ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଲି ହସିନ୍ ଲୁଙ୍ଗଙ୍କ ସହିତ ୩୦ ଅକ୍ଟୋବର ୨୦୨୧ ରେ ଇଟାଲୀର ରୋମରେ ଅନୁଷ୍ଠିତ ଜି –୨୦ ଶିଖର ସମ୍ମିଳନୀ ଅବସରରେ ଏକ ଦ୍ୱିପାକ୍ଷିକ ବୈଠକ କରିଛନ୍ତି ।
ମହାମାରୀ ପରବର୍ତ୍ତୀ ସମୟରେ ଏହା ସେମାନଙ୍କର ପ୍ରଥମ ବ୍ୟକ୍ତିଗତ ବୈଠକ ଥିଲା । ଉଭୟ ନେତା ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ବିଶ୍ୱସ୍ତରୀୟ ଉଦ୍ୟମ ଏବଂ ଆଗାମୀ ସିଓପି୨୬ ଉପରେ ଆଲୋକପାତ କରିଥିଲେ । ତ୍ୱରିତ ଟୀକାକରଣ ପ୍ରୟାସ ଏବଂ ଗୁରୁତ୍ୱପୂର୍ଣ୍ଣ ଔଷଧ ଯୋଗାଣ ଦ୍ୱାରା ସେମାନେ କୋଭିଡ –୧୯ ମହାମାରୀକୁ ନିୟନ୍ତ୍ରଣ ସୁନିଶ୍ଚିତ କରିବା ନେଇ ଚାଲିଥିବା ପ୍ରୟାସ ଉପରେ ମଧ୍ୟ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀ କୋଭିଡର ଦ୍ୱିତୀୟ ଲହର ସମୟରେ ଭାରତକୁ କୋଭିଡ ସହାୟତା ଯୋଗାଇଥିବାରୁ ସିଙ୍ଗାପୁରର ଆଭିମୁଖ୍ୟକୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ଲି ଭାରତରେ ଦ୍ରୁତ ଟୀକାକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଉଭୟ ଦେଶ ମଧ୍ୟରେ ଯଥାଶୀଘ୍ର ଯାତାୟତ ସ୍ୱାଭାବିକ ସହିତ ଲୋକଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି କରିବାର ଉପାୟ ବିଷୟରେ ସେମାନେ ଆଲୋଚନା କରିଥିଲେ ।
HS
A fruitful meeting between Prime Ministers @narendramodi and @leehsienloong in Rome.
— PMO India (@PMOIndia) October 30, 2021
The two leaders reviewed the full range of the friendly ties between India and Singapore. pic.twitter.com/YJi7sRGNPR
Had an excellent meeting with PM @leehsienloong on ways to further scale-up the friendship between India and Singapore. Our talks focused on trade, culture and other subjects. pic.twitter.com/9lRue5dBfx
— Narendra Modi (@narendramodi) October 30, 2021