଙ୍କ ପାଇଁ ଆଇସିୟୁ ଓ ଅଣଆଇସିୟୁକୁ ମିଶାଇ ୯୦ ହଜାର ଶଯ୍ୟା ପ୍ରସ୍ତୁତ ରଖାଯାଇଛି। ଦେଶରେ ଆଜି ୩ ହଜାରରୁ ଅଧିକ ପିଏସଏ ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ ରହିଛି। ୪ ଲକ୍ଷ ଅକ୍ସିଜେନ ସିଲିଣ୍ଡର ଦେଶର ବିଭିନ୍ନ ସ୍ଥାନକୁ ଯୋଗାଇ ଦିଆଯାଇଛି। ଜରୁରି ଔଷଧ ଅଧିକ ପରିମାଣରେ ପ୍ରସ୍ତୁତ କରିବା ଲାଗି ରାଜ୍ୟମାନଙ୍କୁ ସହାୟତା ଦିଆଯାଉଛି, ସେମାନଙ୍କୁ ମଧ୍ୟ ପରୀକ୍ଷଣ କିଟ୍ ଯୋଗାଇ ଦିଆଯାଉଛି।
ବନ୍ଧୁଗଣ,
କରୋନା ବିଶ୍ୱ ମହାମାରୀ ମୁକାବିଲାରେ ବର୍ତ୍ତମାନ ସୁଦ୍ଧା ମିଳିଥିବା ଅଭିଜ୍ଞତା ଏହା ଦର୍ଶାଉଛି ଯେ ବ୍ୟକ୍ତିଗତ ଭାବେ ସମସ୍ତ ମାର୍ଗଦର୍ଶିକା ପାଳନ, କରୋନା ମୁକାବିଲା ଲାଗି ସବୁଠୁ ବଡ଼ ଅସ୍ତ୍ର ଭାବେ ପ୍ରମାଣିତ ହୋଇଛି। ଦ୍ୱିତୀୟ ଅସ୍ତ୍ର ହେଉଛି ଟିକାକରଣ।
ଆମ ଦେଶ ଏହି ରୋଗର ଗମ୍ଭୀରତାକୁ ଅନୁଭବ କରି ଖୁବଶୀଘ୍ର ଟିକା ପ୍ରସ୍ତୁତ କରିବା ଲାଗି ମିଶନ ମୋଡରେ କାମ ଆରମ୍ଭ କରି ଦେଇଥିଲା। ଟିକାକରଣ ଉପରେ ଗବେଷଣା ସହିତ, ଅନୁମୋଦନ ପ୍ରକ୍ରିୟା, ଯୋଗାଣ ଶୃଙ୍ଖଳା, ବିତରଣ, ପ୍ରଶିକ୍ଷଣ, ଆଇଟି ସହାୟକ ବ୍ୟବସ୍ଥା, ପ୍ରମାଣିକରଣ ଉପରେ ମଧ୍ୟ ଆମେ ନିରନ୍ତର କାମ କରିଛୁ।
ଏସବୁ ପ୍ରସ୍ତୁତିର ଫଳସ୍ୱରୂପ ଭାରତ ଚଳିତ ବର୍ଷ ଜାନୁଆରୀ ୧୬ ତାରିଖରୁ ନିଜର ଯୋଗ୍ୟ ନାଗରିକମାନଙ୍କୁ ଟିକା ଦେବା ଆରମ୍ଭ କରି ଦେଇଥିଲା। ସମସ୍ତ ଦେଶବାସୀଙ୍କ ସାମୂହିକ ପ୍ରୟାସ ଓ ସାମୂହିକ ଇଚ୍ଛାଶକ୍ତି ବଳରେ ଆଜି ଭାରତ ୧୪୧ କୋଟି ଟିକାକରଣ ଡୋଜ ଦେବାର ଅଭୂତପୂର୍ବ ତଥା ଅତ୍ୟନ୍ତ କଷ୍ଟକର ଲକ୍ଷ୍ୟ ଅତିକ୍ରମ କରିସାରିଛି। ଆଜି ଭାରତର 61 ପ୍ରତିଶତ ପ୍ରାପ୍ତବୟସ୍କ ଜନସଂଖ୍ୟାଙ୍କୁ ଉଭୟ ଡୋଜ ଟିକା ଦିଆଯାଇସାରିଛି। ସେହିପରି 91 ପ୍ରତିଶତ ପ୍ରାପ୍ତବୟସ୍କ ହିତାଧିକାରୀ ଗୋଟିଏ ଡୋଜ ଟିକା ନେଇସାରିଛନ୍ତି।
