Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜି -୨୦ ନେତାଙ୍କ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଏବଂ ଫ୍ରାନ୍ସର ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ

ଜି -୨୦ ନେତାଙ୍କ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଏବଂ ଫ୍ରାନ୍ସର ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସର ରାଷ୍ଟ୍ରପତି ମହାମହିମ ଶ୍ରୀ ଇମାନୁଏଲ ମାକ୍ରୋନଙ୍କ ସହିତ ୩୦ ଅକ୍ଟୋବର ୨୦୨୧ ରେ ଇଟାଲୀର ରୋମରେ ଅନୁଷ୍ଠିତ ଜି୨୦ ଶିଖର ସମ୍ମିଳନୀ ଅବସରରେ ଦ୍ୱିପାକ୍ଷିକ ବୈଠକ କରିଥିଲେ

ଦୁଇ ନେତା ଭାରତଫ୍ରାନ୍ସ ମଧ୍ୟରେ ବର୍ତ୍ତମାନ ସ୍ଥିତିରେ ବ୍ୟାପକ ରଣନୀତିକ ସହଯୋଗ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି

ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୨୦୨୧ ରେ ମୁକ୍ତିଲାଭ କରିଥିବା ୟୁରୋପୀୟ ସଂଘର ଇଣ୍ଡୋପାସିଫିକ୍ ରଣନୀତିକୁ ସ୍ୱାଗତ କରିବା ସହ ଏଥିରେ ଫ୍ରାନ୍ସର ନେତୃତ୍ୱ ପାଇଁ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏହି ଦୁଇ ନେତା ଇଣ୍ଡୋପାସିଫିକ୍ରେ ସହଯୋଗ କରିବାକୁ ତଥା ଏହି ଅଞ୍ଚଳରେ ଏକ ମୁକ୍ତ, ଖୋଲା ଏବଂ ନିୟମଆଧାରିତ କ୍ରମରେ ଯୋଗଦାନ କରିବାର ନୂତନ ତଥା ଅଭିନବ ଉପାୟ ଖୋଜିବାକୁ ନିଜର ପ୍ରତିବଦ୍ଧତା ଦର୍ଶାଇଛନ୍ତି

ଦୁଇ ନେତା ଆଗାମୀ ସିଓପି୨୬ ଏବଂ ଜଳବାୟୁ ଆର୍ଥିକ ସମସ୍ୟା ଉପରେ ଧ୍ୟାନ ଦେବାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ

ପ୍ରଧାନମନ୍ତ୍ରୀ ମଧ୍ୟ ଶୀଘ୍ର ଭାରତ ଗସ୍ତ କରିବାକୁ ରାଷ୍ଟ୍ରପତି ମାକ୍ରୋନଙ୍କୁ ଆମନ୍ତ୍ରଣ କରିଥିଲେ

HS