ରୁଷିଆର ରାଷ୍ଟ୍ରପତି ଶ୍ରୀ ଭ୍ଲାଦିମିର ପୁଟିନ୍ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକବିଂଶ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବାକୁ ଚଳିତ ଡିସେମ୍ବର ୬ ତାରିଖରେ ନୂଆଦିଲ୍ଲୀ ଗସ୍ତରେ ଆସିଥିଲେ ।
୨-ରାଷ୍ଟ୍ରପତି ପୁଟିନଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧିଦଳ ଭାରତ ଆସିଥିଲା । ଏକ ଗୁରୁତ୍ୱପୂର୍ଣ୍ଣ ଓ ହାର୍ଦ୍ଦିକ ପରିବେଶରେ ରୁଷ ରାଷ୍ଟ୍ରପତି ଶ୍ରୀ ପୁଟିନ ଓ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ମଧ୍ୟରେ ଏହି ଦ୍ୱିପାକ୍ଷିକ କଥାବାର୍ତ୍ତା ହୋଇଥିଲା । ଦୁଇଦେଶ ମଧ୍ୟରେ ଯେଉଁ ସ୍ୱତନ୍ତ୍ର ଓ ବିଶେଷାଧିକୃତ ରଣକୌଶଳାତ୍ମକ ଅଂଶୀଦାରୀ (ସ୍ପେଶାଲ ଆଣ୍ଡ ପ୍ରିଭିଲେଜ୍ଡ ଷ୍ଟାଟେଜିକ୍ ପାର୍ଟନରସିପ୍) ରହିଛି ତାହା କୋଭିଡ ମହାମାରୀର ଆହ୍ୱାନ ସତ୍ୱେ ସନ୍ତୋଷଜନକଭାବେ ଆଗେଇ ଚାଲିଥିବାରୁ ଦୁଇ ନେତା ସନ୍ତୋଷ ପ୍ରକାଶ କରିଥିଲେ ।
ଛ’ ଡିସେମ୍ବର ୨୦୨୧ରେ ନୂଆଦିଲ୍ଲୀଠାରେ ଦୁଇ ଦେଶର ବୈଦେଶିକ ଓ ପ୍ରତିରକ୍ଷାମନ୍ତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ୨+୨ ବୈଠକ ଏବଂ ସାମରିକ ଓ ସାମରିକ-ବୈଷୟିକ ସହଯୋଗ ସଂକ୍ରାନ୍ତ ଆନ୍ତଃ ସରକାରୀ ଆୟୋଗର ବୈଠକ ଅନୁଷ୍ଠିତ ହୋଇଥିବାରୁ ଦୁଇ ନେତା ଏହାକୁ ସ୍ୱାଗତ କରିଥିଲେ ।
୩-ଦୁଇ ଦେଶ ମଧ୍ୟରେ ଅର୍ଥନୀତିକ ସହଯୋଗକୁ ଅଧିକ ବଢାଇବା ଉପରେ ଦୁଇ ନେତା ଗୁରୁତ୍ୱ ଆରୋପ କରିବା ସହ ଅଭିବୃଦ୍ଧିଶୀଳ କ୍ଷେତ୍ରକୁ ଚିହ୍ନଟ କରି ଦ୍ୱିପାକ୍ଷିକ ଆର୍ଥିକ ସହଯୋଗକୁ ଅବ୍ୟାହତ ରଖିବାକୁ ଜୋର ଦେଇଥିଲେ । ପାରସ୍ପରିକ ପୁଞ୍ଜିନିବେଶର ସଫଳତା ଘେନି ଉଭୟ ସନ୍ତୋଷ ପ୍ରକଟ କରିବା ସହ ଦ୍ୱିପାକ୍ଷିକ ପୁଞ୍ଜିନିବେଶ ପ୍ରକ୍ରିୟାକୁ ଆହୁରି ବ୍ୟାପକ କରିବାକୁ ରାଜି ହୋଇଛନ୍ତି । ଏହି ଆଲୋଚନା ଅବସରରେ ଉତ୍ତର-ଦକ୍ଷିଣ ଟ୍ରାନ୍ସପୋର୍ଟ କରିଡର (ଆଇଏନ୍ଏସ୍ଟିସି)ର ଗୁରୁ୍ତ୍ୱ ଏବଂ ପ୍ରସ୍ତାବିତ ଚେନ୍ନାଇ-ଭ୍ଲାଡିଭଷ୍ଟକ ମାରିଟାଇମ୍ କରିଡର ପ୍ରସଙ୍ଗ ଉତ୍ଥାପିତ ହୋଇଥିଲା । ରୁଷର ବିଭିନ୍ନ ଅଞ୍ଚଳ ବିଶେଷକରି ସେ ଦେଶର ଦୂର-ପ୍ରାଚ୍ୟ ଇଲାକା ସହ ଭାରତୀୟ ରାଜ୍ୟ ସମୂହଙ୍କର ଅନ୍ତଃ ଆଞ୍ଚଳିଳ ସହଯୋଗ ବୃଦ୍ଧି ଉପରେ ଦୁଇନେତା ଗୁରୁତ୍ୱ ଦେଇଥିଲେ । କୋଭିଡ ବିରୋଧରେ ଚାଲିଥିବା ଲଢେଇରେ ଦୁଇ ଦେଶଙ୍କର ମିଳିତ ପ୍ରୟାସ ଏବଂ ଅତି ଜଟିଳ ସମୟରେ ଦୁଇପକ୍ଷ ପରସ୍ପରକୁ ମାନବିକତା ଦୃଷ୍ଟିରୁ ଯେଉଁସବୁ ସାହାଯ୍ୟ ସହଯୋଗ କରିଛନ୍ତି ତାହାକୁ ଉଭୟ ନେତା ତାରିଫ କରିଥିଲେ ।
୪- ଦୁଇ ନେତାଙ୍କ ମଧ୍ୟରେ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଏଥିରେ ମଧ୍ୟ କରୋନା ପରବର୍ତ୍ତୀ ବିଶ୍ୱ ଅର୍ଥନୀତିର ପୁନରୁ୍ଦ୍ଧାର ଓ ଆଫାଗାନିସ୍ଥାନ ବିଷୟ ସ୍ଥାନ ପାଇଥିଲା । ଆଫଗାନିସ୍ଥାନ ଘେନି ଦୁଇ ଦେଶର ଦୃଷ୍ଟିକୋଣ ଓ ଚିନ୍ତା ସମାନ । ଆଫଗାନିସ୍ଥାନର କଥାବାର୍ତ୍ତା ସହଯୋଗ କରିବା ପାଇଁ ଦୁଇଦେଶର ଜାତୀୟ ନିରାପତ୍ତା ପରାମର୍ଶଦାତା (ଏନ୍ଏସ୍ଏ) ସ୍ତରରେ ଯେଉର୍ଁ କାର୍ଯସୂଚୀ ଓ ଯୋଜନା ପ୍ରସ୍ତୁତ ହୋଇଛି ତାହାକୁ ଦୁଇନେତା ପ୍ରଶଂସା କରିଥିଲେ । ଉଭୟ ନେତା କହିଥିଲେ ଯେ ଭାରତ ଓ ରୁଷିଆ ଅନେକ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ସମାନ ଦୃଷ୍ଟିକୋଣ ରଖିଛନ୍ତି । ଜାତିସଂଘର ନିରାପତ୍ତା ଜାତିସଂଘ ନିରାପତ୍ତା ପରିଷଦ ସମେତ ବହୁ ପାକ୍ଷିକ ମଞ୍ଚରେ ଦୁଇ ଦେଶ ନିଜର ପାରସ୍ପରିକ ସହଯୋଗକୁ ଆହୁରି ନିବିଡ ଓ ମଜବୁତ କରିବାକୁ ଏକମତ । ଭାରତ ଏବେ ନିରାପତ୍ତା ପରିଷଦର ଅସ୍ଥାୟୀ ସଭ୍ୟପଦ ପାଇବା ସହିତ ୨୦୨୧ ବର୍ଷ ପାଇଁ ବ୍ରିକ୍ସ ସମ୍ମିଳନୀର ଅଧ୍ୟକ୍ଷ ପଦ ସଫଳତାର ସହିତ ନିର୍ବାହ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ରୁଷିଆ ରାଷ୍ଟ୍ରପତି ଶ୍ରୀ ପୁଟିନ ଅଭିନନ୍ଦନ ଜଣାଇଥିଲେ । ଏବେ ରୁଷିଆ ଆର୍କିଟିକ୍ କାଉନସିଲର ଅଧ୍ୟକ୍ଷ ନିର୍ବାଚିତ ହୋଇଥିବା ଯୋଗୁଁ ରାଷ୍ଟ୍ରପତି ପୁଟିନକୁ ମଧ୍ୟ ଶ୍ରୀ ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