ଆଜି ପ୍ରତ୍ୟେକ ଭାରତବାସୀ ଏହାକୁ ନେଇ ଗର୍ବ କରିବେ ଯେ ଆମେ ବିଶ୍ୱର ସବୁଠୁ ବଡ଼, ସବୁଠୁ ବିସ୍ତାରିତ ଏବଂ କଠିନ ଭୌଗଳିକ ସ୍ଥିତି ମଧ୍ୟରେ, ଏତେ ସୁରକ୍ଷିତ ଟିକାକରଣ ଅଭିଯାନ ଚଳାଇପାରିଛୁ।
ଅନେକ ରାଜ୍ୟ ବିଶେଷ କରି ଗୋଆ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଭଳି ପର୍ଯ୍ୟଟନ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଶତ-ପ୍ରତିଶତ ସିଙ୍ଗଲ ଡୋଜ୍ ଟିକାକରଣ ଲକ୍ଷ୍ୟ ହାସଲ କରିସାରିଛନ୍ତି। ଆଜି ଦେଶର ଦୂରସୁଦୂରବର୍ତ୍ତୀ ଗାଁରେ ଯେତେବେଳେ ଶତପ୍ରତିଶତ ଟିକାକରଣର ଖବର ମିଳୁଛି ମନ ଅତ୍ୟନ୍ତ ସନ୍ତୋଷ ଲାଭ କରୁଛି।
ଏହା ଆମ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଦୃଢ଼ତା, ଆମ ଦଳଗତ ଉପଲବ୍ଧି, ଆମ ସ୍ୱାସ୍ଥ୍ୟ କର୍ମୀମାନଙ୍କର ସମର୍ପଣ ଓ ପ୍ରତିବଦ୍ଧତା ତଥା ଦେଶର ଜନସାଧାରଣଙ୍କ ଅନୁଶାସନ ଓ ବିଜ୍ଞାନ ପ୍ରତି ସେମାନଙ୍କ ବିଶ୍ୱାସର ପ୍ରମାଣ ଦେଉଛି। ଆମ ଦେଶରେ ଖୁବଶୀଘ୍ର ନାଜାଲ ଭାକ୍ସିନ (ନାସା ଟିକା) ଓ ବିଶ୍ୱର ପ୍ରଥମ ଡିଏନଏ ଟିକା ପ୍ରସ୍ତୁତ କରାଯିବ।
ବନ୍ଧୁଗଣ,
ଭାରତର କରୋନା ମୁକାବିଲା ଆରମ୍ଭରୁ ବୈଜ୍ଞାନିକ ନୀତି, ବୈଜ୍ଞାନିକ ବିଚାରବିମର୍ଶ ଏବଂ ବୈଜ୍ଞାନିକ ପଦ୍ଧତି ଉପରେ ଆଧାରିତ ହୋଇ ରହିଆସିଛି। ବିଗତ କିଛି ମାସ ଧରି ଦେଶରେ ଟିକାକରଣ ଅଭିଯାନ ଜାରି ରହିଛି। ଦେଶବାସୀ ଏହାର ଲାଭ ଅନୁଭବ କରୁଛନ୍ତି। ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ ସ୍ୱାଭାବିକ ହେଉଛି। ଆର୍ଥିକ ଗତିବିଧି ବିଶ୍ୱର ବହୁ ଅନ୍ୟ ରାଷ୍ଟ୍ରମାନଙ୍କ ତୁଳନାରେ ଉତ୍ସାହଜନକ ରହିଛି। କିନ୍ତୁ ବନ୍ଧୁଗଣ, ଆମେ ସମସ୍ତ ଜାଣିଛୁ ଯେ କରୋନା ଏବେ ସୁଦ୍ଧା ଯାଇନାହିଁ। ଏପରି ସ୍ଥିତିରେ ସତର୍କତା ଅତ୍ୟନ୍ତ ଜରୁରି। ଦେଶକୁ ସୁରକ୍ଷିତ ରଖିବା ଲାଗି, ଦେଶବାସୀଙ୍କୁ ସୁରକ୍ଷିତ ରଖିବା ଲାଗି ଆମେ ନିରନ୍ତର