ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମାର୍ଚ୍ଚ 2021 ଠାରୁ ମାର୍ଚ୍ଚ 2024 ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମଏୱାଇ-ଜି)ର ସମ୍ପ୍ରସାରଣ ଲାଗି ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ଯୋଜନାରେ ମୋଟ 2.95 କୋଟି ଆବାସ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଏଥିମଧ୍ୟରୁ ଅବଶିଷ୍ଟ 155.75 ଲକ୍ଷ ଆବାସ ନିର୍ମାଣ ପାଇଁ କେନ୍ଦ୍ର ସରକାର ଆର୍ଥିକ ଅନୁଦାନ ଯୋଗାଇ ଦେବେ।
କ୍ୟାବିନେଟ ବୈଠକରେ ନିମ୍ନ ପ୍ରସ୍ତାବଗୁଡ଼ିକୁ ଅନୁମୋଦନ କରାଯାଇଛି:
ଲାଭ:
ମାର୍ଚ୍ଚ 2024 ପର୍ଯ୍ୟନ୍ତ ଏହି ଯୋଜନା ଜାରି ରହିବା ଫଳରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅଧୀନରେ ଧାର୍ଯ୍ୟ କରାଯାଇଥିବା ସର୍ବମୋଟ 2.95 କୋଟି ଆବାସ ନିର୍ମାଣ ଲକ୍ଷ୍ୟ ମଧ୍ୟରୁ ଅବଶିଷ୍ଟ 155.75 ଲକ୍ଷ ଆବାସ ନିର୍ମାଣ ସୁନିଶ୍ଚିତ ହେବ। ସମ୍ପ୍ରସାରିତ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ “ସମସ୍ତଙ୍କ ପାଇଁ ଆବାସ” ଲକ୍ଷ୍ୟ ହାସଲ କରିବା ଲାଗି ସମସ୍ତ ମୌଳିକ ସୁବିଧା ସୁଯୋଗ ଥିବା ପକ୍କା ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।
29 ନଭେମ୍ବର 2021 ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ମୋଟ 2.95 କୋଟି ଆବାସ ଲକ୍ଷ୍ୟ ମଧ୍ୟରୁ 1.65 କୋଟି ଆବାସ ନିର୍ମାଣ କରାଯାଇସାରିଛି। 2022 ଅଗଷ୍ଟ 15 ତାରିଖ ସୁଦ୍ଧା ଧାର୍ଯ୍ୟ ସମୟସୀମା ମଧ୍ୟରେ 2.02 କୋଟି ଆବାସ ନିର୍ମାଣ କରାଯାଇପାରିବ ବୋଲି ଆକଳନ କରାଯାଇଛି, ଏହା ଏସଇସିସି 2011 ଡାଟାବେସ ଉପରେ ଆଧାରିତ ସ୍ଥାୟୀ ପ୍ରତୀକ୍ଷା ସୂଚୀ ସହ ପ୍ରାୟତଃ ସମାନ। ତେଣୁ 2.95 କୋଟି ପକ୍କା ଆବାସ ଲକ୍ଷ୍ୟ ହାସଲ କରିବା ଲାଗି ଏହି ଯୋଜନା ମାର୍ଚ୍ଚ 2024 ପର୍ଯ୍ୟନ୍ତ ଜାରି ରହିବାର ଆବଶ୍ୟକତା ରହିଛି।
******
P.S