Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଆସନ୍ତା ୭ତାରିଖ (୦୭.୦୯.୨୦୨୧)ଦିନ ଶିକ୍ଷକ ପର୍ବ ଆଲୋଚନାଚକ୍ର ଉଦ୍‌ଘାଟନୀ ସମାରୋହରେ ଦେବେ ଉଦ୍‌ବୋଧ


 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା  ୭ତାରିଖ (୦୭.୦୯.୨୦୨୧) ଦିନ ଶିକ୍ଷକ ପର୍ବର ଉଦ୍‌ଘାଟନୀ ଆଲୋଚନାଚକ୍ରରେ ପୂର୍ବାହ୍ନ ୧୧ଟାବେଳେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ବୋଧନ ଦେବେ । ଏହି ଅବସରରେ ସେ ଶିକ୍ଷା କ୍ଷେତ୍ରରେ କେତେକ କାର୍ଯ୍ୟକ୍ରମ ଶୁଭାରରମ୍ଭ ମଧ୍ୟ କରିବେ ।

ପ୍ରଧାନମନ୍ତ୍ରୀ ଭାରତୀୟ ଚିହ୍ନ ଭାଷା ଶବ୍ଦ କୋଷ (ଉଭୟ ଶ୍ରାବ୍ୟ ଓ ପୁସ୍ତକ ଆକାର ଚିହ୍ନଭାଷା କୋଷ, ଦିବ୍ୟାଙ୍କ ମାନଙ୍କ ନିମନ୍ତେ) କଥା ପୁସ୍ତକ (ଚକ୍ଷୁହୀନମାନଙ୍କ ନିମନ୍ତ କଥା ପୁସ୍ତକ) ସିବିଏସଇ, ଏନଆଇଏସଏଚଟିଏଚଏ ଶିକ୍ଷକ ତାଲିମ କାର୍ଯ୍ୟକ୍ରମ, ବିଦ୍ୟାଳୟ ଗୁଣାତ୍ମକ ପ୍ରତିଶ୍ରୁତି, ଆକଳନ ପଦ୍ଧତି ଓ ଶିକ୍ଷା ସେବା ଇତ୍ୟାଦି ନିମନ୍ତେ ବିଦ୍ୟାଞ୍ଜଳି ପୋଟାଲ ଇତ୍ୟାଦିର ଶୁଭାରମ୍ଭ କରିବେ ।

ଶିକ୍ଷକ ପର୍ବ-୨୦୨୧ ହେଉଛି ଭାରତରେ ଗୁଣାତ୍ମକ ଓ ନିରନ୍ତର ବିଦ୍ୟାଳୟ ଶିକ୍ଷା ଲାଭ, ଉଦ୍‌ଭାବନାତ୍ମକ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଓ ପ୍ରତ୍ୟେକ ସ୍ତରରେ ନିରନ୍ତରତା ଶିକ୍ଷାର ଓ ଗୁଣାତ୍ମକମାନ ବିକାଶ ଦେଶବ୍ୟାପୀ ବଜାୟ ରଖିବା ପାଇଁ ଏହା କରାଯାଇଛି ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ରାଜ୍ୟ ଶିକ୍ଷାମନ୍ତ୍ରୀମାନେ ଏଥିରେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ।

                                                                                     

****

SM / SLP