କାମ କରିଛୁ। ଯେତେବେଳେ ଟିକାକରଣ ଆରମ୍ଭ କରାଗଲା, ସେଥିରେ ବୈଜ୍ଞାନିକ ପରାମର୍ଶକୁ ଆଧାର କରି କେଉଁମାନଙ୍କୁ ପ୍ରଥମ ଡୋଜ ଦିଆଯିବ, ପ୍ରଥମ ଓ ଦ୍ଵିତୀୟ ଡୋଜ ମଧ୍ୟରେ କେତେ ବ୍ୟବଧାନ ରହିବ, ସୁସ୍ଥ ଲୋକମାନଙ୍କୁ କେତେବେଳେ ଟିକା ଦିଆଯିବ, ଯେଉଁମାନଙ୍କୁ କରୋନା ହୋଇସାରିଛି ସେମାନଙ୍କୁ କେବେ ଟିକା ଦିଆଯିବ, ଏବଂ ଯେଉଁମାନେ ପୂର୍ବରୁ କୌଣସି ବ୍ୟାଧିରେ ପୀଡ଼ିତ ସେମାନଙ୍କୁ କେତେବେଳେ ଟିକା ଦିଆଯିବ, ଏପରି ନିଷ୍ପତ୍ତି ଲଗାତାର ଗ୍ରହଣ କରାଗଲା। ପରିସ୍ଥିତିକୁ ନିୟନ୍ତ୍ରିତ କରିବାରେ ଏହା ଯଥେଷ୍ଟ ସହାୟକ ସାବ୍ୟସ୍ତ ହେଲା। ଭାରତ ନିଜର ସ୍ଥିତି-ପରିସ୍ଥିତି ଅନୁଯାୟୀ, ଦେଶର ବୈଜ୍ଞାନିକମାନଙ୍କର ପରାମର୍ଶ ଅନୁଯାୟୀ ସମସ୍ତ ନିଷ୍ପତ୍ତି ଗ୍ରହଣ କଲା।
ବର୍ତ୍ତମାନ ଚାରିଆଡ଼େ ଓମିକ୍ରନକୁ ନେଇ ଚର୍ଚ୍ଚା ହେଉଛି। ବିଶ୍ୱରେ ଏହାର ଅଭିଜ୍ଞତା ମଧ୍ୟ ଭିନ୍ନ ଭିନ୍ନ, ଅନୁମାନ ମଧ୍ୟ ଭିନ୍ନ ଭିନ୍ନ। ଭାରତର ବୈଜ୍ଞାନିକମାନେ ମଧ୍ୟ ଏହା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି। ଏହା ଉପରେ ଗବେଷଣା ହେଉଛି। ଆମର ଟିକାକରଣକୁ ଏବେ ୧୧ ମାସ ପୂରିଯାଇଛି, ବୈଜ୍ଞାନିକମାନେ ସବୁକଥା ପ୍ରତି ଧ୍ୟାନ ଦେଇ ଯେଉଁ ଗବେଷଣା କରିଛନ୍ତି ଏବଂ ସାରା ବିଶ୍ୱର ଅଭିଜ୍ଞତାକୁ ଦୃଷ୍ଟିରେ ରଖି ଆଜି କେତେକ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଜି ଅଟଳ ଜୀଙ୍କ ଜନ୍ମଦିବସ, ବଡ଼ ଦିନର ପର୍ବ, ତେଣୁ ମୁଁ ଭାବୁଛି ଯେ ଏହି ନିଷ୍ପତ୍ତି ବିଷୟରେ ଆପଣମାନଙ୍କୁ ସୂଚନା ଦେବା ଉଚିତ୍ ହେବ।
ବନ୍ଧୁଗଣ,
୧୫ରୁ ୧୮ ବର୍ଷର ପିଲାମାନଙ୍କ ପାଇଁ ଏବେ ଦେଶରେ ଟିକାକରଣ ଆରମ୍ଭ ହେବ। ୨୦୨୨ରେ, ଜାନୁଆରୀ ୩ ତାରିଖ, ସୋମବାର ଠାରୁ ଏହାର ଆରମ୍ଭ କରାଯିବ। ଏହି ନିଷ୍ପତ୍ତି, କରୋନା ବିରୋଧରେ ଦେଶର ଲଢ଼େଇକୁ ମଜବୁତ କରିବ, ସ୍କୁଲ-କଲେଜରେ ପଢୁଥିବା ଆମ ପିଲାମାନଙ୍କର, ଏବଂ ସେମାନଙ୍କର ମାତାପିତାଙ୍କର ଚିନ୍ତା ଦୂର କରିବ।
