ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କ୍ୱାଲକମର ସିଇଓ ଶ୍ରୀ କ୍ରିଷ୍ଟିଆନୋ ଆମୋନଙ୍କୁ ସାକ୍ଷାତ କରିଛନ୍ତି
ଏହି ବୈଠକରେ ସେମାନେ ଭାରତର ଟେଲିକମ୍ ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ଦିଆଯାଉଥିବା ସୁବିଧା ସୁଯୋଗ ବିଷୟରେ ଆଲୋଚନା କରିଥିଲେ । ଏଥିରେ ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡିଜାଇନ୍ ଏବଂ ଉତ୍ପାଦନ (ଇଏସ୍ଡିଏମ୍) ପାଇଁ ନିକଟରେ ଆରମ୍ଭ ହୋଇଥିବା ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲଆଇ) ଏବଂ ଭାରତରେ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳାର ବିକାଶ ଅନ୍ତର୍ଭୁକ୍ତ । ଭାରତରେ ସ୍ଥାନୀୟ ଇନୋଭେସନ୍ ଇକୋସିଷ୍ଟମ୍ ଗଠନ ପାଇଁ ରଣନୀତି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।
HS
Had a fruitful meeting with President and CEO of @Qualcomm, Mr. @cristianoamon. We talked about leveraging technology for greater public good and tech opportunities in India. He was interested in India’s strides in 5G and our efforts such as PM-WANI to boost connectivity. pic.twitter.com/Q3uJIK6xAM
— Narendra Modi (@narendramodi) September 23, 2021