୫-ଦୁଇ ନେତାଙ୍କ ମଧ୍ୟରେ ଏହି ଶିଖର ଆଲୋଚନା ପରେ ଏକ ମିଳିତ ଘୋଷଣାନାମା ପ୍ରକାଶ ପାଇଛି । ଏହି ଘୋଷଣା ନାମାର ନାମ ରଖାଯାଇଛି, “ଇଣ୍ଡିଆ-ରୁଷିଆ : ପାର୍ଟନରସିପ୍ ଫର ଫିସ୍, ପ୍ରଗ୍ରେସ ଆଣ୍ଡ ପ୍ରସ୍ପରିଟି” (ଭାରତ-ରୁଷିଆ:ଶାନ୍ତି, ପ୍ରଗତି ଓ ସମୃଦ୍ଧି ପାଇଁ ଅଂଶୀଦାରୀ) । ଏଥିରେ ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କ ଓ ଏହାର ଭବିଷ୍ୟତର ଯଥାର୍ଥ ଉଲ୍ଲେଖ ରହିଛି । ରାଷ୍ଟ୍ରପତି ଶ୍ରୀ ପୁଟିନଙ୍କ ଏହି ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ବିଭିନ୍ନ ବିଷୟରେ ଚୁକ୍ତି ଓ ବୁଝାମଣାପତ୍ରମାନ ସ୍ୱାକ୍ଷରିତ ହୋଇଛି । ସେଥିମଧ୍ୟରେ ବାଣିଜ୍ୟ, ଊର୍ଜା, ବିଜ୍ଞାନ ଓ ପ୍ରଯୁକ୍ତି, ବୌଦ୍ଧିକ ସ୍ୱତ୍ୱାଧିକାର, ମହାକାଶ ଓ ବାହ୍ୟ ଅନ୍ତରୀକ୍ଷ, ଭୂତାତ୍ୱିକ ଅନୁସନ୍ଧାନ, ସାଂସ୍କୃତିକ ବିନିମୟ ଓ ଶିକ୍ଷା ଆଦି ଅନ୍ତର୍ଭୁକ୍ତ । ଏହା ଆମ ଦ୍ୱିପାକ୍ଷିକ ସମ୍ପର୍କର ଏକ ବହୁମୁଖୀ ପ୍ରତିଫଳନ ।
୬-୨୦୨୨ରେ ଭାରତ ଓ ରୁଷିଆ ମଧ୍ୟରେ ଯେଉଁ ଦ୍ୱାବିଂଶ ବାର୍ଷିକ ଶିଖର ବୈଠକ ଅନୁଷ୍ଠିତ ହେବ ସେଥିରେ ଯୋଗଦେବା ପାଇଁ ରୁଷିଆ ଯିବାକୁ ପ୍ରଧାନମନ୍ତ୍ରୀ ଶ୍ରୀମୋଦୀଙ୍କୁ ଶ୍ରୀ ପୁଟିନ ନିମନ୍ତ୍ରଣ କରିଛନ୍ତି ।
****
TM / SLP
Добро пожаловать, г-н президент!
— Narendra Modi (@narendramodi) December 6, 2021
Welcome to India my friend President Putin. Our meeting today will strengthen our Special and Privileged Strategic Partnership. The initiatives that we take today will further increase the scope of our cooperation to new areas. @KremlinRussia pic.twitter.com/v699GK4BEM
I warmly thank H.E. President Putin for his visit to India. We exchanged very useful ideas for expanding our strategic, trade & investment, energy, connectivity, defence, science & technology and cultural cooperation. We also shared views on important global and regional issues. pic.twitter.com/FQGFgQzsfX
— Narendra Modi (@narendramodi) December 6, 2021