ବନ୍ଧୁଗଣ,
ଆମେ ସମସ୍ତେ ଏହା ଅନୁଭବ କରିଛୁ ଯେ କରୋନା ଯୋଦ୍ଧା, ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧା, ଏ ଲଢ଼େଇରେ ଦେଶକୁ ସୁରକ୍ଷିତ ରଖିବାରେ ପ୍ରମୁଖ ଯୋଗଦାନ ଦେଇଛନ୍ତି। ସେମାନେ ଆଜି ସୁଦ୍ଧା କରୋନା ରୋଗୀଙ୍କ ସେବାରେ ନିଜର ଅଧିକାଂଶ ସମୟ ବିତାଉଛନ୍ତି। ସେଥିପାଇଁ ସତର୍କତା ଦୃଷ୍ଟିରୁ ସରକାର ଏ ନିଷ୍ପତ୍ତି ମଧ୍ୟ ନେଇଛନ୍ତି ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧାମାନଙ୍କୁ ଟିକାର ପ୍ରିକସନ ଡୋଜ (ସତର୍କତା ଡୋଜ) ଦିଆଯିବ। ୨୦୨୨ ଜାନୁଆରୀ ୧୦ ତାରିଖ, ସୋମବାର ଠାରୁ ଏହା ଆରମ୍ଭ କରାଯିବ।
ବନ୍ଧୁଗଣ,
କରୋନା ଟିକାକରଣ କ୍ଷେତ୍ରରେ ବର୍ତ୍ତମାନ ସୁଦ୍ଧା ପ୍ରାପ୍ତ ଅଭିଜ୍ଞତା ଅନୁଯାୟୀ ଅଧିକ ଆୟୁ ଥିବା ଲୋକ ଏବଂ ପୂର୍ବରୁ କୌଣସି ଗମ୍ଭୀର ରୋଗରେ ପୀଡ଼ିତ ଲୋକମାନଙ୍କ ପାଇଁ ସତର୍କତା ଅବଲମ୍ବନ କରିବା ଜରୁରି। ଏହାକୁ ଧ୍ୟାନରେ ରଖି ପୂର୍ବରୁ କୌଣସି ବ୍ୟାଧିରେ ପୀଡ଼ିତ ୬୦ବର୍ଷରୁ ଅଧିକ ବୟସ୍କ ନାଗରିକମାନଙ୍କ ପାଇଁ ମଧ୍ୟ ପ୍ରିକସନ ଡୋଜ ବିକଳ୍ପ ଉପଲବ୍ଧ ରହିବ। ଏହା ମଧ୍ୟ ୧୦ ଜାନୁଆରୀ ଠାରୁ ଆରମ୍ଭ ହେବ।
ବନ୍ଧୁଗଣ,
ମୁଁ ଅନୁରୋଧ କରୁଛି ଯେ ଗୁଜବ, ଭ୍ରମ ଏବଂ ଭୟ ସୃଷ୍ଟି କରିବା ଲାଗି ଯେଉଁସବୁ ପ୍ରୟାସ ହେଉଛି, ସେଥିରୁ ସୁରକ୍ଷିତ ରହିବା ଆବଶ୍ୟକ। ଆମେ ସମସ୍ତେ ଦେଶବାସୀ ମିଶି ଏ ପର୍ଯ୍ୟନ୍ତ ବିଶ୍ୱର ସବୁଠୁ ବଡ଼ ଟିକାକରଣ ଅଭିଯାନ ଚଳାଇଛୁ। ଆଗାମୀ ଦିନରେ, ଆମେ ଏହାକୁ ଆହୁରି ଅଧିକ ଗତି ଓ ବିସ୍ତାର ଦେବାର ଆବଶ୍ୟକତା ରହିଛି। ସମସ୍ତଙ୍କ ପ୍ରୟାସ ବଳରେ ଆମେ ଏହି କରୋନା ବିରୋଧୀ ଲଢ଼େଇରେ ଦେଶକୁ ମଜବୁତ କରିବୁ।
ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ!
**********
P.S.
My address to the nation. https://t.co/dBQKvHXPtv
— Narendra Modi (@narendramodi) December 25, 2021
भारत में भी कई लोगों के ओमीक्रॉन से संक्रमित होने का पता चला है।
— PMO India (@PMOIndia) December 25, 2021
मैं आप सभी से आग्रह करूंगा कि panic नहीं करें सावधान और सतर्क रहें।
मास्क और हाथों को थोड़ी-थोड़ी देर पर धुलना, इन बातों को याद रखें: PM @narendramodi
कोरोना वैश्विक महामारी से लड़ाई का अब तक का अनुभव यही बताता है कि व्यक्तिगत स्तर पर सभी दिशानिर्देशों का पालन, कोरोना से मुकाबले का बहुत बड़ा हथियार है।
— PMO India (@PMOIndia) December 25, 2021
और दूसरा हथियार है वैक्सिनेशन: PM @narendramodi
भारत ने इस साल 16 जनवरी से अपने नागरिकों को वैक्सीन देना शुरू कर दिया था।
— PMO India (@PMOIndia) December 25, 2021
ये देश के सभी नागरिकों का सामूहिक प्रयास और सामूहिक इच्छाशक्ति है कि आज भारत 141 करोड़ वैक्सीन डोज के अभूतपूर्व और बहुत मुश्किल लक्ष्य को पार कर चुका है: PM @narendramodi
आज भारत की वयस्क जनसंख्या में से 61 प्रतिशत से ज्यादा जनसंख्या को वैक्सीन की दोनों डोज लग चुकी है।
— PMO India (@PMOIndia) December 25, 2021
इसी तरह, वयस्क जनसंख्या में से लगभग 90 प्रतिशत लोगों को वैक्सीन की एक डोज लगाई जा चुकी है: PM @narendramodi
15 साल से 18 साल की आयु के बीच के जो बच्चे हैं, अब उनके लिए देश में वैक्सीनेशन प्रारंभ होगा।
— PMO India (@PMOIndia) December 25, 2021
2022 में, 3 जनवरी को, सोमवार के दिन से इसकी शुरुआत की जाएगी: PM @narendramodi
हम सबका अनुभव है कि जो कॉरोना वॉरियर्स हैं, हेल्थकेयर और फ्रंटलाइन वर्कर्स हैं, इस लड़ाई में देश को सुरक्षित रखने में उनका बहुत बड़ा योगदान है।
— PMO India (@PMOIndia) December 25, 2021
वो आज भी कोरोना के मरीजों की सेवा में अपना बहुत समय बिताते हैं: PM @narendramodi
इसलिए Precaution की दृष्टि से सरकार ने निर्णय लिया है कि हेल्थकेयर और फ्रंटलाइन वर्कर्स को वैक्सीन की Precaution Dose भी प्रारंभ की जाएगी।
— PMO India (@PMOIndia) December 25, 2021
इसकी शुरुआत 2022 में, 10 जनवरी, सोमवार के दिन से की जाएगी: PM @narendramodi
60 वर्ष से ऊपर की आयु के कॉ-मॉरबिडिटी वाले नागरिकों को, उनके डॉक्टर की सलाह पर वैक्सीन की Precaution Dose का विकल्प उनके लिए भी उपलब्ध होगा।
— PMO India (@PMOIndia) December 25, 2021
ये भी 10 जनवरी से उपलब्ध होगा: PM @narendramodi